ଜୟପୁର, ୦୮/୧୨:ରାଜସ୍ଥାନ ହାଇକୋର୍ଟଙ୍କୁ ଧମକ । ବୋମାରେ ଉଡାଇଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ପ୍ରଥମ ଥର ପାଇଁ ନୁହେଁ ଲଗାତାର ଦ୍ୱିତୀୟ ଥର ପାଇଁ କୋର୍ଟକୁ ଉଡାଇ ଦେବାକୁ ଧମକ ଦିଆଯାଇଛି। ଯାହାକୁ ନେଇ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଛି। ପୂର୍ବରୁ ଶୁକ୍ରବାର ମଧ୍ୟ ସମାନ ଧମକ ମିଳିଥିଲା । ଯାହାପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ସୋମବାର ଧମକପୂର୍ଣ୍ଣ କଲ୍ ମିଳିବା ପରେ ସୁରକ୍ଷା ଅଧିକାରୀ ତୁରନ୍ତ ସତର୍କ ହୋଇଯାଇଥିଲେ । କୋର୍ଟ ପରିସରକୁ ଖାଲି କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ କରିଥିଲେ । ତେବେ ସୁରକ୍ଷାକାରଣରୁ କୋର୍ଟ କାର୍ଯ୍ୟ ଅନେକ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା । ଯାହା ଆଇନଜୀବୀଙ୍କ ଚିନ୍ତା ବଢାଇ ଦେଇଛି ।

ହାଇକୋର୍ଟକୁ ବାରମ୍ବାର ମିଳୁଥିବା ଧମକକୁ ନେଇ ଆଇନଜୀବୀ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହା ପୋଲିସ ଏବଂ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ପାଇଁ ଏହା ଏକ ଲଜ୍ଜାଜନକ ଘଟଣା । ଏପରି ଧମକ ମିଲିଲେ ନ୍ୟାୟାଳୟ କାମ ପୂରା ଠପ୍ ହୋଇଯାଉଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହରରେ ଜୟପୁରରେ ଥିବା ରାଜସ୍ଥାନ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ଧମକ ଏକ ମେଲ୍ ଯୋଗେ ଦିଆଯାଇଥିଲା । ଏହାକୁ କେହି କେଜିଷ୍ଟ୍ରାରଙ୍କ ମେଲ ଆଇଡିକୁ ପଠାଇଥିଲା । ଯାହା ପରେ ମିଛ ବୋଲି ଜଣା ପଡିଥିଲା ।