Iran reimposed restrictions Strait of Hormuz: ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ। ଏହି ଜଳପଥ ଖୋଲିବ ନେଇ ଇରାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଓହରି ଯାଇଛି। ଆମେରିକା ଯୁଦ୍ଧ ବିରାମ ସର୍ତ୍ତ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜକୁ ପୁଣିଥରେ ବନ୍ଦ କରି ଦେଇଛି।

ଇରାନ ହର୍ମୁଜ ଖୋଲି ଦେବା ପରେ ଆମେରିକା ପକ୍ଷରୁ ପ୍ରତିକ୍ରିୟା ଆସିଥିଲା। ହର୍ମୁଜ ଖୋଲିବାର ଅର୍ଥ ନୁହେଁ, ଯେ ଆମେ ଇରାନ ବନ୍ଦର ଉପରେ ପ୍ରତିରୋଧ ହଟାଇ ଦେବୁ। ବରରରେ ପ୍ରତିରୋଧ ହଟାଯିବ ନାହିଁ ବୋଲି ଆମେରିକା ମନା କରିଦେବା ପରେ ଇରାନ ଶନିବାର ପୁଣିଥରେ ଏହି ଜଳପଥକୁ ବନ୍ଦ କରିଛି। ବର୍ତ୍ତମାନ ଠାରୁ ଏହି ଜଳପଥ ସେନା ନିୟନ୍ତ୍ରଣରେ ଅଛି ବୋଲି ଇରାନ କହିଛି। ଯେପର୍ଯ୍ୟନ୍ତ ଆମେରିକାର ଇରାନ ବନ୍ଦର ଅବରୋଧ ପ୍ରଭାବୀ ରହିବ, ସେପର୍ଯ୍ୟନ୍ତ ଇରାନ ଏହି ପ୍ରଣାଳୀ ଦେଇ ପରିବହନକୁ ଅବରୋଧ କରିବ ବୋଲି ଚେତାବନୀ ଦେଇଛି।

ହର୍ମୁଜ ଖୋଲିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ୱାଶିଂଟନ ସହିତ ତେହେରାନ ଯେପର୍ଯ୍ୟନ୍ତ ଏହାର ପରମାଣୁ କାର୍ଯ୍ୟକ୍ରମ ସମେତ ଚୁକ୍ତିରେ କରି ନାହିଁ ସେପର୍ଯ୍ୟନ୍ତ ଆମେରିକୀୟ ଅବରୋଧ ବଳବତ୍ତର ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ଏହି ବୟାନର ଦିନକ ପରେ ଏହି ପଦକ୍ଷେପ ନିଆଯାଇଛି।

Also Read- India Russia Treaty: ଭାରତରେ ରହିବେ ରୁଷ୍ ସୈନିକ, ରୁଷ୍ରେ ମୁତୟନ ହେବେ ଭାରତୀୟ ସେନା

ଆମେରିକାର ବୟାନ ଓ ଇରାନର ଜବାବରୁ ଏହା ଜଣାପଡ଼ିଛି ଯେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମି ନାହିଁ। ତେଣୁ ଶାନ୍ତି ଆଲୋଚନା ଆଶା କ୍ଷୀଣ ଜଣାପଡ଼ୁଛି। ତେବେ ଆମେରିକାର ମନମାନୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଇନ୍ଧନ ସଂକଟ ଦେଇ ଗତି କରୁଛି।

ସେପଟେ ସୋମବାର ଇସ୍ଲାମାବାଦ୍‌ରେ ଇରାନ ଓ ଆମେରିକାର ମଧ୍ୟରେ ପୁଣିଥରେ ଶାନ୍ତି ଆଲୋଚନା ହେବାର ଅଛି। ଘଟଣା ସହିତ ପରିଚିତ ଇରାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଆଲୋଚନା ପାଇଁ ଇରାନ ପ୍ରତିନିଧିମଣ୍ଡଳୀ ରବିବାର ପାକିସ୍ତାନର ରାଜଧାନୀରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସିଏନଏନରେ ଖବର ପ୍ରକାଶ ପାଇଛି।

ଅଲ ଜାଜିରା ରିପୋର୍ଟ ଅନୁଯାୟୀ, କତାରର ଆମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍ଥାନି ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟପ୍ ଏର୍ଦୋଗାନ୍ ପୃଥକ ଭାବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। କୂଟନୈତିକ ଆଲୋଚନା ମାଧ୍ୟମରେ ଶତ୍ରୁତା ଶେଷ କରିବାକୁ ଲିଡରମାନେ ପରସ୍ପର ସହ ଆଲୋଚନା କରିଛନ୍ତି ବୋଲି କତାର ନ୍ୟୁଜ୍ ଏଜେନ୍ସି ଅଲଜଜୀର ରିପୋର୍ଟ କରିଛି।