ନୂଆଦିଲ୍ଲୀ,|୦୬ଭାରତୀୟ କ୍ରିକେଟ୍ ର ମହାନ ତାରକା ବିରାଟ କୋହଲି ଏବଂ ରୋହିତ ଶର୍ମା । ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି ଉଭୟ । ଖେଳୁଛନ୍ତି ଦିନିକିଆ ମ୍ୟାଚ୍ । ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଛକା ଚଉକା ବର୍ଷା କରିବା ସହ ସେଞ୍ଚୁରି ମଧ୍ୟ ବ୍ୟାଟ୍ ରୁ ବାହାରୁଛି । ଦୁଇ ଖେଳାଳି ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଜୋରଦାର ଅଭ୍ୟାସ ମଧ୍ୟ କରୁଛନ୍ତି । ନିଜ ଫିଟନେଶ୍ ଉପରେ ଧ୍ୟାନ ଦେଉଛନ୍ତି । ତେବେ ବିସିସିଆଇ ଉଭୟଙ୍କୁ ବିଶ୍ୱକପ୍ ଟିମରେ ସାମିଲ କରିବ ନା ନାହିଁ ତାକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ଏହାମଧ୍ୟରେ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ବଡ କଥା କହିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ରୋହିତ ଏବଂ ବିରାଟଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଯାଇ ପାରିବ ନାହିଁ । କିନ୍ତୁ ଯଶସ୍ୱୀ ଜୟସ୍ୱାଲଙ୍କ ସହ କିଛି ଠିକ୍ ହେଉନି । ସେ ଶେଷ ତିନୋଟି ଦିନିକିଆରେ ଦୁଇଟି ଶତକ ଲଗାଇଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ବିପକ୍ଷରେ ଏହି ଶତକ ଆସିଛି । ଯଦି ତାଙ୍କ ଜାଗାରେ ରୋହିତଙ୍କୁ ଏବେ ଚୟନ କରାଯାଉଛି ତାମାନେ ସେ ବିଶ୍ୱକପ୍ ଖେଳିବା ନିଶ୍ଚିତ ।

ସେ ଆହୁରି କହିଛନ୍ତି ଯେ, ଆବଶ୍ୟକ ହେଲେ ବିସିସିଆଇ ଏବଂ ଦଳର ମ୍ୟାନେଜମେଣ୍ଟ ବଡ଼ ନାଁ ବାଦ୍ ଦେବା କଥା ଭାବିବା ଦରକାର । ଭାରତରେ ପ୍ରତିଭାର ଅଭାବ ନାହିଁ । ସମସ୍ତେ ଦଳର ସଂସ୍କୃତି ବାବଦରେ ଜାଣନ୍ତି ।ଅନେକ ସମୟରେ କେବଳ ଫର୍ମ୍ ଏବଂ ପ୍ରତିଭାକୁ ଦେଖି ସ୍ଥାନ ମିଳେନି । ନାଁ ର ବି ପ୍ରଭାବ ରହିଛି । ଯଦି ରୋହିତଙ୍କୁ ବିସିସିଆଇ ଆଗକୁ ଦିନିକିଆ ସିରିଜ୍ ଖେଳାଉଛି ତାହାଲେ ସେ ଦଳର ଦୀର୍ଘକାଳିନ ଯୋଜନାରେ ସାମିଲ ଅଛନ୍ତି । ବିରାଟ, ରୋହିତ ଏବଂ ବୁମରାଙ୍କ ପାଇଁ କଣ ଭଲ ହେବ ସେକଥା ଭାବି ଚୟନ କରାଯାଇପାରିବ ନାହିଁ । ବରଂ ଦଳ ପାଇଁ କଣ ଭଲ ହେବ ସେକଥା ଭାବି ବିସିସିଆଇ ନିଷ୍ପତ୍ତି ନେବା ଆବଶ୍ୟକ ।

Also Read :- Vaibhav Sooryavanshi: ଇଏ କି କଟକଣା ? ଅଲଗା ରୁମ୍, ମାତ୍ର ୨ ଥର ଡ୍ରେସିଂ ରୁମକୁ ଅନୁମତି, ଇଂଲଣ୍ଡରେ କେମିତି ରହିବେ ବୈଭବ ସୂର୍ଯ୍ୟବଂଶୀ

ଏହାବ୍ୟତୀତ ମାଞ୍ଜରେକର କହିଛନ୍ତି ଯେ, ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀ ଭଲ ଖେଳିବେ ବୋଲି ଆଶା ରହିଛି । ଅନେକ କିଛି ସେ ଏହି ଗସ୍ତରେ ଶିଖିବାକୁ ପାଇବେ । ଚାପର କିପରି ସାମ୍ନା କରାଯାଏ ତାହା ବୈଭବ ଜାଣିଛନ୍ତି । ତେଣୁ ତାଙ୍କର ଇଂଲଣ୍ଡ ଗସ୍ତ ହିଟ୍ ହେବ ବୋଲି ପୂର୍ବତନ ଖେଳାଳି ତଥା ଭାଷ୍ୟକାର ପ୍ରକାଶ କରିଛନ୍ତି ।