ମେଷ - କର୍ମକ୍ଷେତ୍ରରେ ନିଜର ପରିଶ୍ରମ ଓ ଦକ୍ଷତା ପାଇଁ ପ୍ରଶଂସା ପାଇପାରନ୍ତି। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ଅଟକିଥିବା କାମକୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ାନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ - ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ରହିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବା ସହ ଆୟ ବୃଦ୍ଧିର ଆଶା ରହିଛି। ପରିବାରରେ ଶାନ୍ତି ଓ ସୁଖ ବଜାୟ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ - କର୍ମକ୍ଷେତ୍ରରେ କାମର ଚାପ ବଢ଼ିପାରେ। ଅନ୍ୟମାନଙ୍କ କଥାରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆର୍ଥିକ ଦିଗରେ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖନ୍ତୁ। ବନ୍ଧୁଙ୍କ ସହଯୋଗରେ କୌଣସି ସମସ୍ୟାର ସମାଧାନ ହୋଇପାରେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।

କର୍କଟ - ଆପଣଙ୍କର ଦୀର୍ଘଦିନର ଯୋଜନାକୁ ଆଗକୁ ନେବା ପାଇଁ ସୁଯୋଗ ମିଳିପାରେ। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ସମ୍ପର୍କ ଲାଭଦାୟକ ହୋଇପାରେ। ପରିବାରରେ ଖୁସିର ପରିବେଶ ରହିବ। ଅଯଥା ଚିନ୍ତା ନକରି ନିଜ କାମରେ ମନ ଦିଅନ୍ତୁ।

ସିଂହ - କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ନିଜର କଥାବାର୍ତ୍ତାରେ ସଂଯମ ରଖିଲେ ଅନେକ ସମସ୍ୟା ଦୂର ହେବ। ଆର୍ଥିକ ଦିଗରେ ମଧ୍ୟମ ଫଳ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି। ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା - ନିଜର ବୁଦ୍ଧି ଓ ବିଚାରଶକ୍ତି ବଳରେ କାର୍ଯ୍ୟରେ ସଫଳତା ପାଇପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସୂଚନା ମିଳିପାରେ। ବ୍ୟବସାୟରେ ଲାଭ ପାଇଁ ଯୋଜନାବଦ୍ଧ ଭାବେ କାମ କରନ୍ତୁ। ପରିବାରରେ ଆପୋସ ବୁଝାମଣା ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ତୁଳା - ଦିନଟିରେ କାର୍ଯ୍ୟକ୍ଷେତ୍ରରେ କିଛି ଉତ୍ଥାନପତନ ଦେଖାଦେଇପାରେ। ଧୈର୍ଯ୍ୟ ରଖି କାମ କଲେ ସଫଳତା ମିଳିବ। ଧାର ଦେବା କିମ୍ବା ବଡ଼ ଆର୍ଥିକ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ ମନଖୋଲା ଆଲୋଚନା କରନ୍ତୁ। ନିଜର ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ।

ବିଛା - ନିଜର ଉଦ୍ୟମ ଓ ଆତ୍ମବିଶ୍ୱାସ ଦ୍ୱାରା ଅନେକ କାମ ସମ୍ପନ୍ନ କରିପାରିବେ। ବ୍ୟବସାୟରେ ନୂଆ ଚୁକ୍ତି କରିବା ପୂର୍ବରୁ ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଅଟକିଥିବା ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ - ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ଆସିପାରେ। ଆୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ମନୋବଳ ବଢ଼ାଇବ। ଅଯଥା ତର୍କବିତର୍କରୁ ଦୂରେଇ ରୁହନ୍ତୁ। ନିଜର ଲକ୍ଷ୍ୟ ଉପରେ ଧ୍ୟାନ ରଖି କାମ କରନ୍ତୁ।

ମକର - କର୍ମକ୍ଷେତ୍ରରେ ଧୀରେ ଧୀରେ ଉନ୍ନତିର ସୁଯୋଗ ମିଳିପାରେ। ଆର୍ଥିକ ଯୋଜନାରେ ଶୃଙ୍ଖଳା ରଖିଲେ ଲାଭବାନ ହେବେ। ନୂଆ କାମ ଆରମ୍ଭ କରିବାରେ ତରବର ହୁଅନ୍ତୁ ନାହିଁ। ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଉପକାରୀ ହେବ। ନିୟମିତ ବିଶ୍ରାମ ନିଅନ୍ତୁ।

କୁମ୍ଭ - ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ଅନ୍ୟମାନଙ୍କ ଆସ୍ଥାଭାଜନ ହୋଇପାରନ୍ତି। ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ିବାର ସୁଯୋଗ ମିଳିପାରେ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ବନ୍ଧୁଙ୍କ ସହ ଆଲୋଚନାରୁ ନୂଆ ଧାରଣା ମିଳିବ। ପରିବାରକୁ ସମୟ ଦିଅନ୍ତୁ।

ମୀନ - ଦିନଟିରେ ମନରେ ନୂଆ ଚିନ୍ତାଧାରା ଆସିବ ଏବଂ ଗୁରୁତ୍ୱପୂର୍ଣ୍ଣ କାମରେ ଆଗ୍ରହ ବଢ଼ିବ। ଚାକିରିରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇ ଚଳନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682