ବ୍ରହ୍ମପୁର: ଏମଭି କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡି ହୋଇ ମୃତ୍ୟୁ ଘଟଣା ଏବେ ଜୋର ଧରିଛି। ରାତିସାରା ବିଚ ରାସ୍ତାରେ ଆମ୍ବୁଲାନ୍ସରେ ଶବକୁ ରଖି ରାସ୍ତାରୋକ କରିଛନ୍ତି ପରିବାରବର୍ଗ ଓ ଅଞ୍ଚଳବାସୀ। ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ତାଙ୍କ ଶାଳକଙ୍କୁ ଗିରଫ ଦାବି କରିଛନ୍ତି। ବ୍ରହ୍ମପୁର ଅନ୍ଧପସରା ରୋଡ଼ ଆସ୍କାରୋଡ଼ର ପୁରୁଣା ବ୍ରହ୍ମପୁର ପାଣ୍ଡଵ ନଗର ଛକ ନିକଟ ରାସ୍ତାରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି।

ଗତ ୫ ତାରିଖରେ ଏମଭି କନେଷ୍ଟବଲ ଆଶୁତୋଷ ମୃଦଙ୍ଗିଆ ନିଜ ପତ୍ନୀ ପୋଲିସ କନେଷ୍ଟବଲ ସନ୍ଧ୍ୟା ନାୟକ ଙ୍କ କ୍ୱାଟର ପରିସରରେ ପୋଡି ହୋଇଥିଲେ। ମୃତ୍ୟୁ ପୂର୍ବରୁ ଆଶୁତୋଷ ସ୍ତ୍ରୀ ଏବଂ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଥିଲେ।

ଏହାପରେ ପୋଲିସ କାହିଁକି ସନ୍ଧ୍ୟା ଓ ତାଙ୍କ ଭାଇଙ୍କୁ ଗିରଫ କରି ନାହିଁ ତାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ ଡିଏସପି ବିଶ୍ୱ ସାହୁଙ୍କୁ ଦିଆଯାଇଛି।