ନୂଆଦିଲ୍ଲୀ ୦୨।୦୬; ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଏ । ଆଜି ବିଳମ୍ବିତ ରାତି ୨ଟା ୨୫ ମିନିଟରେ ଏମିତି ଏକ ମହାସଂଯୋଗ ଘଟିବାକୁ ଯାଉଛି, ଯାହା ସମସ୍ତଙ୍କ ଭାଗ୍ୟ ବଦଳାଇଦେବ । ଦେବଗୁରୁ ବୃହସ୍ପତି ପ୍ରାୟ ୧୨ ବର୍ଷର ଦୀର୍ଘ ଅନ୍ତରାଳ ପରେ ନିଜର ଉଚ୍ଚ ରାଶି 'କର୍କଟ'ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ମହାଗୋଚର ଯୋଗୁଁ ସମସ୍ତ ୧୨ଟି ରାଶି ପ୍ରଭାବିତ ହେବେ କିନ୍ତୁ ଏଭଳି ୪ଟି ଭାଗ୍ୟଶାଳୀ ରାଶି ଅଛନ୍ତି ଯାହାଙ୍କ ଜୀବନରେ ଏବେ କ୍ୟାରିୟରରେ ଉନ୍ନତି, ନୂଆ ଚାକିରି ଏବଂ ପ୍ରଚୁର ଧନଲାଭର ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେଉଛି ।

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଭାଗ୍ୟ, ଜ୍ଞାନ, ବିବାହ, ସନ୍ତାନ ଓ ଧନର କାରକ ଗ୍ରହ କୁହାଯାଏ । ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ରହୁଥିବାରୁ ତାଙ୍କର ପ୍ରଭାବ ବହୁତ ଗଭୀର ହୋଇଥାଏ । ଜୁନ୍ ୨ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଗୁରୁ ନିଜର ସବୁଠାରୁ ଶକ୍ତିଶାଳୀ ଓ ଶୁଭ ଅବସ୍ଥା ଅର୍ଥାତ୍ ଉଚ୍ଚ ରାଶିରେ ରହି ସମସ୍ତଙ୍କୁ ଶୁଭ ଫଳ ଦେବେ । ତେବେ ଏହି ସମୟ କେଉଁ କେଉଁ ରାଶି ଉପରେ ଭଲ ପ୍ରଭାବ ପକାଇବ ଜାଣନ୍ତୁ।

ମିଥୁନ ରାଶି-ଏହି ରାଶି ବ୍ୟକ୍ତି ବିଶେଷ ଦୀର୍ଘ ଦିନରୁ ଚାଲିଥିବା ଆର୍ଥିକ ଅଭାବ ଅନାଟନ ଦୂର ହେବ। ଫସି ରହିଥିବା ଟଙ୍କା ଫେରସ୍ତ ମିଳିବ ଏବଂ ସୁଖ-ସମୃଦ୍ଧି ବୃଦ୍ଧି ପାଇବ । ସନ୍ତାନ ସୁଖ ପ୍ରାପ୍ତ କରିପାରନ୍ତି । ବୈବାହିକ ସମ୍ପର୍କ ଭଲ ରହିବ ।

ମକର ରାଶି-ଏହି ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ସ୍ୱର୍ଣ୍ଣିମ ହେବ। ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ବଡ଼ ଖୁସିଖବର ମିଳିବ । ପଦୋନ୍ନତି ମିଳିବ, ଦରମା ବୃଦ୍ଧି ହୋଇପାରେ ।

ବିଛା ରାଶି- ଏହି ବ୍ୟକ୍ତିବିଶେଷଙ୍କୁ ବ୍ୟବସାୟୀରୁ ପ୍ରଚୁର ଲାଭ ମିଳିବ ଓ ବଡ଼ ଡିଲ୍ ଫାଇନାଲ୍ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ଜୀବନରେ ମଧୁରତା ବଜାୟ ରହିବ।

ମୀନ ରାଶି- ଏହି ଲୋକଙ୍କ ସମାଜରେ ପ୍ରତିଷ୍ଠା ବଢ଼ିବ । ସବୁଠାରୁ ବଡ଼ କଥା ହେଲା ପୁରୁଣା ନିବେଶ ଯେପରିକି ଶେୟାର ମାର୍କେଟ୍ କିମ୍ବା ପ୍ରପର୍ଟିରୁ ବମ୍ପର ରିଟର୍ଣ୍ଣ ମିଳିବାର ସମ୍ଭାବନା ଅଛି । ସେହିପରି ଅନ୍ୟ ୮ଟି ରାଶିଚକ୍ରରେ ମଧ୍ୟ ମିଶ୍ରିତ ପ୍ରଭାବ ପକାଇବେ ବୃହସ୍ପତି ।

Also Read-Horoscope: ୨ ଜୁନ୍ ୨୦୨୬ ଠାରୁ ବୃହସ୍ପତିଙ୍କ ମିଥୁନରୁ କର୍କଟ ଗୋଚର : ଆଗାମୀ ୧୩ ମାସରେ ୧୨ ରାଶିର ଭାଗ୍ୟରେ କେମିତି ପଡ଼ିବ ପ୍ରଭାବ?