ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଟେକ୍ନୋଲୋଜି କମ୍ପାନି ପାଇଁ ମଧ୍ୟ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। କାରଣ ନିକଟରେ ଆମାଜନର ଏକ କ୍ଲାଉଡ ଫେସିଲିଟି ଉପରେ ଇରାନ ଆକ୍ରମଣ ଦିନକ ପରେ ପୁଣି ଇରାନ ନିଜ ଅଞ୍ଚଳରେ ଚାଲିଥିବା ସବୁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) କମ୍ପାନିଙ୍କୁ ଟାର୍ଗେଟ କରିବାକୁ ଚେତାବନୀ ଦେଇଛି।

ଶୁକ୍ରବାର ଇରାନର ଖାତମ ଅଲ- ଅମ୍ବିଆ ମୁଖ୍ୟାଳୟର ପ୍ରବକ୍ତା ଏକ ଭିଡିଓ ମେସେଜରେ କହିଛନ୍ତି, ଯଦି ଇରାନର ପାଓ୍ବାର ପ୍ଲାଣ୍ଟ ଫେସିଲିଟି ଉପରେ ଆମେରିକା ଆକ୍ରମଣ କରେ, ତେବେ ଏହାର ଜବାବରେ ଜିଓନିଷ୍ଟ ରେଜିମେର ସବୁ ପାଓ୍ବାର ପ୍ଲାଣ୍ଟ, ଶକ୍ତି ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନିଙ୍କ ସହ ସେହି ଅଞ୍ଚଳରେ ଥିବା ଆମେରିକା କମ୍ପାନିଙ୍କୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦିଆଯିବ।

ବଡ଼ କଥା ହେଲା ନିକଟରେ ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ମଧ୍ୟ ଚେତାବନୀ ଦେଇଥିଲା। ପୂର୍ବରୁ ବି ଆଇଆରଜିସି ମଧ୍ୟପ୍ରାଚ୍ୟରେ ଥିବା ଆମେରିକା କମ୍ପାନିଙ୍କୁ ଟାର୍ଗେଟ କରିବାକୁ ଧମକ ଦେଇଥିଲା। ଯେଉଁଥିରେ ମାଇକ୍ରୋସଫ୍ଟ, ଆପଲ, ଗୁଗଲ ଏବଂ ମେଟା ମଧ୍ୟ ସାମିଲ ଅଛି।

Also Read: Iran US Ceasefire: ଫେଲ୍ ମାରିଲା ପାକିସ୍ତାନ, ଆମେରିକା-ଇରାନ ଯୁଦ୍ଧ ବନ୍ଦ କରାଇବ ରୁଷ୍

ଗୁଗଲ ଉପରେ ବଡ଼ ଅଭିଯୋଗ

ଆହୁରି ମଧ୍ୟ ଭିଡିଓରେ ଲେଖାଯାଇଛି ଯେ, ଗୁଗଲ ଦ୍ବାରା ଲୁଚାଯାଇଥିଲେ ବି ଆମ ନଜରରୁ କିଛି ଲୁଚି ରହିନାହିଁ। ଏହା ପରେ ମେସେଜରେ ୟୁଏଇ ସ୍ଥିତ ଷ୍ଟାରଗେଟ ପ୍ରୋଜେକ୍ଟର ଲୋକେସନକୁ ରେଖାଙ୍କିତ କରାଯାଇଛି। ଯାହାକୁ ଏକ ବଡ଼ ଏଆଇ କମ୍ପ୍ୟୁଟିଂ କ୍ଲଷ୍ଟର ଭାବରେ ବର୍ଣ୍ଣିତ କରାଯାଇଛି। ଭିଡିଓରେ ଏହି ପ୍ରୋଜେକ୍ଟ ସହ ଜଡ଼ିତ ପମୁଖ ଆମେରିକୀୟ କମ୍ପାନିଙ୍କ ସିଇଓଙ୍କ ଫଟୋ ଦେଖାଯାଇଛି। ଯେଉଁଥିରେ ଏନଭିଡିଆ, ଓପନଏଆଇ, ମାଇକ୍ରୋସଫ୍ଟ ଏବଂ ଗୋଲ୍ଡମ୍ୟାନ ସାକ୍ସ ମଧ୍ୟ ସାମିଲ ଅଛି।

