ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ଥରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବିରୋଧରେ ଆକ୍ରମଣାତ୍ମକ ହୋଇ ଉଠିଛି କକରୋଚ୍ ଜନତା ପାର୍ଟି(CJP)। ପାର୍ଟିର ସହ ସଂଯୋଜକ ସୌରଭ ଦାସ ଶନିବାର ମୋଦୀ ସରକାର ଉପରେ ଗର୍ଜିଛନ୍ତି। ସରକାର ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରୁଥିବା ଆଣିଛନ୍ତି ଅଭିଯୋଗ। ସେ ସରକାରଙ୍କୁ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ, ହିସାବ ନିକାଶ କରିବାର ସମୟ ଶୀଘ୍ର ଆସୁଛି। ଗତ ଦିନରେ ପଞ୍ଜାବର ମୁଖ୍ୟ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କୁ ଦୁର୍ନୀତି ମାମଲାରେ ସମନ ପଠାଯାଇଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଉପରୋକ୍ତ ବୟାନ ଦେଇଛନ୍ତି ସୌରଭ ଦାସ।

ସେ କହିଛନ୍ତି ଏବେ ଆଉ କେନ୍ଦ୍ର ସରକାରଙ୍କ ଏମିତି ସ୍କ୍ରିପ୍ଟ କାମ କରିବନି। ସୌରଭ ଦାସ ଏକ୍ସରେ ଇଡିର ସମନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ନିରପେକ୍ଷ ଓ ବିନା ଭେଦଭାବରେ ହେଉଥିବା ନିର୍ବାଚନକୁ ରୋକିବା ପାଇଁ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରୁଛନ୍ତି। ଆଉ ଧୋକାବାଜ୍ ଜ୍ଞାନୁ ଓ ଏହାର ଗ୍ୟାଙ୍ଗ ନିରବ ରହି ପ୍ରକୃତ ଘୋଟାଲାକୁ ସାହାଯ୍ୟ କରୁଛନ୍ତି। ପ୍ରତି ନିର୍ବାଚନ ପୂର୍ବରୁ ବିରୋଧୀ ଶାସିତ ପ୍ରତିଟି ରାଜ୍ୟରେ ଏହି ସମାନ କାହାଣୀ କରାଯାଉଛି। ସରକାରଙ୍କୁ ବୁଝିବା ଦରକାର ଯେ, ଯୁବ ପିଢି କ୍ଷମତାର ଏମିତି ଦୁରୁଯୋଗକୁ ଘୃଣା କରୁଛନ୍ତି। ଏବେ ଏହି ସ୍କ୍ରିପ୍ଟ ଆଉ କାମ ଦେବନି। ସରକାରଙ୍କୁ ହିସାବ କିତାବ ଦେବାର ସମୟ ଶୀଘ୍ର ପାଖେଇ ଆସୁଛି।

Also Read: ମହମ୍ମଦ ସିରାଜଙ୍କ ଚୟନକୁ ନେଇ ବିବାଦ: ଇମ୍ରାନ ମସୁଦଙ୍କୁ ଆଇନା ଦେଖାଇଲେ ନିଜ ଦଳର ସାଂସଦ

ଏଏନଆଇ ନିଜର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଥିଲା ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଜାବର ମୁଖ୍ୟ ସଚିବ ଓ ଅର୍ଥ ବିଭାଗର ମୁଖ୍ୟ ସଚିବଙ୍କୁ ଦୁର୍ନୀତି, ସରକାରୀ ରାଜସ୍ଵର ଦୁରୁପଯୋଗ ମାମଲାରେ ସମନ ପଠାଇଛି। ମୁଖ୍ୟ ସଚିବ କେଏପି ସିହ୍ନାଙ୍କୁ ନଭେମ୍ବର ୨୬ରେ ଇଡି ସାମ୍ନାରେ ହାଜର ହେବାକୁ କୁହାଯାଇଛି। ଏହି ପୋଷ୍ଟକୁ ନେଇ ସୌରଭ ଦାସ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  ଏବଂ ସରକାରୀ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ଅଭିଯୋଗ ଆଣିଛନ୍ତି।

ଯୁବ ପିଢିଙ୍କ କ୍ରୋଧର ଆଭାସ ମିଳିଗଲା

ଏହା ପୂର୍ବରୁ ମଧ୍ୟ ଦାସ ଗୋଟିଏ ଖବରକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ ଲେଖିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଯୁବ ପିଢିଙ୍କ ପକ୍ଷରୁ ନିଜ ସରକାର ବିରୋଧରେ କ୍ରୋଧର ଆଭାସ ମିଳି ସାରିଛି। ତାଙ୍କ ସରକାର କୌଣସି ବି ଚାକିରି ଦେବା କିମ୍ବା ଠିକରେ ପରୀକ୍ଷା ସଞ୍ଚାଳନ କରିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି। ସ୍କୁଲର ଅବସ୍ଥା ଦୟନୀୟ ରହିଥିବା ବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ନିଜ ବିରୋଧରେ ଉଠୁଥିବା ବିରୋଧର ସ୍ଵରକୁ ସରକାର ଜାଣି ସାରିଲେଣି।  

Also Read: ବିଦେଶ ନାଗରିକ ସତ୍ତ୍ଵେ ସୋନିଆ କେମିତି ହୋଇଗଲେ ମାରୁତିର MD ? ଉଠିଲା ବଡ଼ ପ୍ରଶ୍ନ

ପୁରୁଣା କାମକୁ ଫେରିଲେ ସୌରଭ ଦାସ

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଉପରେ ଲଗାତାର ହମଲା କରୁଥିବା ସୌରଭ ଦାସ ନିଜର ପୁରୁଣା କାମକୁ ଫେରି ଆସିଛନ୍ତି। ସେ ସ୍କୁଲ ଠିକ୍ କର ଅଭିଯାନ ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ଗତ ଦିନରେ ସେ ସିଜେପିର ସ୍କୁଲ ଠିକ କର ଅଭିଯାନ ଆଧାରରେ ପଶ୍ଚିମ ଉତ୍ତର ପ୍ରଦେଶ ପହଞ୍ଚିଛନ୍ତି । ସେଠାରେ ସେ ଅନେକ ସ୍କୁଲ ବୁଲି ସ୍ଥିତି ପରଖିଥିବା କହିଛନ୍ତି ସେ କହିଛନ୍ତି।