ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖ ମଙ୍ଗଳବାର ସୁନା ଓ ରୁପା ଦର କମିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA) ଅନୁସାରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୩୯୯ ଟଙ୍କା ହ୍ରାସ ପାଇଛି। ଫଳରେ ଦର ୧ ଲକ୍ଷ ୪୮ ହଜାର ଟଙ୍କାକୁ ଖସି ଆସିଛି। ସେହିପରି ଏକ କେଜି ରୁପା ଦରରେ ୯୨୩ ଟଙ୍କା ହ୍ରାସ ପାଇ କେଜି ୨ ଲକ୍ଷ ୨୦ ହଜାର ଟଙ୍କା ହୋଇଛି।

ଏହା ପୂର୍ବରୁ ଗତକାଲି ଅର୍ଥାତ ୧୨ ଅକ୍ଟୋବରରେ ସୁନା ୧୩୬୯ ଟଙ୍କା ଓ ରୁପା ୮୧୪ ଶସ୍ତା ହୋଇଥିଲା। ତେଣୁ ଗତ ଦୁଇ ଦିନରେ ସୁନା ୧୭୫୦ ଟଙ୍କା ରୁପା ୧୭୦୦ ଟଙ୍କା ହ୍ରାସ ପାଇଥିବା IBJA କହିଛି।

ଆହୁରି ବଢ଼ିପାରେ ସୁନା-ରୁପା ଦର

ଆଜି ଯଦିଓ ସୁନା ଓ ରୁପା ଦର ହ୍ରାସ ପାଇଛି, ହେଲେ ଆସନ୍ତା ଦିନମାନଙ୍କରେ ଏହି ଦୁଇ ଧାତୁର ଦାମ ଆହୁରି ବଢିପାରେ। କମୋଡିଟି ଏକ୍ସପର୍ଟ ଅଜୟ କେଡିଆ ମନି ଭାସ୍କରକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭାରତ ଓ ଚୀନରେ ଫେଷ୍ଟିଭ୍ ସିଜନ ଆରମ୍ଭ ହୋଇଯାଇଛି। ତେଣୁ ଏଥିରେ ସୁନା ଓ ରୁପା ଦର ବଢ଼ିବାର ସମ୍ଭାବନା ରହିଛି।

Also Read- ବ୍ୟବସାୟୀଙ୍କୁ ସାମାନ୍ୟ ଆଶ୍ଵସ୍ତି, ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ଉପରେ ମର୍ଚାଣ୍ଟ ଫି

ଏହା ବାଦ ସାରା ବିଶ୍ୱ ବର୍ତ୍ତମାନ ସୁନା କିଣିବା ଉପରେ ଗୁରୁତ୍ୱ ଦେଉଛି। ଚୀନ ସମେତ ବିଶ୍ୱର ଅନ୍ୟ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କମାନେ ଏବେ ପ୍ରବଳ ମାତ୍ରାରେ ସୁନା କିଣୁଛନ୍ତି। ଏହି ସବୁ କାରଣରୁ ଦୀପାବଳି ପର୍ଯ୍ୟନ୍ତ ସୁନା ୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଅଜୟ କେଡିଆଙ୍କ କହିଛନ୍ତି। ସେହିପରି ରୁପା କେଜି ମଧ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ୧୫ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା

ଗତ ଦୁଇ ବର୍ଷ ହେବ ସୁନା ଓ ରୁପା ଦରରେ ଅପ-ଡାଉନ ଜାରି ରହିଛି। ୩୧ ଡ଼ିସମ୍ବର ୨୦୨୫ରେ ୨୪ କେରେଟ୍ ୧୦ ଗ୍ରାମ ସୁନା ଦର ୧.୩୩,୧୯୫ ଟଙ୍କା ରହିଥିଲା। ହେଲେ ୨୦୨୬ ଜାନୁଆରୀ ୩୧ ତାରିଖରେ ଏହା ୧,୬୫,୭୯୫ ହଜାର ହୋଇଗଲା। ସେହିପରି ରୁପା କେଜି ଗତବର୍ଷ ୩୧ ଡିସେମ୍ବରେ ଥିଲା ୨,୩୦,୪୨୦ ଟଙ୍କା ହେଲେ ୨୦୨୬ ଜାନୁଆରୀ ବେଳକୁ ଏହା ୩ ଲକ୍ଷ ୩୯ ହଜାର ୯୫୦ ହୋଇଯାଇଥିଲା। ଚଳିତ ବର୍ଷ ଏହା ଥିଲା ଦୁଇ ଧାତୁର ସର୍ବାଧିକ ବୃଦ୍ଧି।

ତେବେ ଚଳିତ ବର୍ଷ ଜାନୁଆରୀ ମାସ ତୁଳନାରେ ଯଦି ଦେଖିବା ସୁନା ଓ ରୁପା ଦର ହ୍ରାସ ପାଇଛି। ହେଲେ ଗତବର୍ଷ ତୁଳନାରେ ଏବର୍ଷ ସୁନା ୧୫ ହଜାର ଟଙ୍କା ମହଙ୍ଗା ଓ ରୁପା ୧୦ ହଜାର ଟଙ୍କା ଶସ୍ତା ହୋଇଛି।