GT vs RR IPL 2026: ଆଇପିଏଲ୍ ୨୦୨୬ର ନବମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୧୦ ରନର ବିଶାଳ ସ୍କୋର କରିଛି। ଧ୍ରୁବ ଜୁରେଲ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଯଶସ୍ଵୀ ଜୟସ୍ଵାଲ ୫୫ ରନ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଆସିଛି ୩୧ ରନ। ସିଜିନିରେ ପ୍ରଥମ ବିଜୟ ପାଇଁ ଗୁଜରାଟ ସମ୍ମୁଖରେ ରହିଛି ୨୧୧ ରନ ଟାର୍ଗେଟ୍।

ରାଜସ୍ଥାନ ରୟାଲ୍ସ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ୱୀ ଜୟସ୍ୱାଲ ଇନିଂସ ଓପନ କରିଥିଲେ। ପାୱାରପ୍ଲେରେ ରାଜସ୍ଥାନ କୌଣସି ୱିକେଟ ନ ହରାଇ ୬୯ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୧୮ ବଲରେ ୩୧ ରନ କରିଥିବା ବେଳେ ଜୟସ୍ୱାଲ ୩୬ ବଲରେ ୫୫ ରନ କରିଥିଲେ। ଅଧିନାୟକ ରିୟାନ ପରାଗ ଫ୍ଲପ୍ ହେବା ସହ ମାତ୍ର ୮ ରନ କରିଥିଲେ।

Also Read: ଅଚାନକ ଟିମରୁ ବାହାରିଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଷ୍ଟାର ଖେଳାଳି ସମ୍ଭାଳିଲେ ଅଧିନାୟକ ଦାୟିତ୍ଵ

ରାଜସ୍ଥାନ ଓ୍ଵିକେଟ୍ ହରାଉଥିଲେ ହେଁ  ଧ୍ରୁବ ଜୁରେଲ ଦମଦାର ବ୍ୟାଟିଂ କରିଥିଲେ। ସେ ରନହାର କମିବାକୁ ଦେଇ ନ ଥିଲେ?. ସେ ୪୨ ବଲରେ ୭୫ ରନ କରି ଦଳର ସ୍କୋରକୁ ୨୦୦ ପାର ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ସିମରନ ହେଟମାୟର ୧୮ ରନ କରିଥିଲେ। ଶେଷରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ବୋଲିଂରେ ଗୁଜରାଟ ପକ୍ଷରୁ ସବୁ ବୋଲର ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।