ଆସ୍କା ୧୮।୦୩ : କଙ୍ଗାରୁ କୋର୍ଟରେ ସଜା । ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ଦେଲେ ଗାଁ ଲୋକେ l ଗଞ୍ଜାମ ଜିଲ୍ଲା ଆସିକାର ଭେଟନଈ ଗାଁରେ ଅଭାବନୀୟ ଘଟଣା l

ଖବର ଅନୁଯାୟୀ, ଭେଟନଈ ଗାଁରେ ଗତ ଦୁଇ ଦିନ ତଳେ ଘଟିଥିଲା ଅଭାବନୀୟ ଘଟଣା । ଗାଁରେ ଏକ ଚୋରୀ ମାମଲାରେ ସନ୍ଦେହ କରି ତିନି ଜଣ ଯୁବକ ଏବଂ ଜଣେ ମହିଳାଙ୍କ କାବୁ କରିଥିଲେ ଲୋକେ । ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ମାଆ-ପୁଅ ହୋଇଥିବା ବେଳେ ବାକି ୨ ଜଣ ସେମାନଙ୍କ ସାଙ୍ଗ ବୋଲି ସୂଚନା ରହିଛି । ତେବେ ସମସ୍ତଙ୍କୁ ଅଟକ ରଖିବା ପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ ଏହି କୋର୍ଟରେ ୪ ଜଣଙ୍କୁ ମିଳିଥିଲା ଦଣ୍ଡ । ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଁ ଲୋକେ ମାଡ଼ ମାରିଥିଲେ l ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l

Also Read:-Biju Naveen inspiration foundation: ବିରୋଧୀଙ୍କୁ ରୋକ୍‌ଠୋକ୍ ଶୁଣାଇଦେଲେ ନବୀନ, କହିଲେ ନଜାଣି ପ୍ରଚାର କରନି କିଛି

ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ୪ ଜଣଙ୍କୁ ଉଦ୍ଧାର କରିଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି l ପ୍ରଶାସନର ବାରମ୍ବାର ତାଗିଦ ପରେ ବି ଲୋକମାନେ ଆଇନକୁ ନିଜ ହାତକୁ ନେଉଛନ୍ତି । ଆଉ କଙ୍ଗାରୁ କୋର୍ଟ ଭଳି ବେଆଇନ୍ କାମ କରୁଛନ୍ତି ।