India GDP growth forecast 2026-27: ଭାରତର ଅର୍ଥନୈତିକ ଗତି ଆଗକୁ ଭଲ ରହିବ। ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍ଏଫ୍) ୨୦୨୬ ପାଇଁ ଭାରତ ଜିଡିପି ଅଭିବୃଦ୍ଧି ଆକଳନକୁ ୭% ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ପୂର୍ବରୁ ଜୁଲାଇରେ ୬.୪% ହାରରେ ବଢ଼ିବ ବୋଲି ଆଇଏମଏଫ୍ ଆକଳନ କରିଥିଲା। ଯୁଦ୍ଧ ଓ କଟକଣା ଯୋଗୁ ସାରା ବିଶ୍ୱରେ ଚାପପୂର୍ଣ୍ଣ ପରିସ୍ଥିତି ରହିଥିବା ବେଳେ ଭାରତରେ ମଜଭୁତ ଘରୋଇ ଚାହିଦା, ସର୍ଭିସ ସେକ୍ଟରରେ ଭଲ ପ୍ରଦର୍ଶନ ଦେଶର ଅର୍ଥନୀତିକୁ ବଳ ଦେଉଛି।

୨୦୨୭ ପାଇଁ ଭାରତର ଅନୁମାନ ୭%

୨୦୨୬ର ବାକି ରହିଯାଇଥିବା ମାସ ଓ ୨୦୨୭ ପାଇଁ ବି ଦେଶର ଜିଡିପି ଗ୍ରୋଥ ଆକଳନ ୭ ପ୍ରତିଶତ ରହିପାରେ ବୋଲି ଆଇଏମଏଫ ଆକଳନ କରିଛି। ଆଇଏମଏଫ୍ ପୂର୍ବରୁ ଗତ ମାସରେ ୱର୍ଲ୍ଡ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଓ ଏସଆଣ୍ଡପି ଏବଂ ଫିଚ୍ ଭଳି ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (OECD)ଗୁଡ଼ିକ ଆର୍ଥିକ ବର୍ଷ ୨୦୨୭ ପାଇଁ ଭାରତର ଜିଡିପି ଗ୍ରୋଥ ୭ ପ୍ରତିଶତ ରଖିଥିଲେ। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତରେ ଜୁନ ତ୍ରୈମାସିକରେ ଦୃଢ଼ ଅର୍ଥନୈତିକ କାର୍ଯ୍ୟକଳାପ ଓ ଚାହିଦା ଯୋଗୁ ଜିଡିପି ଗ୍ରୋଥରେ ପଜିଟିଭ ରେସପନ୍ସ ଦେଖିବାକୁ ମିଳିଥିଲା।

Also Read- ବ୍ୟବସାୟୀଙ୍କୁ ସାମାନ୍ୟ ଆଶ୍ଵସ୍ତି, ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ଉପରେ ମର୍ଚାଣ୍ଟ ଫି

ମନ୍ଥର ହୋଇପାରେ ଚୀନ ଓ ଋଷର ଅଭିବୃଦ୍ଧି

ଆଇଏମଏପ୍ ରିସର୍ଚ୍ଚ ଡାଇରେକ୍ଟରେ ଓ ଇକୋନୋମିକ ଫାଉଣ୍ଡର ସିଲୱାନା ନେରରେରୋଙ୍କ କହିବା ଅନୁସାରେ, ନେଟ ଏନର୍ଜି ଇମ୍ପୋର୍ଟର ହେବା ସତ୍ତ୍ୱେ ଏସୀୟ କ୍ଷେତ୍ରରେ ଜବରଦସ୍ତ ମଜଭୁତ ସ୍ଥିତି ଦେଖିବାକୁ ମିଳିଛି। ଏଆଇ ଉପଯୋଗରେ ବୃଦ୍ଧି କମୋଡିଟି ମାର୍କେଟର ଚାପକୁ ହ୍ରାସ କରିଛି। ତେଣୁ ଚୀନ ସମେତ ଭାରତ ଏସିଆର ବଡ଼ ଗ୍ରୋଥ ଇଞ୍ଜିନ ହୋଇ ଉଦୟ ହୋଇଛି। ତେବେ ଆଇଏମଏଫ୍ ଚୀନର ବିକାଶ ହାରକୁ କମ କରି ଆକଳନ କରିଛି। ୨୦୨୬ରେ ଚୀନର ବିକାଶ ହାର ୪.୫% ଓ ୨୦୨୭ରେ ଅଭିବୃଦ୍ଧି ୪.୦ ପ୍ରତିଶତ ରହିପାରେ ବୋଲି ଆଇଏମଏଫ୍ କହିଛି। ବିଶ୍ୱରେ ଉତ୍ତେଜନା ଓ ଅଶୋଧିତ ତୈଳ ଦର ଚୀନ ବିକାଶରେ ବାଧକ ସାଜୁଛି ବୋଲି କହିଛି ଆଇଏମଏଫ୍।

ଦୁର୍ବଳ ରହିବ ବିଶ୍ୱ ବିକାଶ ହାର

ଆଇଏମଏଫ୍ ଅନୁସାରେ ଗ୍ଲୋବାଲ ଇକୋନୋମି ୨୦୨୮ରୁ ୨୦୩୧ ମଧ୍ୟରେ ହାରାହାରି ୩.୨% ହାରରେ ବଢ଼ିବ। ଏହି ଅଭିବୃଦ୍ଧି ୨୦୦୦-୨୦୧୯ର ପ୍ରି-ପାଣ୍ଡାମିକ ଆଭେରଜ୍ ୩.୭% ଠାରୁ ବି କମ। ବିକାଶ ହାରରେ ହ୍ରାସ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଓ ଏନର୍ଜି ଇମ୍ପୋର୍ଟକାରୀ ଉଦୀୟମାନ ଦେଶଗୁଡ଼ିକରେ ଦେଖାଯାଇଛି। ହେଲେ ଭାରତରେ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳିଛି। ଭାରତରେ ବିଶାଳ ଜନସଂଖ୍ୟା, ଘରୋଇ ବଜାରରେ ବୃଦ୍ଧି, ଓ ସକ୍ରିୟ ସୁଧାର ଯୋଗୁ ଭାରତରେ ସ୍ଥିତି ଭଲ ରହିଛି। ତେବେ କିଛି କ୍ଷେତ୍ରରେ ଏବେ ବି ସମସ୍ୟା ରହିଥିବା ଆଇଏମଏଫ ସତର୍କ କରିଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ପାଇଁ ବଡ଼ ବିପଦ ଆଣିପାରେ। ସେହିପରି ବିଶ୍ୱସ୍ତରରେ ଥିବା ସମସ୍ୟା ମଧ୍ୟ ଭାରତକୁ ଅଡ଼ୁଆରେ ପକାଇପାରେ ବୋଲି ଆଇଏମଏଫ୍ ୱାର୍ଣ୍ଣିଂ କରିଛି।