ନୂଆଦିଲ୍ଲୀ: ଭାରତରେ ଦରମା ବଢ଼ୁନି ହେଲେ ଦରଦାମ ବଢ଼ି ଚାଲିଛି। ଏଥିପାଇଁ ଭାରତୀୟ ଜନତା କଷ୍ଟରେ ଥିବା ବେଳେ ଆସନ୍ତା ବର୍ଷ ଦର ବୃଦ୍ଧିର ବନ୍ୟା ଆସିବ ବୋଲି ଚେତାବନୀ ମିଳିଲାଣି। ଏହି ହାଇ ଆଲର୍ଟ ଜାରି କରିଛି ମଲ୍ଟିନ୍ୟାସନାଲ ଫାଇନାନ୍ସିଆଲ୍ ସର୍ଭିସେଜ୍ ଫାର୍ମ ଜେପି ମୋର୍ଗାନ। ଭାରତ ସରକାରଙ୍କ ଉପରେ ୨୦୨୭ ପର୍ଯ୍ୟନ୍ତ ୩ ଲକ୍ଷ କୋଟିର ସବ୍‌ସିଡି ବୋଝ ବଢ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ମହଙ୍ଗା ପରିସ୍ଥିତି ସୃଷ୍ଟି ହେବ । ଚାଷ ପାଇଁ ଉର୍ବରକର ଅଭାବ, ଭୂରାଜନୈତିକ ଚାପ ସହ ଆସୁଥିବା ଏଲନିନୋ ଝଡ଼ ସଂକଟକୁ ଆହୁରି ଗମ୍ଭୀର କରିଦେବ ବୋଲି ସଂସ୍ଥା କହିଛି। ରିପୋର୍ଟ ଅନୁସାରେ ୨୦୨୭ର ପ୍ରଥମ ୬ ମାସରେ ବିଶ୍ୱ ସ୍ତରରେ ଖାଦ୍ୟପେୟର ଦର ୫% ପର୍ଯ୍ୟନ୍ତ ବଢ଼ିପାରେ। ୨୦୨୬ର ପ୍ରଥମ ଅର୍ଦ୍ଧବାର୍ଷିକରେ ଏହି ହାର ୨.୮ ପ୍ରତିଶତ ରହିଛି। ତେବେ ଭାରତ ପାଇଁ ଏହି ଚେତାବନୀ ଅଧିକ ମହଙ୍ଗା ହୋଇପାରେ। କାରଣ ଦେଶର ପୂର୍ବରୁ ଉର୍ବରକ (ଫର୍ଟିଲାଇଜର) ମହଙ୍ଗା ରହିଛି।

ଇରାନରେ ଯୁଦ୍ଧ ଚାପ ଯୋଗୁ ସାର ଓ ଗ୍ୟାସ୍ ସଙ୍କଟ

ମଧ୍ୟପ୍ରାଚ୍ୟର ଭୂମିକା: ବିଶ୍ୱର ପ୍ରାୟ ୪୨% ୟୁରିଆ ଏବଂ ୨୭% ଆମୋନିଆ (ସାର ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ) ମଧ୍ୟପ୍ରାଚ୍ୟ ଅର୍ଥାତ୍ ଆରବ ଦେଶଗୁଡ଼ିକରୁ ଆସେ। ଯଦି ଯୁଦ୍ଧ କିମ୍ବା ଚାପ କାରଣରୁ ସେଠାରୁ ଯୋଗାଣ ବନ୍ଦ ହୋଇଯାଏ, ତେବେ ସାରର ଭୟଙ୍କର ଅଭାବ ସୃଷ୍ଟି ହୋଇପାରେ ଏବଂ ଦାମ ଆକାଶଛୁଆଁ ହୋଇପାରେ।

ଗ୍ୟାସର ଦାମ ବୃଦ୍ଧି: ୟୁରିଆ ଭଳି ସାର ଉତ୍ପାଦନରେ ପ୍ରାକୃତିକ ଗ୍ୟାସର ବହୁଳ ବ୍ୟବହାର ହୁଏ। ଯଦି ଗ୍ୟାସର ଦାମ ବଢ଼ିଯାଏ, ତେବେ ସାର ଉତ୍ପାଦନ ମଧ୍ୟ ମହଙ୍ଗା ହୋଇଯିବ। ସାର ମହଙ୍ଗା ହେଲେ ଚାଷୀମାନେ ଏହାର ବ୍ୟବହାର କମାଇପାରନ୍ତି, ଯାହା ଫଳରେ ଫସଲ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିବ।

Also Read- କୃଷିରୁ କୋଡିଂ, ଗାଁ ହାଟରୁ ଗ୍ଲୋବାଲ ମାର୍କେଟ୍: ୭୯ ବର୍ଷରେ ଏମିତି ବଦଳିଗଲା ଭାରତୀୟ ଅର୍ଥନୀତିର ଚିତ୍ର

ସ୍ଥିତି ସୁଧୁରିବାକୁ ଦୀର୍ଘ ସମୟ ଲାଗିପାରେ: ଯଦି ଏହି ସଙ୍କଟ କାରଣରୁ ସାର କାରଖାନା କିମ୍ବା ଗ୍ୟାସ୍ ପ୍ଲାଣ୍ଟ ବନ୍ଦ ହୋଇଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ ସେଗୁଡ଼ିକୁ ପୁଣି ସମ୍ପୂର୍ଣ୍ଣ କ୍ଷମତାରେ ଆଣିବାକୁ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ।

