ଯାଜପୁର: ଆସନ୍ତା ମାର୍ଚ୍ଚ ୨୦ ରୁ ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ ଯଯାତି-୨୦୨୬ ସ୍ଥାନୀୟ ପ୍ରଶାସନିକ ଭବନ ପଡ଼ିଆରେ ଅନୁଷ୍ଠିତ ହେବ । ମହୋତ୍ସବ ପୂର୍ବରୁ ବୈତରଣୀରେ ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଆଜି ଭୋରରୁ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରୁ ଅଜ୍ଞାମାଳ ନେଇ ଏକ ଶୋଭାଯାତ୍ରା ବାହାରି ବୈତରଣୀ ନଦୀର ଦଶ୍ଵାସମେଧ ଘାଟରେ ପହଞ୍ଚି ଥିଲେ। ସେଠାରେ ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ବ୍ରାହ୍ମଣ ମାନେ ବୈତରଣୀ ନଦୀ ତଟରେ ପୂଜନ କରିବା ପରେ ମହା ଆଳତୀ କରିଥିଲେ। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଆବାହକତ୍ଵରେ ବୈତରଣୀ ମହା ଆଳତୀ ସମାପନ କରାଯାଇଥିଲା। ମହା ଆଳତୀ ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ଅନୁଷ୍ଠିତ ହେବ ।

Also Read: ଗାଁରେ ପଶି କରୁଥିଲେ ଚୋରି, ବିଦ୍ୟୁତ ଖୁଣ୍ଟ ଛେଚା ଖାଇଲେ ମହିଳା ସମେତ ୪ !

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ଯାଜପୁରବାସୀ ସାମିଲ ହୋଇଥିଲେ।