ପିପିଲି ୧୨।୧୦ : ପୁଣି ଡିଜେକୁ ଫାଟିଲା ମୁଣ୍ଡ । ଡିଜେର ଉଚ୍ଚ ଶବ୍ଦକୁ ନେଇ ତୁମୁଳକାଣ୍ଡ । ଯେଉଁଥିରେ ୮ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପିପିଲା ଥାନା ଖଣ୍ଡିଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ରାତି ଅଧରେ ଗଣେଷ ପୂଜା ଭସାଣୀକୁ ନେଇ ତୁମୁଳକାଣ୍ଡ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଏବଂ ଗଣ୍ଡଗୋଶ ହୋଇଥିଲା । ରାତିଅଧରେ ଗଣେଶ ପୂଜା ଭଷାଣିରେ ଉଚ୍ଚ ଶବ୍ଦରେ ଡିଜେ ବଜାଇବାକୁ ବାରଣ କରିବାରୁ ଆରମ୍ଭ ହୋଇଥିଲା ବଚସା । ପରେ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହ ତାହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷରେ ୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

Also Read:-କାସିନୋ ଷ୍ଟାଇଲ୍‌ରେ ଚାଲିଥିଲା ଜୁଆ ଖେଳ; ଦେଢ଼ କୋଟିର କାରବାର ସନ୍ଦେହ, ୭୦ ଜୁଆଡ଼ି ଅଟକ

ସେପଟେ ଏହି ଘଟଣା ପରେ ଗାଁରେ ପୋଲିସ ମୁତୟନ କରାଯାଇଛି । ଏହାସହ ଥାନାରେ ମାମଲା ଦାୟର ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି ।