ମେଷ- କର୍ମକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ହେଲେ ମଧ୍ୟ ନିଜ ଦକ୍ଷତାରେ ସଫଳତା ପାଇବେ। ଆର୍ଥିକ ଦିଗରେ ଆୟ ବୃଦ୍ଧିର ସୁଯୋଗ ମିଳିବ। ପରିବାରରେ ମତଭେଦ ହୋଇପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ଦୂରଯାତ୍ରା ସମୟରେ ସତର୍କ ରୁହନ୍ତୁ। ଶାରୀରିକ କ୍ଳାନ୍ତି ଓ ମାନସିକ ଅଶାନ୍ତି ଦେଖାଦେଇପାରେ।

ବୃଷ- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହିତ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବାର ସମ୍ଭାବନା ରହିଛି। ଦୀର୍ଘଦିନର ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ଓ ସମନ୍ୱୟ ରହିବ। ନୂତନ ସମ୍ପର୍କରୁ ଲାଭ ମିଳିବ। ଅତ୍ୟଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ- କର୍ମକ୍ଷେତ୍ରରେ ନିଜର ବୁଦ୍ଧି ଓ ବିଚାରଶକ୍ତି ଦ୍ୱାରା ସଫଳତା ପାଇବେ। ଆର୍ଥିକ ଦିଗରେ ଧନପ୍ରାପ୍ତିର ଯୋଗ ରହିଛି। ନୂତନ ବ୍ୟବସାୟିକ ଯୋଜନା ଆରମ୍ଭ କରିବାକୁ ସୁଯୋଗ ମିଳିବ। ପରିବାରରେ ଶୁଭ ଖବର ପାଇ ଆନନ୍ଦିତ ହେବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ।

କର୍କଟ- ମନରେ ଅଯଥା ଚିନ୍ତା ଓ ଅସ୍ଥିରତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅର୍ଥ ଆଗମନ ହେଲେ ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇବ। ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ନିଜର କ୍ରୋଧ ଓ ଆବେଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶାରୀରିକ ପୀଡ଼ା ପ୍ରତି ସତର୍କ ରୁହନ୍ତୁ।

ସିଂହ- କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବା ସହିତ ଉନ୍ନତିର ପଥ ଖୋଲିବ। ଆର୍ଥିକ ଦିଗରେ ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ବ୍ୟବସାୟରେ ନୂତନ ଯୋଜନାରୁ ଲାଭ ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ସନ୍ତାନଙ୍କ ସଫଳତାରେ ଖୁସି ଅନୁଭବ କରିବେ। ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ।

କନ୍ୟା- କର୍ମକ୍ଷେତ୍ରରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ଦିଗରେ ଧନଲାଭର ସୁଯୋଗ ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ଓ ପ୍ରଶଂସା ପାଇବେ। ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ରହିଛି। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ।

ତୁଳା- ଭାଗ୍ୟର ସହଯୋଗରେ ଅନେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଚାକିରି କ୍ଷେତ୍ରରେ ଉନ୍ନତି ଓ ନୂତନ ଦାୟିତ୍ୱ ମିଳିପାରେ। ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ଧାର ଟଙ୍କା ଫେରିପାଇପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପରିବାରରେ ସୁଖଶାନ୍ତି ଓ ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ।

ବିଛା- କର୍ମକ୍ଷେତ୍ରରେ ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ଅର୍ଥ ଆଗମନ ସହିତ ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ସତର୍କ ରୁହନ୍ତୁ। ପାରିବାରିକ କ୍ଷେତ୍ରରେ ମତଭେଦ ଓ ଅଶାନ୍ତି ଦେଖାଦେଇପାରେ। ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ଶାରୀରିକ ପୀଡ଼ା ଓ ମାନସିକ ଚାପ ଅନୁଭବ କରିପାରନ୍ତି।

ଧନୁ- କର୍ମକ୍ଷେତ୍ରରେ ଉନ୍ନତି ଓ ନୂତନ ସୁଯୋଗ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ଧନଲାଭ ହେବ। ବ୍ୟବସାୟରେ ନୂତନ ଭାଗୀଦାରଙ୍କ ସହଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଓ ପରସ୍ପର ବୁଝାମଣା ବଢ଼ିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଶୁଭ ସମ୍ବାଦ ମିଳିପାରେ। ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ।

ମକର- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହିତ ପରିଶ୍ରମର ଫଳ ପାଇବେ। ଆର୍ଥିକ ଦିଗରେ ଆୟ ବୃଦ୍ଧି ହେଲେ ମଧ୍ୟ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ। ଶତ୍ରୁଙ୍କ ଷଡ଼ଯନ୍ତ୍ର ବିଫଳ ହେବ। ଋଣ ସମ୍ବନ୍ଧୀୟ ସମସ୍ୟାରେ ଆଶ୍ୱସ୍ତି ମିଳିପାରେ। ପାରିବାରିକ ଜୀବନରେ ସାଧାରଣ ସ୍ଥିତି ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

କୁମ୍ଭ- ନିଜର ପ୍ରତିଭା ଓ କାର୍ଯ୍ୟଦକ୍ଷତା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ଦିଗରେ ଧନଲାଭ ଓ ନୂତନ ଆୟର ମାର୍ଗ ଖୋଲିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିପାରେ। ସନ୍ତାନଙ୍କ ପାଇଁ ଶୁଭ ଖବର ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ- କର୍ମକ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ଆର୍ଥିକ ଦିଗରେ ଘର ଓ ପରିବାର ପାଇଁ ଅଧିକ ଖର୍ଚ୍ଚ ହୋଇପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। ମାତାଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ପରିବେଶ ପ୍ରତି ଧ୍ୟାନ ଦିଅନ୍ତୁ। ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682