ଭୁବନେଶ୍ୱର ୨୩।୦୩ : ଆସନ୍ତା ୨୮ ତାରିଖ ଯାଏ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ୨୩ ତାରିଖରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସେହିପରି ୨୭ ଓ ୨୮ ତାରିଖରେ ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Also Read:-Mining Auction: ବଢିବ ରାଜ୍ୟର ରାଜସ୍ୱ, ୨୦୨୩ ପରଠୁ ବନ୍ଦ ଥିବା ଖଣି ନିଲାମ ପୁଣି ହେବ

ଆସନ୍ତା ୪ ଦିନ ଯାଏ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ପାରଳାଖେମୁଣ୍ଡିର ଦିନ ତାପମାତ୍ରା ସର୍ବାଧିକ ୩୬.୨ ଡିଗ୍ରୀ ଥିଲା । ଢେଙ୍କାନାଳର ୩୬.୧, ବରଗଡ଼ର ୩୫.୮, ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା ୩୫ଡିଗ୍ରୀ ରେକର୍ଡ ହୋଇଛି ।

Watch Video:- କ'ଣ ସତରେ AI ଆମ ଚାକିରି ନେଇଯିବ ?