ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ପଦକ୍ଷେପ। ଶ୍ରମିକଙ୍କ ଖରାରେ କାମ କରିବା ଉପରେ ଲାଗିଲା କଟକଣା। ଏହି କଟକଣା ଏପ୍ରିଲ ୧ରୁ ଜୁନ ୧୫ ପର୍ଯ୍ୟନ୍ତ ଲାଗୁ ହେବ। ଏନେଇ ସୋମବାର ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ପ୍ରଚଣ୍ଡ ଖରା ଏବଂ ଏହା ଯୋଗୁ ଅଂଶୁଘାତକୁ ଦୃଷ୍ଟିରେ ରଖି ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଦିନ ୧୧ଟାରୁ ଦିନ ୩ ଯାଏ କାମରେ ନଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ବିଜ୍ଞପ୍ତି ଦିଆଯାଇଛି।

ଏନେଇ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ସମୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହ ଯଦି କୌଣସି ଜରୁରୀ କାର୍ଯ୍ୟ ଅଛି କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ କାମରୁ ବିରତି ଦିଆଯାଇନପାରୁଛି, ତେବେ ନିଯୁକ୍ତିଦାତାମାନେ ଶ୍ରମିକଙ୍କ ପାଇଁ ସତର୍କତାମୂଳକଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳ, ଓଆରଏସର ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରିବାକୁ ମଧ୍ୟ କୁହାଯାଇଛି।

Also Read: Weather Forecast : ପାଣିପାଗ ବିଭାଗର ଆଲର୍ଟ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ନେଇ ସତର୍କ ସୂଚନା !