ଲାହୋର,|୦୬:ଆମେରିକା ଏବଂ ଇରାନ ମଧ୍ଯରେ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ସ୍ଵିଜରଲାଣ୍ଡର ଜେନେଭା ଗସ୍ତ କରିଥିଲେ । ଏଠାରେ ଥିବା ସମୟରେ ତାଙ୍କୁ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ଏନେଇ ବ୍ରାଜିଲର ଜଣେ ଅନୁସନ୍ଧାନମୂଳକ ସାମ୍ବାଦିକ ତଥା ଭୂ-ରଣନୀତିକ ବିଶେଷଜ୍ଞ ପେପେ ଏସ୍କୋବର ଦାବି କରିଛନ୍ତି ।

ପେପେ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ଯସ୍ତତା କରିବା ଲାଗି ପାକିସ୍ତାନ ଚେଷ୍ଟା କରିଛି। । ପ୍ରାଥମିକ ଭାବେ ଏହି ଚୁକ୍ତିନାମାକୁ ‘ଇସଲାମାବାଦ ଏମଓୟୁ’ ନାମ ଦିଆଯାଇଛି। ଜେନେଭାରେ ଏହି ଚୁକ୍ତି ଉପରେ ଆଲୋଚନା ବେଳେ ସେଠାରେ ମୁନୀର, ଆମେରିକା ଉପ ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Also Read :- Five Eyes Warning: AIକୁ ନେଇ ଫାଇଭ୍ ଆଇଜର ବଡ଼ ଚେତାବନୀ, ମାସକ ଭିତରେ ବଦଳିପାରେ ସାଇବର ସୁରକ୍ଷା ମାନଚିତ୍ର

ଏକ ସାକ୍ଷାତକାରରେ ଏସ୍କୋବର ଦାବି କରିଛନ୍ତି ଯେ, ପାକିସ୍ତାନର ମିଲିଟାରୀ ଇଣ୍ଟେଲିଜେନ୍ସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ମୁନୀରଙ୍କ ସମେତ ଅନ୍ୟ ପାକ୍ ଅଧିକାରୀଙ୍କୁ ହତ୍ୟା କରାଯିବା ଲାଗି ମୋସାଦ ଯୋଜନା କରିଥିବା ପାକିସ୍ତାନ ଜାଣିବାକୁ ପାଇଥିଲା। ଏହା ପରେ ପାକିସ୍ତାନୀ କର୍ତ୍ତୃପକ୍ଷ କୂଟନୈତିକ ମଧ୍ଯସ୍ଥିଙ୍କ ଜରିଆରେ ଇସ୍ରାଏଲକୁ ଚେତାବନୀ ଦେଇଥିଲେ। ଯଦି ମୋସାଦ ଏପରି କରେ ତେବେ ଇସ୍ରାଏଲକୁ ମାନଚିତ୍ରରୁ ହଟାଇ ଦିଆଯିବ ବୋଲି ପାକିସ୍ତାନ ଧମକ ଦେଇଥିଲା।

ତେବେ ଏହି ଦାବି ଦାବି ଉପରେ କୌଣସି ପକ୍ଷ ପ୍ରତିକ୍ରିୟା ଦେଇନାହାନ୍ତି। ପାକିସ୍ତାନୀ ଗଣମାଧ୍ଯମ ମଧ୍ୟ ଏହି ଦାବିକୁ ଖାରଜ କରିଛନ୍ତି। ପ୍ରକାଶଥାଉ କି, ଇସ୍ରାଏଲକୁ ପାକିସ୍ତାନ ଏକ ଦେଶ ଭାବେ ସ୍ବୀକୃତି ଦିଏନାହିଁ। ଇସ୍ରାଏଲକୁ ପାକ୍ ନିଜର ଶତ୍ରୁ ବିବେଚନା କରେ । ଉଭୟଙ୍କ ମଧ୍ୟରେ କୌଣସି ରଣନୈତିକ ଭାଗିଦାରୀ ନାହିଁ ।