ମେଷ - ଆସନ୍ତାକାଲି କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ପରିବାରରେ ସହଯୋଗ ଲାଭ କରିବେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଯାତ୍ରାରେ ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ଅଟକିଥିବା କାମରେ ଅଗ୍ରଗତି ହେବ। ମନରେ ନୂତନ ଆଶା ସଞ୍ଚାର ହେବ।

ବୃଷ - ଦୀର୍ଘଦିନର ଯୋଜନା କାର୍ଯ୍ୟକାରୀ ହେବ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପରିବାରରେ ଖୁସିର ଖବର ମିଳିପାରେ। ପୁରୁଣା ପ୍ରୟାସର ଫଳ ପାଇବେ।

ମିଥୁନ - ଚନ୍ଦ୍ରଙ୍କ ପ୍ରଭାବରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂଆ କାମ ଆରମ୍ଭ ପାଇଁ ସମୟ ଭଲ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଲାଭର ଯୋଗ ଅଛି। ପ୍ରିୟଜନଙ୍କ ସହ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ନୂତନ ସମ୍ପର୍କ ଗଢ଼ିଉଠିପାରେ।

କର୍କଟ - ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ। ଅନ୍ୟଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ଧନ ବ୍ୟୟ ବଢ଼ିପାରେ। ଭଗବାନଙ୍କ ସ୍ମରଣ ମନକୁ ଶାନ୍ତି ଦେବ। ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ।

ସିଂହ - ଦିନଟି ଉତ୍ସାହପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆୟର ନୂଆ ମାର୍ଗ ଖୋଲିପାରେ। ପରିବାରର ସହଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଯୋଜନାବଦ୍ଧ କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା - ସୋମବାର ସଂଯମ ରକ୍ଷା କରିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ବିବାଦରୁ ଦୂରେ ରୁହନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସନ୍ଧ୍ୟା ସମୟ ଶୁଭ ରହିବ। ଛୋଟ ଯାତ୍ରାର ଯୋଗ ରହିଛି। ପରିବାରରେ ସମନ୍ୱୟ ବଜାୟ ରହିବ।

ତୁଳା - ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ। ନୂତନ ପରିଚୟ ଲାଭଦାୟକ ସାବ୍ୟସ୍ତ ହେବ। ପରିବାରରେ ଆନନ୍ଦର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଧନଲାଭର ଯୋଗ ଅଛି। ନୂତନ ଚୁକ୍ତି କିମ୍ବା ସୁଯୋଗ ମିଳିପାରେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ବିଛା - ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଛି। ଜ୍ୟେଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ। ପରିବାରରେ ସୁଖ ଶାନ୍ତି ରହିବ। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ଧନ ପ୍ରାପ୍ତିର ନୂତନ ମାର୍ଗ ମିଳିପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ଧନୁ - ଭାଗ୍ୟର ସହଯୋଗ ପାଇବେ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଭଲ ଫଳ ମିଳିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଖୁସି ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଯାତ୍ରାରୁ ଲାଭ ପାଇପାରନ୍ତି।

ମକର - ଘାତ ଚନ୍ଦ୍ର ଥିବାରୁ ସତର୍କ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ସୁଧୁରିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନସିକ ଶାନ୍ତି ରକ୍ଷା କରନ୍ତୁ।

କୁମ୍ଭ - ସହଯୋଗୀଙ୍କ ସମର୍ଥନ ଲାଭ କରିବେ। ବ୍ୟବସାୟରେ ଭଲ ସୁଯୋଗ ଆସିପାରେ। ପରିବାରରେ ସମନ୍ୱୟ ରହିବ। ନୂତନ ଯୋଜନା ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ସାମାଜିକ ସମ୍ମାନ ବଢ଼ିବ।

ମୀନ - ଦୈନନ୍ଦିନ କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତିର ସୂଚନା ମିଳିପାରେ। ଆର୍ଥିକ ସ୍ଥିତି ଉନ୍ନତ ହେବ। ପରିବାରରେ ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଅପ୍ରତ୍ୟାଶିତ ଲାଭ ମିଳିପାରେ। ନୂତନ ଯୋଜନାରେ ସଫଳତା ହାସଲ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682