ଷ୍ଟକହୋମ୍: ଅର୍ଥନୀତି ପାଇଁ ସୋମବାର ନୋବେଲ୍ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ.ହଲ୍ ଏବଂ ମାଇକେଲ୍ ଉଡ୍‌ଫୋର୍ଡ ଅର୍ଥନୀତିରେ ନୋବେଲ୍ ଜିତିଛନ୍ତି । ମାକ୍ରୋଇକୋନୋମିକ୍ ସ୍ଥିରୀକରଣର ସୂକ୍ଷ୍ମ ଅର୍ଥନୀତି ଭିତ୍ତିଭୂମି (microeconomic foundations of macroeconomic stabilization ) ଉପରେ କାର୍ଯ୍ୟ ପାଇଁ ଦୁଇ ଅର୍ଥନୀତିଜ୍ଞଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଦୁଇ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ୧.୨ ମିଲିୟନ୍ ଡଲାର ପୁରସ୍କାର ରାଶି ଭାଗ କରାଯିବ ।

 

ଷ୍ଟକହୋମର ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ଏହି ପୁରସ୍କାର ଘୋଷଣା କରାଯାଇଛି । ହଲ୍ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଉଡଫୋର୍ଡ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର୍ ଅଛନ୍ତି । ଦୁଇ ବୈଜ୍ଞାନିକ ଏପରି ଏକ ମାକ୍ରୋଇକୋନମିକ୍ ମଡେଲ୍ ବିକଶିତ କରିଛନ୍ତି, ବୈଶ୍ୱିକ ନୀତି ନିର୍ମାତାଙ୍କୁ ଅର୍ଥବ୍ୟବସ୍ଥାକୁ ସ୍ଥିର କରିବାରେ ଅଦ୍ଭୂତପୂର୍ବ ସହାୟତା ମିଳିଛି । ବର୍ତ୍ତମାନ ସମୟରେ ଦୁନିଆର ସବୁ ଦେଶ ଆର୍ଥିକ ଅନିଶ୍ଚିତତା, ମନ୍ଦାବସ୍ଥା ଭୟ ଏବଂ ମୁଦ୍ରାସ୍ଫୀତି ଚାପ ସହ ଲଢ଼ୁଛନ୍ତି । ଏପରି ସ୍ଥିତିରେ ଦୁହିଁଙ୍କ ଦ୍ୱାରା ବିକଶିତ ନୀତି ଆର୍ଥିକ ଗତିକୁ ସଠିକ୍ ଦିଗରେ ନେବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

 

ରୟାଲ ସ୍ୱିଡିସ୍ ଏକାଡେମୀ ଦ୍ୱାରା ଜାରି ବୟାନ ଅନୁସାରେ, ଦୁଇ ଅର୍ଥଶାସ୍ତ୍ରୀ ଆର୍ଥିକ ସ୍ଥିରତା ସହ ଜଡ଼ିତ ଜଟିଳ ନୀତିକୁ ବ୍ୟବହାରିକ ମଡେଲରେ ରୂପାନ୍ତରିତ କରିଛନ୍ତି । ଦୁହିଁଙ୍କ ଗବେଷଣା ସ୍ପଷ୍ଟ କରୁଛି ଯେ ସଠିକ୍ ସମୟରେ ନିଆଯାଇଥିବା ରାଜକୋଷୀୟ ଏବଂ ମୁଦ୍ରା ନୀତି ବୈଠକ ଅର୍ଥବ୍ୟବସ୍ଥାକୁ ଉତ୍ଥାନ-ପତନକୁ ନିୟନ୍ତ୍ରିତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ଏହି ମେଡଲ୍ ସାହାଯ୍ୟରେ ନୀତି ପ୍ରସ୍ତୁତି କରିବା ଦ୍ୱାରା ଆର୍ଥିକ ମାନ୍ଦାବସ୍ଥାର ଅବଧିକୁ କମ କରାଯାଇପାରିବ । ଅନିୟନ୍ତ୍ରିତ କିମ୍ୱା ଅତ୍ୟଧିକ ତୀବ୍ର ବିକାଶ ହାରକୁ ସୃଷ୍ଟି ହେଉଥିବା ବିପଦକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ଏହି ନୀତି ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟକୁ ଆର୍ଥିକ ଝଟକା ବେଳେ ସମୟୋପଯୋଗୀ ନିଷ୍ପତ୍ତି ନେବାରେ ବୈଜ୍ଞାନିକ ଆଧାର ପ୍ରଦାନ କରିଥାଏ ।