ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରରୁ ବିଦେଶ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରହିଛି। ଅକ୍ଟୋବର ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଭାରତୀୟ ଇକ୍ୱିଟି ମାର୍କେଟ୍ରୁ ମୋଟ ୩୪ ହଜାର ୮୪୩ କୋଟି ଟଙ୍କା କାଢ଼ି ନେଇଛନ୍ତି।

ଲଗାତର ଦୁଇ ମାସ ହେଲା ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ମାର୍କେଟ୍ରୁ ନିଜର ଶେୟାର ବିକ୍ରି ଧାରା ଜାରି ରଖିଛନ୍ତି। ଅଶୋଧିତ ତୈଳ ଦର ବୃଦ୍ଧି, ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁଧ ହାର ବୃଦ୍ଧି ଓ ଭାରତୀୟ କମ୍ପାନୀଗୁଡ଼ିକର ଦୁର୍ବଳ ତ୍ରୈମାସିକ ପ୍ରଦର୍ଶନରେ ନିରାଶ ହୋଇ ଏଫ୍‌ପିଆଇମାନେ ଭାରତୀୟ ଶେୟାର ମାର୍କେଟ୍ରୁ ପୁଞ୍ଜି କାଢ଼ି ନେଇ ଅନ୍ୟ ଚାଲି ଯାଉଛନ୍ତି।

ତେବେ ଅକ୍ଟୋବର ଶେଷ ସପ୍ତାହରେ ଏହି ଧାରାରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ୨୬ ରୁ ୩୦ ଅକ୍ଟୋବର ମଧ୍ୟରେ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ମାର୍କେଟ୍ରେ ୬,୩୦୦ କୋଟି ନେଟ ନିବେଶ କରିଥିଲେ। ହେଲେ ଏହାର ପୂର୍ବ ସପ୍ତାହ(୨୩ ଅକ୍ଟୋବରରେ ଶେଷ ହୋଇଥିବା ସପ୍ତାହ)ରେ ଏଫ୍‌ପିଆଇମାନେ ଭାରତୀୟ ଶେୟାର ମାର୍କେଟ୍ରୁ ୨,୭୦୦ କୋଟି ପୁଞ୍ଜି କାଢ଼ି ନେଇଥିଲେ।

Also Read- ବିଦେଶରେ ପେଟ୍ରୋଲ ବିକିଲେ ଲାଗିବନି ଟ୍ୟାକ୍ସ: ଡିଜେଲ ଓ ଏଟିଏଫ୍ ରପ୍ତାନୀ ଶୁଳ୍କ ବଢ଼ିଲା

ସେଣ୍ଟ୍ରାଲ୍ ଡିପୋଜିଟୋରୀ ସର୍ଭିସେସ୍ ଲିମିଟେଡ୍ (CDSL)ର ତଥ୍ୟ ଅନୁଯାୟୀ, ଜୁଲାଇରେ ₹୨୦,୨୦୦ କୋଟି ଏବଂ ଅଗଷ୍ଟରେ ₹୨୯,୬୩୧ କୋଟି ଟଙ୍କାର ନିଟ୍ ପ୍ରବାହ ପରେ, ସେପ୍ଟେମ୍ବରରେ ବିଦେଶୀ ନିବେଶକମାନେ (FPIs) ଭାରତୀୟ ଷ୍ଟକ୍ ବଜାରରୁ ₹୩୫,୮୬୧ କୋଟି ପ୍ରତ୍ୟାହାର କରିଛନ୍ତି। ଅକ୍ଟୋବର ମାସର ନୂଆ ବିକ୍ରିକୁ ମିଶାଇଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତୀୟ ଇକ୍ୱିଟି ମାର୍କେଟ୍‌ରେ ଏଫ୍ପିଆଇର ମୋଟ ଆଉଟଫ୍ଲୋ ୨.୯୫ ଲକ୍ଷ କୋଟି ଟଙ୍କାର ସ୍ତରକୁ ପହଞ୍ଚି ଯାଇଛି।

FPI କଣ, ବଜାର ଉପରେ ଏହାର ପ୍ରଭାବ କେମିତି ପଡ଼ିଥାଏ ?

FPI କ’ଣ ? ଫରେନ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ (FPI) ଅର୍ଥ ହେଲା, କୌଣଶି ଦେଶର ଷ୍ଟକ୍ ବଜାର, ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ବଣ୍ଡରେ ବିଦେଶୀ ନିବେଶକଙ୍କ ଦ୍ୱାରା କରାଯାଇଥିବା ନିବେଶକୁ ବୁଝାଏ। ଭାରତର ଏହିସବୁ କ୍ଷେତ୍ରରେ ହୋଇଥିବା ବିଦେଶୀ ନିବେସକୁ ଏଫ୍ବିଆଇ କୁହାଯାଉଛି।

ବଜାର ଉପରେ ଏହାର ପ୍ରଭାବ- ଶେୟାର ମାର୍କେଟ୍‌ରେ ଏଫ୍‌ପିଆଇଙ୍କର ଖୁବ୍ ଗୁରୁତ୍ୱ ରହିଥାଏ। ଯେତେବେଳେ ଏଫ୍‌ପିଆଇମାନେ ଭାରତୀୟ ବଜାରରେ ନିବେଶ କରନ୍ତି, ସେତେବେଳେ ଷ୍ଟକ୍ ବଜାର ବୃଦ୍ଧି ପାଏ ଏବଂ ଭାରତୀୟ ଟଙ୍କା ମଜବୁତ ହୁଏ। କିନ୍ତୁ, ଯେତେବେଳେ ସେମାନେ ପୁଞ୍ଜି ପ୍ରତ୍ୟାହାର କରି ନିଅନ୍ତି, ସେତେବେଳେ ବଜାର ହ୍ରାସ ପାଏ ଏବଂ ଟଙ୍କା ଦୁର୍ବଳ ହୁଏ।