ସରକାରୀ ପାଣ୍ଠି ଉପରେ ସାର ସବସିଡିର ଚାପ ବଢ଼ିବ

୨୬୬ ଟଙ୍କାରେ ୟୁରିଆ ବସ୍ତା: ଭାରତ ବିଶ୍ୱର ସର୍ବାଧିକ ୟୁରିଆ କ୍ରୟକାରୀ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଦେଶରେ ୪୫ କିଲୋଗ୍ରାମ୍ର ଗୋଟିଏ ୟୁରିଆ ବସ୍ତାର ମୂଲ୍ୟ ମାତ୍ର ₹୨୬୬.୫୦। କିନ୍ତୁ ସରକାର ଏହାକୁ ବିଦେଶରୁ ୧୦ ଗୁଣ ଅଧିକ ଦାମରେ କିଣିନ୍ତି।

୩ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ: ଏହି ମୂଲ୍ୟ ଅନ୍ତରର ବଡ଼ ଅଂଶ ସରକାର ନିଜେ ବହନ କରନ୍ତି। ଏହାକୁ ‘ସାର ସବସିଡି’ କୁହାଯାଏ। ଅଧିକାରୀମାନଙ୍କ ଅନୁମାନ ଅନୁସାରେ, ଚଳିତ ବର୍ଷ ସରକାରଙ୍କ ସାର ସବସିଡି ଖର୍ଚ୍ଚ ₹୩ ଲକ୍ଷ କୋଟିରୁ ମଧ୍ୟ ଅଧିକ ହୋଇପାରେ।

ସରକାରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଯଦି ମଧ୍ୟପ୍ରାଚ୍ୟର ସଙ୍କଟ ଦୀର୍ଘ ସମୟ ଧରି ଚାଲା, ତେବେ ସରକାରଙ୍କ ସାର ସବସିଡି ଖର୍ଚ୍ଚ ଆହୁରି ବଢ଼ିପାରେ। ଏପରି ସ୍ଥିତିରେ ସରକାରଙ୍କ ସମ୍ମୁଖରେ ଦୁଇଟି ବଡ଼ ବିକଳ୍ପ ରହିବ। ନିଜ ରାଜକୋଷରୁ ଅଧିକ ଖର୍ଚ୍ଚ କରି ସାରକୁ ଶସ୍ତା ରଖିବା, କିମ୍ବା ଚାଷୀମାନଙ୍କୁ ସାର ବ୍ୟବହାର କମାଇବାକୁ କହିବା। ଦ୍ୱିତୀୟ ବିକଳ୍ପ ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଇପାରେ।

୨୦୨୬ ଶେଷ ସୁଦ୍ଧା ‘ସୁପର ଏଲ୍ ନିନୋ’ର ଆଶଙ୍କା

୮୧% ସମ୍ଭାବନା: ସାର ଅଭାବ ସହିତ ପାଣିପାଗ ମଧ୍ୟ ଏକ ବଡ଼ ସମସ୍ୟା ହୋଇପାରେ। ଜେପି ମର୍ଗାନ୍ର ଅନୁମାନ ଅନୁସାରେ, ୨୦୨୬ ଶେଷ ସୁଦ୍ଧା ଅତ୍ୟନ୍ତ ଶକ୍ତିଶାଳୀ ‘ସୁପର ଏଲ୍ ନିନୋ’ ଆସିବାର ୮୧% ସମ୍ଭାବନା ରହିଛି, ଯାହା ୨୦୨୭ ପର୍ଯ୍ୟନ୍ତ ଜାରି ରହିପାରେ।

ଫସଲ ଉପରେ ପ୍ରଭାବ: ଇତିହାସରେ ଏଲ୍ ନିନୋ ସମୟରେ ଗରମ ଓ ପ୍ରତିକୂଳ ପାଣିପାଗ ଯୋଗୁ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ ବିଶ୍ୱର ଫସଲ ଉତ୍ପାଦନ ହାରାହାରି ପ୍ରାୟ ୩.୫% ପର୍ଯ୍ୟନ୍ତ କମିପାରେ।

ମହଙ୍ଗାଇ ବଢ଼ିବାର ଆଶଙ୍କା: ଖରାପ ପାଣିପାଗ ଯୋଗୁ ବିଶ୍ୱରେ ଖାଦ୍ୟପଦାର୍ଥର ମହଙ୍ଗା ସ୍ଥିତି ପ୍ରାୟ ୧.୫% ପର୍ଯ୍ୟନ୍ତ ବଢ଼ିପାରେ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଖର୍ଚ୍ଚ ଉପରେ ପଡ଼ିପାରେ।

Also Read- Emergency Fund: ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠିକ୍ ନା ଭୁଲ୍ ? କ'ଣ ସମସ୍ୟା ହୋଇପାରେ ଜାଣନ୍ତୁ

ମୌସୁମୀ ବର୍ଷା ଉପରେ ପ୍ରଭାବରୁ ଭାରତୀୟ ଫସଲ ପାଇଁ ବିପଦ: ଭାରତୀୟ କୃଷି ବହୁ ପରିମାଣରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଏଲ୍ ନିନୋକୁ ସାଧାରଣତଃ ଦୁର୍ବଳ ମୌସୁମୀ ବର୍ଷା ସହିତ ଯୋଡ଼ି ଦେଖାଯାଏ। ତେବେ ଏହା ସବୁବେଳେ ଘଟିବା ଆବଶ୍ୟକ ନୁହେଁ।

୧୯୯୭ର ଉଦାହରଣ: ୧୯୯୭ରେ ଶକ୍ତିଶାଳୀ ଏଲ୍ ନିନୋ ସତ୍ତ୍ୱେ ଭାରତରେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ (Indian Ocean Dipole) ଭଳି ଅନ୍ୟ ପାଣିପାଗ ସମ୍ବନ୍ଧୀୟ କାରକର ପ୍ରଭାବରେ ସାଧାରଣ ଠାରୁ ପ୍ରାୟ ୨% ଅଧିକ ବର୍ଷା ହୋଇଥିଲା।