ବମ୍ବେ ,୧ /୧୧-; ନଭେମ୍ବର ୫ରେ ରିଲିଜ ହେବାକୁ ଥିବା ବହୁ ପ୍ରତିକ୍ଷିତ ଚଳଚିତ୍ର ରାମାୟଣକୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି l ସିନେମାଟିକୁ ଆମେରିକାରେ ସ୍ପେଶାଲ ସ୍କ୍ରିନିଙ୍ଗ କରାଯାଇଥିଲା ଏବଂ ଚଳଚିତ୍ରକୁ ନେଇ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା l ସେପଟେ ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ମଧ୍ୟ ଫିଲ୍ମକୁ ନେଇ ଚମତ୍କାରରିଭ୍ୟୁ ଦେଇଛନ୍ତି l ଫିଲ୍ମ ଆଡ଼ଭାନ୍ସ ବୁକିଂରେ ମଧ୍ୟ ବେଶ ଭଲ ରେକଡ଼ କରିଛି l ସାକନିଲ୍କ ଅନୁଯାୟୀ, ଚଳଚ୍ଚିତ୍ରଟି ପ୍ରଥମ ଦିନର ଆଡଭାନ୍ସ ବୁକିଂରେ ୨୨.୭୮ କୋଟି ଟଙ୍କାର କଲେକ୍ସନ କରିଛି। ବ୍ଲକସିଟ୍ ବିନା ଚଳଚ୍ଚିତ୍ରଟି ୧୯ କୋଟି ଟଙ୍କାର ବ୍ୟବସାୟ କରିସାରିଛି।

ଯଦି ଆମେ ଟିକେଟ ବିକ୍ରିର ପରିମାଣ ଉପରେ ନଜର ପକାଇବା ତେବେ ଫିଲ୍ମର ୫.୦୮ ଲକ୍ଷ ଟିକେଟ୍ ବିକ୍ରି ହୋଇଛି। ବିନା ବ୍ଲକସିଟ୍ରେ ୪.୧୭ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି । ସିନେମାଟିକୁ ୧୨,୯୫ଟି ଶୋ ମିଳିଥିବା ଖବର ରହିଛି । ୩୮ଟି ଶୋ ହାଉସଫୁଲ୍ ବୁକିଂ ଯାଇଥିବା ମଧ୍ୟ ଆଗୁଆ ବୁକିଂରୁ ଜଣା ପଡିଛି । ଅନ୍ୟପଟେ, ଫିଲ୍ମଟି ଦୁଇ ଦିନର ଆଡଭାନ୍ସ ବୁକିଂରେ ୩୪.୯୫ କୋଟି ଟଙ୍କା ରୋଜଗାର କରିଛି। ବିନା ବ୍ଲକସିଟ୍ରେ ଫିଲ୍ମଟି ୨୮.୨୩ କୋଟି ଟଙ୍କାର ଆୟ କରିବାରେ ସକ୍ଷମ ହୋଇ ପାରିଛି ।

ଯଦି ସିନେମା ବିଷୟରେ କହିବା ତେବେ ସିନେମାଟିକୁ ବହୁ ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ନିର୍ଦ୍ଦେସନା ଦେଇଥିବା ବେଳେ ସିନେମାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନମିତ ମଲୋହୋତ୍ରା l ଚଳଚିତ୍ରରେ ଲିଡ଼ ରୋଲରେ ନଜର ଆସିଛନ୍ତି ରଣବୀର କପୁର l ସେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି l ଠିକ ସେହିଭଳି ରଣବୀରଙ୍କ ସାଥି କଳକାର ଭାବର ସୀତା ଭୂମିକାରେ ଅଭିନୟ କରିଛନ୍ତି ସାଇ ପଲ୍ଲବୀ l ସିନେମାରେ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଓ ଦଶାନନ ରାବଣ ଚରିତ୍ରରେ ନଜର ଆସିଛନ୍ତି ୟସ l

ଖାଲି ସେତିକି ନୁହେଁ ଫିଲ୍ମରେ ବିବେକ ଓବେରୟ, ରକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଅରୁଣ ଗୋଭିଲଙ୍କ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇସାରିଥିବା ବେଳେ ଅନେକ ଗୀତ ମଧ୍ୟ ରିଲିଜ୍ ହୋଇସାରିଛି। ଫିଲ୍ମଟିର ମ୍ୟୁଜିକ୍ ଦେଇଛନ୍ତି ଏ .ଆର ରହମାନ । ସିନେମାର ଏହି ଗୀତ 'ମଙ୍ଗଲ ରଙ୍ଗ'କୁ ଟ୍ରୋଲ୍ ମଧ୍ୟ କରାଯାଇଥିଲା। ତେବେ ସବୁ ପରେ ଫିଲ୍ମକୁ ବହୁତ ଭଲ ରିଭ୍ୟୁ ମିଳୁଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମକୁ ପୂରା ୫ ଷ୍ଟାର୍ ଦେଇଛନ୍ତି ଏବଂ ଫିଲ୍ମକୁ ଚମତ୍କାର ବୋଲି କହିଛନ୍ତି। ଏବେ ପ୍ରଶଂସକମାନେ ଫିଲ୍ମର ରିଲିଜ୍କୁ ଅପେକ୍ଷା କରି ବସିଛନ୍ତି

also read-କିଙ୍ଗ ଖାଁଙ୍କ ୬୧ତମ ଜନ୍ମ ଦିନ ପୂର୍ବରୁ ଚିକମିକ କଲାଣି ''ମନ୍ନତ '' ,ବଙ୍ଗଳାରେ ଦେଖିବାକୁ ମିଳିଛି ବଡ ଧରଣର ସ୍କ୍ରିନ

ଏଠି ଆଉ ଏକ ଗୁରୁତ୍ୱପୂର୍ଣ କଥା ମଧ୍ୟ ଜାଣିରଖିବା ଦରକାର କି ସିନେମାଟି ଦୁଇଟି ପାର୍ଟରେ ରିଲିଜ ହେଉଛି l ପ୍ରଥମ ପାର୍ଟ ୫ ନଭେମ୍ବରରେ ରିଲିଜ ହେଉଥିବା ବେଳେ ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଦୀପାବଳିରେ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ , ଦ୍ୱିତୀୟ ଭାଗର ରିଲିଜ୍କୁ ନେଇ ଆନୁଷ୍ଠାନିକ ଭାବେ କୌଣସି ଖବର ସାମ୍ନାକୁ ଆସିନାହିଁ।"