ଗୁରବାର ହୋଇଥିଲା ଆମାଜନ କ୍ଲାଉଡ ଉପରେ ଆକ୍ରମଣ

ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ, ଗୁରୁବାର ବାହାରିନରେ ଥିବା ଆମାଜନର କ୍ଲାଉଡ ଅପରେସନ ଉପରେ ଆକ୍ରମଣ କରିଥିଲା। ଆମାଜନ ଓ୍ବେବ ସର୍ଭିସେଜ ମଧ୍ୟ ଏହି ଘଟଣା ବିଷୟରେ ସ୍ପଷ୍ଟ କରିଥିଲା। ଏମିତିକି କମ୍ପାନି ଗତ ମାସରେ ମଧ୍ୟ ବାହାରିନରେ ଥିବା ଏଡବ୍ଲୁଏସରେ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଥିବ କହିଥିଲା।

ଆମେରିକୀୟ କମ୍ପାନିଙ୍କ ଉପରେ ଗୁଇନ୍ଦାଗିରି ଅଭିଯୋଗ

ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜାରି ଏକ ଟେଲିଗ୍ରାମ ମେସେଜରେ ଆଇଆରଜିସି ଏହି କମ୍ପାନିଙ୍କ ଉପରେ ଆମେରିକା ସରକାରଙ୍କ ପାଇଁ ଜାସୁସୀ କରିବା ଏବଂ ଆକ୍ରମଣରେ ସହାୟତା କରିବା ଅଭିଯୋଗ ଆଣିଥିଲା। ତେଣୁ ଏହି କମ୍ପାନିକୁ ଟାର୍ଗେଟ କରିବାକୁ ବୋଲି କହିଥିଲା ଆଇଆରଜିସି।

Also Read: ହର୍ମୁଜକୁ ନେଇ ଭୁଲ ନିଷ୍ପତ୍ତି ନିଅ ନାହିଁ, ପରିସ୍ଥିତି ଆହୁରି ଜଟିଳ ହୋଇଯିବ... UNSCକୁ ଚେତାବନୀ ଦେଲା ଇରାନ୍

ଆଇଆରଜିସି ୧୮ ଆମେରିକା କମ୍ପାନିଙ୍କ ଏକ ତାଲିକା ଜାରି କରିଥଲା। ଯେଉଁଥିରେ ପ୍ରଯୁକ୍ତି ଏବଂ ଆର୍ଥିକ କ୍ଷେତ୍ରର ପ୍ରମୁଖ କମ୍ପାନି ସାମିଲ ଥିଲେ। ଇରାନ ଏହି କମ୍ପାନିଙ୍କୁ ଆମେରିକା- ଇସ୍ରାଏଲର ଆତଙ୍କବାଦୀ ଅପରେସନରେ ସହଯୋଗୀ ବୋଲି ଭାବୁଛି। ଖାସକରି ଏଆଇ ଏବଂ ଡାଟା ଟ୍ରାକିଂ ମାଧ୍ୟମରେ ଏମାନେ ଏଭଳି କରୁଥିବା ଅଭିଯୋଗ ଆଣିଛି।

ଏମିତିରେ ଅଞ୍ଚଳରେ ବଢ଼ୁଥିବା ତିକ୍ତତା ସହ ମଧ୍ୟପ୍ରାଚ୍ୟରେ ଆମେରିକା ଟେକ୍ନୋଲୋଜି କମ୍ପାନିଙ୍କ ବଡ଼ ଉପସ୍ଥିତି ଏବେ ଯୁଦ୍ଧକୁ ନୂଆ ପ୍ରସଙ୍ଗ ହେବା ପରି ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ମତରେ ଡିଜିଟାଲ ଭିତ୍ତିଭୂମି ଉପରେ ଆକ୍ରମଣ ଦ୍ବାରା ବ୍ୟାଙ୍କିଂ, ପେମେଣ୍ଟ ସିଷ୍ଟମ ଏବଂ ଅନ୍ୟ ସେବା ଉପରେ ବ୍ୟାପକ ପ୍ରଭାବ ପଡ଼ିପାରେ।