ମେଷ - ଆର୍ଥିକ ଦୃଷ୍ଟିରୁ ଦିନଟି ସାମାନ୍ୟ ରହିବ । ଅଯଥା ଖର୍ଚ୍ଚ ବୃଦ୍ଧି ହେବା ସହ ପୁରୁଣା କୌଣସି ଆର୍ଥିକ ସମସ୍ୟା ଚିନ୍ତା ବଢ଼ାଇପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଖବର ମିଳିପାରେ । ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ରଖନ୍ତୁ । ସ୍ୱାସ୍ଥ୍ୟ ଓ ନିଦ୍ରା ପ୍ରତି ଯତ୍ନବାନ ହୁଅନ୍ତୁ ।

ବୃଷ - ଆୟ ବୃଦ୍ଧିର ସୁଯୋଗ ମିଳିବ । ବ୍ୟବସାୟରେ ନୂତନ ଚୁକ୍ତି ଏବଂ ପୁରୁଣା ବକେୟା ଅର୍ଥ ଫେରିପାଇବାର ସମ୍ଭାବନା ରହିଛି । ବନ୍ଧୁ ଓ ପରିଚିତଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ନୂତନ ନିବେଶ ପାଇଁ ଭଲ ସୁଯୋଗ ମିଳିପାରେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।

ମିଥୁନ - କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହିତ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ । ଚାକିରିରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ନୂତନ ଯୋଜନା ଆରମ୍ଭ କରିପାରିବେ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାରରେ କୌଣସି ଶୁଭ ଆଲୋଚନା ହୋଇପାରେ ।

କର୍କଟ - ଭାଗ୍ୟର ସହଯୋଗ ମିଳିବାରୁ ଅନେକ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ । ଧାର୍ମିକ କାର୍ଯ୍ୟ ଓ ଦେବଦର୍ଶନରେ ମନ ଲାଗିବ । ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଶୁଭ ଫଳ ମିଳିପାରେ । ଚାକିରିରେ ନୂତନ ସୁଯୋଗ ଆସିବ । ଦୂରଯାତ୍ରାର ଯୋଗ ରହିଛି । ପାରିବାରିକ ଜୀବନରେ ସୁଖଶାନ୍ତି ରହିବ ।

ସିଂହ - ଦିନଟି କିଛିଟା ସତର୍କତାର ସହ ବିତାଇବା ଆବଶ୍ୟକ । ମାନସିକ ଅଶାନ୍ତି ଓ ଅଯଥା ଚିନ୍ତା ବଢ଼ିପାରେ । ଅର୍ଥ କାରବାରରେ ସାବଧାନ ରୁହନ୍ତୁ । ଅନ୍ୟକୁ ଅତ୍ୟଧିକ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ । ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶରୀର ପ୍ରତି ଯତ୍ନ ନିଅନ୍ତୁ ।

କନ୍ୟା - ଦାମ୍ପତ୍ୟ ଜୀବନରେ କିଛି ମତଭେଦ ଦେଖାଦେଇପାରେ । ବ୍ୟବସାୟରେ ନୂତନ ଭାଗୀଦାରଙ୍କ ସହଯୋଗ ମିଳିବ । ଚାକିରିରେ ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ପ୍ରଶଂସିତ ହେବେ । ନୂତନ ସମ୍ପର୍କ ସ୍ଥାପନ ହୋଇପାରେ । ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଓ ମନୋଭାବ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା - କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ । ପୁରୁଣା ଋଣ କିମ୍ବା ଆର୍ଥିକ ସମସ୍ୟାର ସମାଧାନ ହେବାର ଆଶା ରହିଛି । ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ଶୁଭ ଖବର ପାଇପାରନ୍ତି । ମାମଲା ଓ ବିବାଦରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ବିଛା - ଦିନଟି ଆନନ୍ଦ ଓ ଉତ୍ସାହରେ ବିତିବ । ସନ୍ତାନଙ୍କ ପାଇଁ ଶୁଭ ଖବର ମିଳିପାରେ । ଶିକ୍ଷାର୍ଥୀମାନେ ପାଠପଢ଼ାରେ ଭଲ ଫଳ ପାଇବେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ । ଆର୍ଥିକ ଲାଭର ସୁଯୋଗ ମିଳିବ । ନୂତନ ଯୋଜନାରେ ସଫଳତା ମିଳିପାରେ । ମନୋରଞ୍ଜନ ଓ ସାମାଜିକ କାର୍ଯ୍ୟରେ ସମୟ ବିତିବ ।

ଧନୁ - ପାରିବାରିକ ଜୀବନରେ କିଛି ଚିନ୍ତା ଦେଖାଦେଇପାରେ । ଘର ଓ ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରୁହନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ ଧୈର୍ଯ୍ୟ ରଖି କାମ କରନ୍ତୁ । ଯାନବାହନ କ୍ରୟ ପାଇଁ ଯୋଜନା କରିପାରନ୍ତି । ଅଯଥା ବିବାଦରୁ ଦୂରେଇ ରହିବା ଭଲ ।

ମକର - ପରାକ୍ରମ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଭାଇଭଉଣୀଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବ । ଛୋଟ ଯାତ୍ରାରୁ ଲାଭ ମିଳିପାରେ । ବ୍ୟବସାୟରେ ନୂତନ ଗ୍ରାହକ ଯୋଡ଼ି ହେବେ । ଯୋଗାଯୋଗ ଓ ମାର୍କେଟିଂ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

କୁମ୍ଭ - ଆର୍ଥିକ ଦିଗରୁ ଦିନଟି ଅନୁକୂଳ ରହିବ । ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ । ନୂତନ ଆୟର ମାର୍ଗ ଖୋଲିବା ସହିତ ସଞ୍ଚୟ ବୃଦ୍ଧି ପାଇବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ । ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ । ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ରହିବ ।

ମୀନ - ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରୁଥିବାରୁ ଆତ୍ମବିଶ୍ୱାସ ଓ ମାନସିକ ଶକ୍ତି ବୃଦ୍ଧି ପାଇବ । ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉତ୍ସାହ ମିଳିବ । କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ବଢ଼ିବ । ଆର୍ଥିକ ଲାଭର ସୁଯୋଗ ରହିଛି । ବ୍ୟକ୍ତିତ୍ୱରେ ଆକର୍ଷଣ ବୃଦ୍ଧି ପାଇବ । ତେବେ ଅତ୍ୟଧିକ ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682