ନୂଆଦିଲ୍ଲୀ,୧୪/୦୮:ଭାରତୀୟ କ୍ରିକେଟ୍ ଦଳରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ପୂର୍ବତନ କ୍ରିକେଟର ତଥା ବିସିସିଆଇ ସେଣ୍ଟର୍ ଅଫ୍ ଏକ୍ସଲେନ୍ସର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ବୋର୍ଡରେ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ତାଙ୍କୁ ଡାଇରେକ୍ଟର ଅଫ୍ କ୍ରିକେଟ୍ ପଦରେ ନିଯୁକ୍ତି ମିଳିପାରେ ।

ଯଦି ବିସିସିଆଇ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଏ ତାହାଲେ ଲକ୍ଷ୍ମଣ ଗୁରୁ ଦାୟିତ୍ୱ ସମ୍ଭାଳିବେ । ସେ ଦଳର ଖେଳାଳି, ମ୍ୟାନେଜମେଣ୍ଟ୍ ଏବଂ ଅନ୍ୟ ଗ୍ରୁପ୍ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ କାମ କରିବେ । ତେବେ ବିସିସିଆଇ ପକ୍ଷରୁ ଲକ୍ଷ୍ମଣଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ । ଏହାସହ ନୂଆ ପଦ ସୃଷ୍ଟି କରାଗଲେ ଏହାର ଦାୟିତ୍ୱ କଣ ହେବ ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ଜଣା ପଡିନାହିଁ ।

Also Read :- ଶ୍ରୀଲଙ୍କାରେ ଗମ୍ଭୀରଙ୍କୁ ଟପିବେ କେଏଲ ରାହୁଲ : ବିପଦରେ ଟିମ୍ ଇଣ୍ଡିଆ କୋଚଙ୍କ ଟେଷ୍ଟ୍ ରେକର୍ଡ !

ସେପ୍ଟେମ୍ବରରେ ପରିବର୍ତ୍ତନ

ବିସିସିଆଇ ପାଇଁ ସେପ୍ଟେମ୍ବର ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ମାସରେ ବୋର୍ଡର ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ହେବ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବାବଦରେମଧ୍ୟ ଚର୍ଚ୍ଚା ହେବ । ଗତ ଏପ୍ରିଲରେ ଆସିଥିବା ଏକ ରିପୋର୍ଟରେ ଅଗରକରଙ୍କ କାର୍ଯ୍ୟକାଳ୨୦୨୭ବିଶ୍ୱକପ୍ ପାଇଁ ରହିବ ବୋଲି କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ କିଛି ରିପୋର୍ଟରେ ତାଙ୍କ ବଦଳରେ ନୂଆ ସିଲେକ୍ଟର ଖୋଜା ଚାଲିଥିବା ପ୍ରକାଶ ପାଇଥିଲା ।

ଲକ୍ଷ୍ମଣଙ୍କୁ କାହିଁକି ଦାୟିତ୍ୱ

ଭିଭିଏସ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ୍ ସହ ଜଡିତ ରହିଛନ୍ତି । ସେ ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଖେଳାଳିଙ୍କ ଫିଟନେସ୍ ଏବଂ ବିକାଶ ଉପରେ କାମ କରୁଛନ୍ତି । ନିକଟରେ ଭାରତ ଜିମ୍ବାଓ୍ୱେ ବିପକ୍ଷରେ ଟି୨୦ମୁକାବିଲା ଖେଳିଥିଲା । ଏଥିରେ କୋଚ୍ ଭୂମିକାରେ ସେ ନଜର ଆସିଥିଲେ । ଭାରତ ଏହି ସିରିଜକୁ କବଜା କରିଥିଲା ।

ତଙ୍କୁ ତାଇରେକ୍ଟର୍ ଅଫ୍ କ୍ରିକେଟ୍ ପଦ ମିଳିଲେ ସେ ବୋର୍ଡରେ ଖୁବ୍ ପ୍ରଭାବଶାଳୀ ପୋଷ୍ଟରେ ରହିବେ । ଦଳ, କୋଚ୍ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ଚୟନ ପ୍ରକ୍ରିୟାରେ ତାଙ୍କର ଯୋଗଦାନ ରହିବ । ଏହାସହ ନୂଆ ଖେଳାଳି ଚୟନ, ବିଭିନ୍ନ ଅଞ୍ଚଳରୁ ଭଲ ଖେଳାଳିଙ୍କୁ ବାଛିବା ଭଳି କାର୍ଯ୍ୟ ସେ କରିବେ । ଯାହା ବିସିସିଆଇରେ ତାଙ୍କର ଦବଦବା ବୃଦ୍ଧି କରିବ ।