​​​​​​​ମେଷ- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ କାର୍ଯ୍ୟଚାପ ଓ ମାନସିକ ଅଶାନ୍ତି ରହିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ନିଜର କ୍ରୋଧ ଓ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ- ଦିନଟି ଶୁଭଫଳଦାୟକ ରହିବ। ଆତ୍ମବିଶ୍ୱାସ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଚାକିରିରେ ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଲାଭ ଓ ଆର୍ଥିକ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିବେ।

ମିଥୁନ- ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଦୂରଯାତ୍ରାର ଯୋଗ ରହିଛି। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ପାରିବାରିକ କଥାକୁ ନେଇ ମନ ଅଶାନ୍ତ ରହିପାରେ।

କର୍କଟ- ଆର୍ଥିକ ଦିଗରେ ଉନ୍ନତି ଓ ଧନଲାଭର ଯୋଗ ରହିଛି। ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନୂତନ ଆୟର ମାର୍ଗ ଖୋଲିପାରେ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ। ପ୍ରେମ ସମ୍ପର୍କରେ ଉନ୍ନତି ହେବ।

ସିଂହ- କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ।

କନ୍ୟା- ଭାଗ୍ୟର ସହଯୋଗରେ ଅଟକିଥିବା କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାରେ ଶୁଭଫଳ ମିଳିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦୂରଯାତ୍ରାରୁ ଲାଭ ମିଳିବ। ପିତାଙ୍କ ସହଯୋଗରେ ଉପକୃତ ହେବେ।

ତୁଳା- ଆର୍ଥିକ କାରବାରରେ ବିଶେଷ ସତର୍କତା ଆବଶ୍ୟକ। ହଠାତ୍ କିଛି ଖର୍ଚ୍ଚ ବଢ଼ିପାରେ। ପୁରୁଣା ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ଛୋଟମୋଟ ମତଭେଦ ଦେଖାଦେଇପାରେ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ।

ବିଛା- ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟ ଓ ଭାଗୀଦାରି କାର୍ଯ୍ୟରେ ଲାଭ ମିଳିବ। ନୂତନ ଚୁକ୍ତି ଓ ବ୍ୟବସାୟିକ ସମ୍ପର୍କରୁ ଉପକୃତ ହେବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂତନ ଯୋଜନା ସଫଳ ହୋଇପାରେ।

ଧନୁ- କର୍ମକ୍ଷେତ୍ରରେ କାର୍ଯ୍ୟଚାପ ବଢ଼ିବ। ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ଲାଭ କରିବେ। ଋଣ ସମ୍ବନ୍ଧୀୟ ସମସ୍ୟାରେ ଆଶ୍ୱସ୍ତି ମିଳିପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ଆସିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ମକର- ଦିନଟି ଆନନ୍ଦ ଓ ଉତ୍ସାହରେ କଟିବ। ସନ୍ତାନଙ୍କ ପାଖରୁ ଶୁଭ ଖବର ମିଳିବ। ଶିକ୍ଷାର୍ଥୀମାନେ ପଢ଼ାପଢ଼ିରେ ସଫଳତା ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ଆର୍ଥିକ ଲାଭ ସହିତ ନୂତନ ଯୋଜନାରେ ସଫଳତା ମିଳିପାରେ।

କୁମ୍ଭ- ପାରିବାରିକ ଜୀବନରେ କିଛି ମାନସିକ ଚାପ ରହିପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ପାଇବେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ- ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଭାଇଭଉଣୀ ଓ ବନ୍ଧୁଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରାରୁ ଲାଭ ହୋଇପାରେ। ନୂତନ ଯୋଗାଯୋଗ ଓ ବ୍ୟବସାୟିକ ଆଲୋଚନାରୁ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682