ଜଳେଶ୍ବର ୨୩।୧୦: ଅଭିଯୁକ୍ତ ବିରୋଧରେ ତଦନ୍ତ ନ କରି ଫାଣ୍ଡି ଅଧିକାରୀ ଓ ଜଳେଶ୍ୱର ଆଇଆଇସି ଛାଡ଼ିଦେବା ଘଟଣାରେ ଆକ୍ସନ । ଦାୟିତ୍ୱହୀନତା ପାଇଁ ଉଭୟଙ୍କୁ ଜିଲ୍ଲା ପୋଲିସ ହେଡ୍କ୍ବାର୍ଟରକୁ ବଦଳି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ।

ଗତ ୧୬ ତାରିଖ ଦିନ ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ନେଇ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଧରି ପରିବାର ଲୋକେ ଥାନାରେ ଜିମା ଦେଇଥିଲେ । ପରେ ନାମ୍ପୋ ଫାଣ୍ଡି ଅଧିକାରୀ ତଦନ୍ତ ନକରି ଅଭିଯୁକ୍ତକୁ ଛାଡି ଦେଇଥିଲେ ।

Also Read:- କୋଟିଆରେ ବିଜେଡିର ୧୬ ଜଣିଆ ଟିମ୍, ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ କମ୍ପିଲା ସାରା ଅଞ୍ଚଳ

ଗତ ଗୁରୁବାର ବର୍ତ୍ତନା ପଞ୍ଚାୟତ ଘେରାପଦା ସ୍ଥିତ ଏକ ଧାନ ବିଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ସହ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିଲା । ପରେ ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡି ଓ ଜଳେଶ୍ୱର ଆଇଆଇସି ଅଶୋକ ବାରିକଙ୍କ ଦାୟିତ୍ୱ ହୀନତା ଦର୍ଶାଇ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର ଆକ୍ସନ ନେଇଛନ୍ତି । ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡିକୁ ଚାକିରିରୁ ସସ୍ପେଣ୍ଡ କରିବା ସହ ଜଳେଶ୍ୱର ଆଇଆଇସି ଅଶୋକ ବାରିକଙ୍କୁ ବାଲେଶ୍ୱର ପୋଲିସ ହେଡ୍କ୍ଵାର୍ଟରକୁ ବଦଳି କରାଯାଇଛି ।