ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ବଡ଼ ଖବର । ୨୦୨୬ ଅକ୍ଟୋବରରେ ଜିଏସଟି ସଂଗ୍ରହରେ ଏକ ଅଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି । ଗତ ମାସରେ ମୋଟ ଜିଏସଟି ସଂଗ୍ରହ ବାର୍ଷିକ ଭିତ୍ତିରେ ୨୩ ପ୍ରତିଶତ ବୃଦ୍ଧି ପାଇ ୨.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଦେଶରେ ବ୍ୟବସାୟିକ କାରବାର ଏବଂ ଦ୍ରୁତ ବାଣିଜ୍ୟିକ ଗତିବିଧିକୁ ଦର୍ଶାଉଛି ।

ସରକାରୀ ତଥ୍ୟ ଅନୁସାରେ, ଅକ୍ଟୋବର ମାସରେ ମୋଟ ଜିଏସଟି ସଂଗ୍ରହ ୨.୩୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଯାହା ଗତବର୍ଷର ଏହି ସମୟ ତୁଳନାରେ ୨୩% ଅଧିକ । କ୍ରମାଗତ ଭାବେ ବଢ଼ୁଥିବା ଏହି ଟିକସ ରାଜସ୍ୱ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ଭିତ୍ତିଭୂମି ନିର୍ମାଣକୁ ଆହୁରି ମଜବୁତ କରିବ।

ଦେଶର ଉତ୍ପାଦନ, ବଜାରରେ ଗ୍ରାହକଙ୍କ ଚାହିଦା ଏବଂ କଠିନ କର ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ରାଜସ୍ୱ ସଂଗ୍ରହରେ ଏଭଳି ସଫଳତା ମିଳିପାରିଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।