ମେଷ– ମନରେ ଅଶାନ୍ତି ଓ କାର୍ଯ୍ୟରେ ବାଧା ଦେଖାଦେଇପାରେ। ଅର୍ଥହାନି ଓ ଅଯଥା ଖର୍ଚ୍ଚର ଯୋଗ ରହିଛି। ପାରିବାରିକ ଜୀବନରେ ମତାନ୍ତର ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଶରୀରରେ କ୍ଳାନ୍ତି ଓ ପୀଡ଼ା ଅନୁଭବ ହୋଇପାରେ। ଅନ୍ୟର କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ– ଧନଲାଭ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଅଟକି ରହିଥିବା ଟଙ୍କା ଫେରିପାଇପାରନ୍ତି। ଭାଇଭଉଣୀ ଓ ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ନୂତନ ଯୋଜନା ଓ ବ୍ୟବସାୟିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ସାମାଜିକ ସମ୍ମାନ ବୃଦ୍ଧି ପାଇବ।

ମିଥୁନ– ଆର୍ଥିକ ଦିଗରେ ଶୁଭଫଳ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ଆୟର ମାର୍ଗ ଖୋଲିପାରେ। ବ୍ୟବସାୟରେ ଲାଭ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ସାମଗ୍ରୀ କ୍ରୟ କରିବାର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗରେ ଅଧୁରା କାର୍ଯ୍ୟ ସମ୍ପନ୍ନ ହେବ।

କର୍କଟ– ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟରେ ଉନ୍ନତି ଓ ନୂତନ ଦାୟିତ୍ୱ ମିଳିବାର ଯୋଗ ରହିଛି। ଆର୍ଥିକ ଦିଗରେ ଉନ୍ନତି ହେବ। ପାରିବାରିକ ସମ୍ପର୍କ ମଧୁର ରହିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଶୁଭ କାର୍ଯ୍ୟରେ ମନ ନିବେଶ କରିବେ।

ସିଂହ– ମାନସିକ ଅଶାନ୍ତି ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ଓ ଗୁପ୍ତ ଶତ୍ରୁଙ୍କଠାରୁ ସମସ୍ୟା ଦେଖାଦେଇପାରେ। ଦୂରଯାତ୍ରାରେ ସତର୍କ ରୁହନ୍ତୁ। ନିଜର ଗୁପ୍ତ କଥା ଅନ୍ୟକୁ କୁହନ୍ତୁ ନାହିଁ। ଶାରୀରିକ ସୁସ୍ଥତା ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା– ଧନଲାଭ ଓ ଆଶାନୁରୂପ ଅର୍ଥପ୍ରାପ୍ତି ହେବ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଦୀର୍ଘଦିନର ମନୋବାଞ୍ଛା ପୂରଣ ହୋଇପାରେ। ବ୍ୟବସାୟରେ ନୂତନ ଗ୍ରାହକ ଓ ଲାଭର ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ସନ୍ତାନଙ୍କ ପାଇଁ ଖୁସି ଖବର ପାଇପାରନ୍ତି।

ତୁଳା– କର୍ମକ୍ଷେତ୍ରରେ ଖୁସି ଓ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରଶଂସା ପାଇବେ। ନୂତନ କାର୍ଯ୍ୟରେ ଦାୟିତ୍ୱ ବୃଦ୍ଧି ପାଇବ। ପିତା ଓ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଲାଭ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ବିଛା– ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ଓ ଦେବଦର୍ଶନରେ ମନ ଲାଗିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାରେ ଶୁଭଫଳ ମିଳିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ପିତାଙ୍କ ସହଯୋଗ ପାଇବେ। ନୂତନ ଜ୍ଞାନ ଆହରଣ ଓ ଶୁଭ ସମାଚାର ପ୍ରାପ୍ତିର ଯୋଗ ରହିଛି।

ଧନୁ– ଶାରୀରିକ ପୀଡ଼ା ଓ ମାନସିକ ଚିନ୍ତା ବଢ଼ିପାରେ। ଅଚାନକ ଧନହାନି ଓ ଅନାବଶ୍ୟକ ଖର୍ଚ୍ଚର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଯାନବାହନ ଓ ଅଗ୍ନି ସମ୍ବନ୍ଧୀୟ କାର୍ଯ୍ୟରେ ସାବଧାନ ରୁହନ୍ତୁ। ଋଣ ଓ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ।

ମକର– ଦାମ୍ପତ୍ୟ ଜୀବନରେ ପ୍ରୀତି ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ଓ ସମର୍ଥନ ମିଳିବ। ବ୍ୟବସାୟରେ ନୂତନ ଚୁକ୍ତି ଓ ଲାଭର ସୁଯୋଗ ଆସିବ। ଅବିବାହିତଙ୍କ ବିବାହ ସମ୍ବନ୍ଧୀୟ ଆଲୋଚନା ଆଗକୁ ବଢ଼ିପାରେ। ନୂତନ ସମ୍ପର୍କ ସ୍ଥାପନ ହେବ। ଅଂଶୀଦାରୀ ବ୍ୟବସାୟରେ ଶୁଭଫଳ ମିଳିବ।

କୁମ୍ଭ– ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ରୋଗ ଓ ଋଣ ସମ୍ବନ୍ଧୀୟ ସମସ୍ୟାରୁ ଆଶ୍ୱସ୍ତି ମିଳିପାରେ। ପ୍ରତିଯୋଗିତାରେ ସଫଳତା ଓ କର୍ମକ୍ଷେତ୍ରରେ ଉନ୍ନତି ହେବ।

ମୀନ– ସନ୍ତାନଙ୍କୁ ନେଇ ଚିନ୍ତା ଓ ମାନସିକ ଅଶାନ୍ତି ବଢ଼ିପାରେ। ପ୍ରେମ ସମ୍ପର୍କରେ ମତଭେଦ ଦେଖାଦେଇପାରେ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ଅଟକିଥିବା କାର୍ଯ୍ୟରେ ବିଳମ୍ବ ହୋଇପାରେ। ନିବେଶ ଓ କଳ୍ପନାଭିତ୍ତିକ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ଦିନର ଶେଷ ଭାଗରେ ମାନସିକ ଶାନ୍ତି ଫେରିପାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682