ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସର ପିଛା ଛାଡୁନି ଆହତ ସମସ୍ୟା । ସିଏସ୍କେର ଆଉ ଜଣେ ତାରକା ଆଇପିଏଲ ୨୦୨୬ରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଦଳର ଷ୍ଟାର ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ କ୍ଷେତ୍ରରେ ବି ନଜର ଆସିଛି । ବାମହାତୀ ବୋଲର ସିଏସକେ ପାଇଁ ଜଣେ ପ୍ରମୁଖ ବୋଲର ଥିଲେ । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । କାରଣ ଖଲିଲ ଅହମ୍ମଦଙ୍କ ଅନୁପସ୍ଥିତି ଦଳ ପାଇଁ ଘାତକ ସାଜିପାରେ ବୋଲି ଅନୁମାନ କରାଯାଉଛି ।

ଏଇ ସେହି ବୋଲର ଯାହାଙ୍କ ଟାଣୁଆ ବୋଲିଂରେ ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ପଥକୁ ଫେରିଥିଲା ଚେନ୍ନାଇ ।କ୍ୱାଡ୍ରିସେପ୍ସ ଆଘାତ ଯୋଗୁଁ ଖଲିଲ ଆଇପିଏଲରୁ ବାଦ ପଡ଼ିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପୂର୍ବ ମ୍ୟାଚରେ ଚତୁର୍ଥ ଓଭର ବୋଲିଂ କରିବା ସମୟରେ ଖଲିଲ ଅହମ୍ମଦ ଏହି ଆଘାତ ପାଇଥିଲେ । ସେ ତାଙ୍କ ଡାହାଣ ହିପରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ଫଳରେ ସେ ତାଙ୍କ ଓଭର ସମାପ୍ତ କରିପାରିନଥିଲା ।

Also Read...IPL 2026, RCB vs CSK: 'ଦୋସା, ଇଡଲି’ ଗୀତରୁ ମହାଭାରତ, RCB ବିରୋଧରେ CSKର ଅଭିଯୋଗ , କଣ ହେବ କାର୍ଯ୍ୟାନୁଷ୍ଠାନ ?

ମିଡିଆ ରିପୋର୍ଟ ଅନୁସାରେ, ଖଲିଲ ଅହମ୍ମଦ ଗ୍ରେଡ୍ ୨ ଆଘାତର ଶିକାର ହୋଇଥିଲେ । ସୁସ୍ଥ ହେବା ପାଇଁ ତାଙ୍କୁ ୧୦ ରୁ ୧୨ ସପ୍ତାହ ପୁନର୍ବାସ କରିବାକୁ ପଡିବ, କିମ୍ବା ପ୍ରାୟ ତିନି ମାସ ଲାଗିପାରେ ।ଚଳିଆ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୫ଞ୍ଚଟି ମ୍ୟାଚରେ ଖଲିଲ୍ ଅହମ୍ମଦ ଦଳର ଅଂଶ ଥିଲେ । ସେ ଏହି ୫ଟି ମ୍ୟାଚରେ ୭୩ ଆଭରେଜରେ ଦୁଇଟି ୱିକେଟ୍ ନେଇଛ ନ୍ତି। ତାଙ୍କର ଇକୋନୋମି ରେଟ୍ ୮.୬୭ ରହିଛି ।

ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଖଲିଲ୍ ଅହମ୍ମଦଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୪.୮ କୋଟିରେ ବଜାୟ ରଖିଥିଲା । ତାଙ୍କ ଅନୁପସ୍ଥିତିରେ ସିଏସକେର ପେସ୍ ଆକ୍ରମଣର ଦାୟିତ୍ୱ ଏବେ ଗୁରଜପନୀତ୍ ସିଂହ, ଅଂଶୁଲ କାମ୍ବୋଜ୍ ଏବଂ ଜେମି ଓଭରଟନ୍ କାନ୍ଧରେ ରହିବ ।ଖଲିଲ ଅହମ୍ମଦ ପ୍ରଥମ ଚେନ୍ନାଇ ସୁପରକିଙ୍ଗସ ବୋଲର ନୁହଁନ୍ତି ଯିଏ ଚଳିତ ସିଜିନରୁ ବାଦ ପଡ଼ିଛନ୍ତି । ନାଥନ ଏଲିସ ମଧ୍ୟ ଆଘାତ ଯୋଗୁଁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ଦଳରେ ଥିବା ମ୍ୟାଟ୍ ହେନରୀ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଛନ୍ତି ।

ଯେତେବେଳେ ସ୍ପେନ୍ସର ଜନସନ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାଁନ୍ତି । ଦଳରେ ମୁକେଶ ଚୌଧୁରୀ ଏବଂ ରାମକୃଷ୍ଣ ଘୋଷଙ୍କ ପରି ଅନକ୍ୟାପ୍ ବୋଲର ମଧ୍ୟ ଅଛନ୍ତି, ଯେଉଁମାନେ ସମ୍ଭାବ୍ୟ ଭାବରେ ପଡ଼ିଆରେ ଖଲିଲଙ୍କ ସ୍ଥାନ ନେଇପାରିବେ। ସିଏସକେର ପରବର୍ତ୍ତୀ ମ୍ୟାଚ୍ ୧୮ ଏପ୍ରିଲରେ ହାଇଦ୍ରାବାଦରେ ସନରାଇଜର୍ସ ବିପକ୍ଷରେ ଅଛି ।