ବମ୍ବେ ,୧/୧୧-; ବକ୍ସ ଅଫିସରେ ଧମାଲ କରୁଛି ଜେଲର -୨ l ପ୍ରେକ୍ଷାଳୟରେ ଏହି ସିନେମା ଅଜାକୁ ୧୮ ଦିନ ପୁରା କରିଥିବା ବେଳେ ସିନେମା ହଲରେ ଏବେ ବି ଖଚାଖଚ୍ଚ ଭିଡ଼ ଦେଖିବାକୁ ମିଳୁଛି l ସିନେମାରେ ମୁଖ୍ୟ ଭୂମିକାରେ ଷ୍ଟାଇଲିଶ ଷ୍ଟାର ରଜନୀକାନ୍ତ ଥିବା ସହିତ ଜବରଦସ୍ତ ଷ୍ଟୋରି ଲାଇନ ସିନେ ପ୍ରେମୀଙ୍କ ମନ କିଣୁଛି l ସୂଚନା ଅନୁସାରେ ଏହି ସିନେମା ଅଦ୍ୟାବଧି ୪୫୦ କୋଟି କଲେକ୍ସନ କରିସାରିଛି l

ସାକନିଲ୍କ ଅନୁଯାୟୀ, ଫିଲ୍ମଟି ୧୮ ସଫଳତାର ସହ ଅତିକ୍ରମ କରିଥିବା ବେଳେ ,ଏହାକୁ ୩ ,୩୭୦ଟି ସୋ ମିଳିଥିଲା l ଆଜି ଦିନରେ ୨.୬୭ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି ଜେଲର-୨ । ସେହିପରି ଗ୍ରସ କଲେକ୍ସନ ୩.୧୫ କୋଟି ଟଙ୍କା ହୋଇଛି।

also read- ଆଡ଼ଭାନ୍ସ ବୁକିଂରେ ''ରାମାୟଣର'' ଧମାକା , ରୋଜଗାର କଲା ୨୨ କୋଟି !

ତେବେ ତାମିଲ ଭାଷାରେ କଣ ଭଲ କଲେକ୍ସନ ହୋଇଛି କି ?ଫିଲ୍ମଟି ତାମିଲ୍ ଭର୍ଜନରେ ରୋଜଗାର କରିଛି ୫.୯୯ କୋଟି ଟଙ୍କା । ଫିଲ୍ମକୁ ୩,୩୪୧ଟି ଶୋ' ମିଳିଥିଲା ବେଳେହିନ୍ଦୀ ସଂସ୍କରଣ କଲେକ୍ସନ କରିଛି ୧.୧୯ କୋଟି ଟଙ୍କା l ହିନ୍ଦୀରେ ଜେଲର୨ କୁ ୨,୮୧୧ଟି ଶୋ' ମିଳିଥିଲା। ଠିକ ସେହିପରି ଫିଲ୍ମର ତେଲୁଗୁ ଭର୍ଜନ ୭୨ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଏଠି ଏକ କଥା ଜଣାଇ ଦେଉଛୁ ଯେ ଚଳଚ୍ଚିତ୍ରର ୧୮ ତମ ଦିନର କଲେକ୍ସନର ଫାଇନାଲ୍ ଆକଳନ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଫାଇନାଲ୍ ଆକଳନ ରାତି ସାଢ଼େ ୧୦ଟା ସୁଦ୍ଧା ସମ୍ପୂର୍ଣ ଆକଳନ ଆସିଯିବାର ସମ୍ଭାବନା ରହିଛି ।"