ମେଷ- ଦିନଟି ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ଆରମ୍ଭ ହେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ନୂତନ ଯୋଜନା ଲାଭଦାୟକ ହେବ। ଆର୍ଥିକ ଦିଗରେ ଉନ୍ନତିର ସୁଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ।

ବୃଷ- କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖନ୍ତୁ। ବ୍ୟବସାୟରେ ଧୈର୍ଯ୍ୟର ସହିତ ନିଷ୍ପତ୍ତି ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମିଥୁନ- ଦିନଟି ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ୍ରଶଂସା ହୋଇପାରେ। ବ୍ୟବସାୟରେ ନୂତନ ସମ୍ପର୍କ ଲାଭ ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ ଫଳ ପାଇବେ।

କର୍କଟ- ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ କାର୍ଯ୍ୟଚାପ ବଢ଼ିପାରେ। ଆର୍ଥିକ କାରବାରରେ ବିଶେଷ ସାବଧାନ ରୁହନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ- ଦିନଟି ଉନ୍ନତିମୂଳକ ରହିବ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ।

କନ୍ୟା- ଅଧୁରା କାର୍ଯ୍ୟ ପୂରଣ ହେବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ନିଜର ପରିଶ୍ରମର ଉଚିତ ଫଳ ପାଇବେ। ବ୍ୟବସାୟରେ ନୂତନ ନିବେଶ ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ତୁଳା- ମିଶ୍ରିତ ଫଳ ମିଳିବ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ବିଳମ୍ବ ହୋଇପାରେ। ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ହେବ। ଅଯଥା ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଚାପ ରହିପାରେ। ଜୀବନସାଥୀଙ୍କ ସହିତ ସମୟ ବିତାଇବାର ସୁଯୋଗ ମିଳିବ।

ବିଛା- ଦିନଟି ଅନୁକୂଳ ରହିବ। ଦୀର୍ଘଦିନରୁ ଅଟକିଥିବା କାର୍ଯ୍ୟରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଧନୁ- ଦିନଟି ଶୁଭପ୍ରଦ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ସୁଯୋଗର ସୂଚନା ମିଳିପାରେ। ବ୍ୟବସାୟରେ ନୂତନ ଯୋଜନା ସଫଳ ହେବ। ଧନଲାଭର ଯୋଗ ରହିଛି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ମକର- ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପୁରୁଣା ଋଣ ପରିଶୋଧ କରିବା ପାଇଁ ଉଦ୍ୟମ କରିବେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

କୁମ୍ଭ- ଦିନଟି ଉତ୍ତମ ରହିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ବ୍ୟବସାୟରେ ଭାଗୀଦାରଙ୍କ ସହଯୋଗରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ମୀନ- କେତେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ବ୍ୟବସାୟରେ ଆଶାନୁରୂପ ଲାଭ ନ ମିଳିଲେ ମଧ୍ୟ ଧୈର୍ଯ୍ୟ ହରାନ୍ତୁ ନାହିଁ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682