କଳାହାଣ୍ଡି ୧୨।୧୦ : ଯୌତୁକ ଲୋଭରୁ ସର୍ବନାଶ । ଯୌତୁକ ଲୋଭରୁ ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବାର ଅଭିଯୋଗ । ଗୁରୁତର ଅବସ୍ଥାରେ ବୋହୂଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆମପାଣି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ଗାଁରୁ ଆସିଛି ଅଭାବନୀୟ ଘଟଣା । ୨୦୨୧ ମସିହାରେ ବିବାହ କରିଥିଲେ । ବିବାହ ପରଠାରୁ ଯୌତୁକ ପାଇଁ ଗୀତାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଲଗାତାର କିଛି ଦିନ ଧରି ଏହିପରି ଭାବେ ଚାଲୁରହିଥିଲା । ହେଲେ ରବିବାର ସଂଧ୍ୟାରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଶ୍ୱଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ନିଆଁ ଲାଗିବା ପରେ ଧର୍ମଗଡ଼ ମେଡିକାଲରେ ଗୀତାଞ୍ଜଳୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Also Read:-କମୁନି 'ସିଇସି ହଟାଅ' ତାତି : ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର 'ସୁପ୍ରିମ୍' ପଦଯାତ୍ରା

ଅନ୍ୟପଟେ ଗୀତାଞ୍ଜଳୀଙ୍କ ବାପା ଆମପାଣି ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗୋଟିଏ ଟିମ୍ ମେଡିକାଲ ଯାଇ ଗୀତାଞ୍ଜଳୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି ।