ନୂଆଦିଲ୍ଲୀ,୧୪/୦୮ଜେପି ନଡ୍ଡା ଅସୁସ୍ଥ । ହସ୍ପିଟାଲରେ ଭର୍ତ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ଜେପି ନଡ୍ଡା ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି । ଅଗଷ୍ଟ୧୩ତାରିଖ ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ ।

Also Read :- ସେପ୍ଟେମ୍ବରରେ ହଟିବେ ଗମ୍ଭୀର-ଅଗରକର ! ଲକ୍ଷ୍ମଣଙ୍କୁ BCCIରେ ମିଳିବ ସବୁଠୁ ବଡ ପୋଷ୍ଟ୍

ଗୁରୁବାର ସନ୍ଧ୍ୟାରେ ଜେପି ନଡ୍ଡା ସୁସ୍ଥ ଅନୁଭବ କରିନଥିଲେ । ତାଙ୍କୁ ଅସ୍ତବ୍ୟସ୍ତ ଲାଗିଥିଲା । ଯାହାପରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ଏଠାରେ ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ଏପରିକି କୋରୋନାରୀ ଆଞ୍ଜିୟୋଗ୍ରାଫି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ ତତ୍ୱାବଧାନରେ ହୃଦରୋଗ ବିଭାଗରେ ସେ ଚିକିତ୍ସିତ ହେଉଛନ୍ତି ।