ନୂଆଦିଲ୍ଲୀ,|୦୬:ବୟସ ୩୯ ଛୁଇଁଲାଣି । ତଥାପି ଆଗ ଭଳି ରହି ଜୋସ୍ । ବଲ୍ ଗୋଡ ପାଖକୁ ଆସିବା ମାତ୍ରେ ଗୋଲ୍ ପୋଷ୍ଟ୍ ଆଡେ ଯାଉଛି । ଏତେବର୍ଷ ପରେ ବି ସେ ଥକି ନାହାଁନ୍ତି । ଯୁବ ଖେଳାଳି ତାଙ୍କ ଆଗରେ ହାର୍ ମାନୁଛନ୍ତି । ଆମେ କହୁଛୁ ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲର ତଥା କ୍ୟାପ୍ଟେନ୍ ଲିଓନେଲ୍ ମେସିଙ୍କ କଥା । ଗତ ଥର ଫିଫା ବିଶ୍ୱକପରେ ସେ ଦଳକୁ କରିଥିଲେ ଚାମ୍ପିଅନ୍ । ଏଥର ମଧ୍ୟ ଆର୍ଜେଣ୍ଟିନା ଚାମ୍ପିଅନ୍ ଟିମ୍ ଭଳି ଖେଳୁଛି । ତେବେ ଏହା ମେସିଙ୍କ ଶେଷ ବିଶ୍ୱକପ୍ ବୋଲି କୁହାଯାଉଛି । ତେବେ ସେ ୨୦୩୦ ବିଶ୍ୱକପ୍ ଖେଳିପାରିବେ ବୋଲି ଫ୍ୟାନ୍ସ କହୁଛନ୍ତି । ଅନ୍ୟ ଦିଗରେ ନିଜ ଅବସର ବାବଦରେ ମେସି ଅନେକ କଥା କହିଛନ୍ତି ।

ମେସି କହିଛନ୍ତି ଯେ, ସେ ବର୍ତ୍ତମାନର ଖେଳ ଏବଂ ଟୁର୍ଣ୍ଣାମେଣ୍ଟ ଉପରେ ଫୋକସ କରୁଛନ୍ତି । ଯେତେଦିନ ଯାଏଁ ନିଜେ ସେ ଫିଟ୍ ବୋଲି ଅନୁଭବ କରିବେ ସେବେ ଯାଏଁ ସେ ଖେଳିବେ । ଏହାସହ ଦଳ ଏବଂ ଅନ୍ୟ ଖେଳାଳିଙ୍କୁ ଷ୍ଟାଡିୟମରେ ସାହାଯ୍ୟ କରିପାରିବେ ।

୨୦୩୦ ବିଶ୍ୱକପକୁ ନେଇ ସେ କହିଛନ୍ତି ଯେ, ସେ ନିଜେ ଜାଣି ନାହାଁନ୍ତି ଆଗକୁ କଣ ହେବ । ଏବାବଦରେ ସେ କିଛି ଏବେସୁଦ୍ଧା ଚିନ୍ତା କରି ନାହାଁନ୍ତି । ୨୦୩୦ ବହୁତ ଦୂର ରହିଛି । ସେ ବର୍ତ୍ତମାନରେ ବଞ୍ଚିବାକୁ ଭଲ ପାଆନ୍ତି । ତେଣୁ ବର୍ତ୍ତମାନର ଖେଳ ଉପରେ ଅଧିକ ଫୋକସ୍ କରିବେ ।

ରେକର୍ଡର ପାହାଡ

ଚଳିତ ବିଶ୍ୱକପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିସୋମବାର ଆଉ ଏକ ରେକର୍ଡ ଭଙ୍ଗ କରିଛନ୍ତି । ଜର୍ମାନୀର ମିରୋସ୍ଲାଭ କ୍ଲୋଜଙ୍କ ନାମରେ ୧୨ ବର୍ଷ ଧରି ବଜାୟ ରହିଥିବା ସର୍ବାଧିକ ବିଶ୍ୱକପ୍ ଗୋଲ୍ ରେକର୍ଡ ଭଙ୍ଗ କରିଛନ୍ତି ମେସି ।

ସୋମବାର ଅନୁଷ୍ଠିତ ଅଷ୍ଟ୍ରିୟା ବିପକ୍ଷ ମ୍ୟାଚରେ ସେ ୨ଟି ଗୋଲ୍ କରିଥିଲେ । ତାଙ୍କର ଏହି ଗୋଲ ବଳରେ ଆର୍ଜେଣ୍ଟିନା ୨-୦ ଗୋଲରେବିଜୟ ହାସଲ କରି ନକ୍ ଆଉଟ୍ (ରାଉଣ୍ଡ-୩୨)ରେ ସ୍ଥାନ ପକ୍କା କରିଥିଲା । ବିଶ୍ୱକପରେ ମେସିଙ୍କ ଗୋଲ୍ ସଂଖ୍ୟା ୧୮ରେ ପହଞ୍ଚି ଯାଇଥିଲା । ମେସି ଚଳିତ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ୧୩ଟି ଗୋଲ୍ କରିସାରିଥିଲେ । ଆଲଜେରିଆ ବିପକ୍ଷ ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ଗୋଲ୍ କରିବା ସହ ଅଷ୍ଟ୍ରିୟା ବିପକ୍ଷରେ ଆଉ ୨ଟି ଗୋଲ କରି ନୂଆ ରେକର୍ଡ ସ୍ଥାପନ କରିଥିଲେ ।

Also Read :-୨୦୨୭ ବିଶ୍ୱକପ୍ ଦଳରେ ଜାଗା ମିଳିବନି ! ରୋହିତ-ବିରାଟଙ୍କୁ ନେଇ BCCIର ପ୍ଲାନ୍ କହିଲେ ମାଞ୍ଜରେକର

ସେ ପ୍ରଥମେ (ଦଶମ ମିନିଟ୍) ଏକ ପେନାଲ୍ଟିହାତଛଡ଼ା କରିଥିଲେ । ମାତ୍ର ୩୮ତମ ମିନିଟରେ ଫିଲ୍ଡ ଗୋଲ୍ ଦେଇ ସେ କ୍ଲୋଜଙ୍କ ରେକର୍ଡ ଭାଙ୍ଗିଥିଲେ । ପୁନର୍ବାର ୯୦+୫ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇ ସେ ନିଜ ଗୋଲ୍ ସଂଖ୍ୟା ୧୮କୁ ବୃଦ୍ଧି କରିଥିଲେ ।