IPL 2026 MI vs KKR: IPLର ୧୯ତମ ସଂସ୍କରଣର ଦ୍ଵିତୀୟ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ବିଜୟରୁ ଅଭିଯାନ ଆରମ୍ଭ ପାଇଁ ଦୁଇ ଟିମ୍ ପ୍ରସ୍ତୁତ। ତେବେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡରେ ନିଜର ୧୪ ବର୍ଷର ଇତିହାସ ବଦଳାଇବାକୁ ଯଥା ସମ୍ଭବ ଚେଷ୍ଟା କରିବ। କାରଣ ମୁମ୍ବାଇ ଗତ ୧୪ ବର୍ଷ ହେବ ନିଜର ପ୍ରଥମ ମ୍ୟାଚ୍ ହାରି ଆସିଛି। ଅନ୍ୟପଟେ କେକେଆରର ଉଦ୍ଦେଶ୍ୟ ଏହି ମ୍ୟାଚ୍ ଜିତି ଓ୍ଵାଙ୍ଖେଡ଼େରେ ନିଜର ଖରାପ ରେକର୍ଡ ସୁଧାରିବା ରହିଛି।

୧୪ ବର୍ଷର ଇତିହାସ ବଦଳାଇବାକୁ ଓହ୍ଲାଇବ MI

ମୁମ୍ବାଇ ଇଣ୍ଡିଆନ୍ସ ସେହି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଯାହା ଗତ ୧୪ ବର୍ଷରେ ହୋଇ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ IPL ଇତିହାସର ସବୁଠୁ ସଫଳ ଦଳ।ରୋହିତ ଶର୍ମାଙ୍କ ନେତୃତ୍ଵରେ ଦଳ ୫ଟି ଟ୍ରଫି ଜିତି ସାରିଛି। ମାତ୍ର ଯେବେ ଦଳର ପ୍ରଥମ ମ୍ୟାଚ୍ ଜିତିବା କଥା ଆସିଥାଏ, ଦଳ ଗତ ୧୪ ବର୍ଷ ହେବ ପ୍ରଥମ ମ୍ୟାଚ୍ ଜିତ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଥର ୨୦୧୪ରେ ନିଜର ପ୍ରଥମ ଆଇପିଏଲ୍ ମ୍ୟାଚ୍ ଜିତିଥିଲା। ତେଣୁ ଦଳ ନିଜର ଏହି ଲଜ୍ଜାଜନକ ଇତିହାସ ବଦଳାଇବାକୁ ଚାହିଁବ।

Also Read: କ୍ଲାସେନଙ୍କ ଆଉଟ୍ କୁ ନେଇ ଉଠିଲା ପ୍ରଶ୍ନ, ଭଲରେ ନଦେଖି ପ୍ୟାଭିଲିୟନ ପଠାଇଦେଲେ ଅମ୍ପାୟାର

MI ବିରୁଦ୍ଧରେ KKRର ରେକର୍ଡ ଖରାପ

MI ପାଇଁ ୧୪ ବର୍ଷର ଇତିହାସ ବଦଳାଇବା ସହଜ ଲାଗୁଛି। କାରଣ କୋଲକାତା ନାଇଟ୍ ରାଇଡର୍ସର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ରେକର୍ଡ ନିରାଶଜନକ ରହିଛି। କେକେଆର ଓ୍ଵାଙ୍ଖେଡ଼େରେ ୧୨ଟି ଖେଳି ମାତ୍ର ୨ଟି ଜିତିଛି। ଏଥିରୁ ଗୋଟିଏ ମ୍ୟାଚ୍ ୨୦୧୨ ଏବଂ ଦ୍ଵିତୀୟ ୨୦୨୪ରେ ଆସିଛି। ଏବେ କେକେଆର ନିଜର ଏହି ରେକର୍ଡ ସୁଧାରିବାକୁ ଯଥା ସମ୍ଭବ ଚେଷ୍ଟା କରିବ।

ହୋଇପାରେ ଛକା ବର୍ଷା

MI vs KKR ମୁକାବିଲାରେ ଦୁଇ ଦଳ ପକ୍ଷରୁ ଅନେକ ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ। ଏଥିରେ ରୋହିତ ଶର୍ମା, ସୁନିଲ ନାରିନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ଵିଣ୍ଟନ ଡିକଙ୍କ ପରି ନାଁ ସାମିଲ୍। ମାତ୍ର ଜଣେ ଖେଳାଳିଙ୍କ ଉପରେ ରହିପାରେ ଅଧିକ ନଜର। ସେ ହେଉଛନ୍ତି ଫିନ ଆଲେନ। ସେ ୨୦୨୬ରେ ଏ ପର୍ଯ୍ୟନ୍ତ ୧୬ଟି ଟି-୨୦ ଇନିଂସରେ ସର୍ବାଧିକ ୫୦ ଛକା ମାରିଛନ୍ତି। ଫିନ ଆଲେନଙ୍କୁ କେକେଆର ମାତ୍ର ୨ଟି କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ଓପନିଂରେ ବ୍ୟାଟିଂ କରୁଥିବା ଫିନ ଆଲେନ ଏମଆଇ ବିପକ୍ଷରେ ଧମାକା କରି ପାରନ୍ତି।

Also Read: ଟେଷ୍ଟ୍ କ୍ରିକେଟକୁ ଫେରିବେ ବିରାଟ କୋହଲି, BCCI କରିବ କ୍ୟାପ୍ଟେନ୍ ! ପୂର୍ବତନ ଖେଳାଳି କହିଲେ...​​​​​​​