ସୋର ୧୯।୦୮ : ବନ୍ୟା ସୁଅରେ ଯାଉଥିଲେ ଭାସି । ସ୍ଥାନୀୟ ଯୁବକ ଦେଖି ନିଜ ଜୀବନକୁ ବାଜି ଲଗାଇ ଭାସି ଯାଇଥିବା ଫେରିବାଲକୁ ଗଲେ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ତଳନଗର ପଞ୍ଚାୟତ ପଦନପଡା ଗାଁ ରାସ୍ତାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଗାଁରେ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହି ରାସ୍ତା ଦେଇ ଜଣେ ଫେରିବାଲା ଯାଉଥିଲେ । ହଠାତ୍ ଭାରସାମ୍ୟ ହରାଇ ପାଣିର ସୁଅରେ ଭାସିଯାଇଥିଲେ । ତେବେ ଏକ ଗଛର ଡାଳକୁ ଧରି ରହିଯାଇଥିଲେ ଫେରିବାଲା। ପ୍ରାୟ ୧୫ ଫୁଟ ତଳକୁ ପାଣିରେ ଭାସିଯିବା ସହ ତାଙ୍କ ସହ ଥିବା ଗାଡ଼ି ଓ ଅନ୍ୟ ସାମଗ୍ରୀ ମଧ୍ୟ ଭାସିଯାଇଥିଲା। କିଛି ଦୂରକୁ ଭାସିଯିବା ପରେ ଏକ ଗଛର ଡାଳକୁ ଧରି ସେ ଗଛ ଉପରେ ଆଶ୍ରୟ ନେଇଥିଲେ। ତାଙ୍କୁ ବିପଦରେ ଦେଖି ପଦନପଡ଼ା ଗ୍ରାମର ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ।

Also Read:-ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ : ଲାଞ୍ଜିଗଡରୁ ଜିତିଥିଲେ ନିର୍ବାଚନ

ତେବେ ପ୍ରଖର ସ୍ରୋତ ଯୋଗୁଁ ଫେରିବାଲାଙ୍କ ଅନ୍ୟାନ୍ୟ ବିକ୍ରି ସାମଗ୍ରୀ ଭାସିଯାଇଥିବା ଜଣାପଡ଼ିଛି। ଏଭଳି ବିପଦ ସମୟରେ ନିଜ ଜୀବନକୁ ଖାତିର ନକରି ଫେରିବାଲାଙ୍କୁ ଉଦ୍ଧାର କରିଥିବା ଯୁବକଙ୍କ ସାହସିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।