ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗାମୀ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଆଘାତଜନିତ ସମସ୍ୟା ଯୋଗୁଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ରୁ ବାହାରେ ରହିବେ ବୋଲି ସୂଚନା ମିଳିଛି। ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେସନରେ ବୁମରା ସଂପୂର୍ଣ୍ଣ ପିଟ୍ ନ ଥିବା ଜଣା ପଡ଼ିଛି। ତାଙ୍କର ପୁରୁଣା ସମସ୍ୟା ଏବେ ରହିଛି। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଲାଗିପାରେ। 

ସେପଟେ ବୁମରାଙ୍କ ସ୍ଥାନରେ ଯୁବ ଦ୍ରୁତ ବୋଲର ଆକିବ ନବୀଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇପାରେ। ଘରୋଇ କ୍ରିକେଟରେ ନିଜର ଆକର୍ଷଣୀୟ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଆକିବଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହୋଇପାରେ। ବିସିସିଆଇ ଶୀଘ୍ର ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିପାରେ. ବିସିସିଆଇ ଗୋଟିଏ ସର୍ତ୍ତରେ ବୁମରାଙ୍କୁ  ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ଚୟନ କରିଥିଲା। ଯଦି  ସେ ଫିଟ୍ ହୁଅନ୍ତି ତେବେ ଖେଳିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ହେଲେ ତାଙ୍କର ଆଘାତଜନିତ ସମସ୍ୟା ଏବେ ବହିଥିବା ଜଣା ପଡ଼ିଛି। 

Also Read: ହାର୍ଦ୍ଦିକ ମୁମ୍ବାଇରେ ରହିବେ ନା ଛାଡ଼ିବେ ? ଚର୍ଚ୍ଚାରେ ବ୍ରେକ୍ ଦେଲା ଟିମ୍, କହିଲା...

ବୁମରାଙ୍କ ଅନୁପସ୍ଥିତି ଓ ଦଳର ଚିନ୍ତା

ବୁମରା ହେଉଛନ୍ତି ଭାରତୀୟ ବୋଲିଂ ଆକ୍ରମଣର ମୁଖ୍ୟ ଅସ୍ତ୍ର। ତାଙ୍କର ଅନୁପସ୍ଥିତି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। ତେବେ ଖେଳାଳିଙ୍କ ଫିଟନେସ୍ ଏବଂ ଆଗାମୀ ବଡ଼ ମ୍ୟାଚଗୁଡ଼ିକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଉଛି। ବିସିସିଆଇ ବୁମରାଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହିଁ।

ଆକିବ ନବୀଙ୍କୁ ମିଳିପାରେ ସ୍ଥାନ

ଆକିବ ନବୀ ଘରୋଇ ସିଜିନରେ ନିୟମିତ ଭାବେ ଚମତ୍କାର ବୋଲିଂ କରି ଦଳକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ବୋଲିଂ ସ୍ୱିଙ୍ଗ୍ ଏବଂ ସଠିକ୍ ଲାଇନ୍-ଲେନ୍ଥ ଭାରତୀୟ ବୋଲିଂ ବିଭାଗକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଭାରତୀୟ ଯୁବ ବୋଲରମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିବ।