ବୌଦ୍ଧ ୭।୧୧: ବୌଦ୍ଧ କଣ୍ଟାମାଳ ବ୍ଲକ୍ ବିଡିଓ ସସ୍‌ପେଣ୍ଡ । BDO ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବନ କଲା ରାଜସ୍ଵ ବିଭାଗ । BDOଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ନଭେମ୍ବର ୬ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନରଙ୍କ କାର୍ଯ୍ୟାଳୟରେ ରହିବା ସହିତ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ BDO । ଏଥିସହ ତାଙ୍କ ବିରୋଧରେ ଆବଶ୍ୟକ ଅଭିଯୋଗପତ୍ର ଓ ପ୍ରମାଣପତ୍ର ଦାଖଲ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Also Read:- ଝାରସୁଗୁଡ଼ାରୁ ନିଖୋଜ, ସୁନ୍ଦରଗଡ଼ ଜଙ୍ଗଲରେ ମିଳିଲା ଯବାନଙ୍କ ମୃତଦେହ

ତେବେ କେଉଁ କାରଣରୁ ବିଡ଼ିଓଙ୍କୁ ନିଲମ୍ବିତ କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କେବଳ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା ଦର୍ଶାଯାଇଛି ।