ନୂଆଦିଲ୍ଲୀ,୨୯ /୦୩: ବିରାଟ କୋହଲି ପିନ୍ଧିବେ ଧଳା ଜର୍ସି । ପୁଣି ଥରେ ଟେଷ୍ଟ୍ କ୍ରିକେଟକୁ କରିବେ ବ୍ୟାକ୍ । ଆଇପିଏଲର ପ୍ରଥମ ମୁକାବିଲା ପରେ କିଛି ଏମିତି ଚର୍ଚ୍ଚା । ହାଇଦ୍ରାବାଦ ବିପକ୍ଷରେ ଦମଦାର୍ ପାଳି ଖେଳିଛନ୍ତି ରନ୍ ମେସିନ୍ । ଯାହାକୁ ନେଇ ଭାରତୀୟ ଦଳର ପୂର୍ବତନ ଖେଳାଳି ବଡ କଥା କହିଛନ୍ତି ।

ପୂର୍ବତନ କ୍ରିକେଟର ଅମ୍ବତି ରାୟଡୁ କହିଛନ୍ତି ଯେ, ବିରାଟ ଫିଟ୍ ଅଛନ୍ତି । ସେ ଆହୁରି ୫ ରୁ ୬ ବର୍ଷ ଯାଏଁ କ୍ରିକେଟ୍ ଖେଳିପାରିବେ । ସେ ଖେଳିବା ଉଚିତ୍ । ଶନିବାର ବିରାଟ ଏସଆରଏଚ ବିପକ୍ଷରେ ୬୯ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଆଇପିଏଲରେ ମଧ୍ୟ ବିରାଟ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ଏସବୁକୁ ନେଇ ଅମ୍ବତି କହିଛନ୍ତି ଯେ, ବିରାଟ ଖାଲି ଦିନିକିଆରେ ଫୋକସ କରିବା ଅନୁଚିତ୍ । ଏବେବି ସେ ଟେଷ୍ଟ୍ ଖେଳିପାରିବେ । ଟେଷ୍ଟ୍ କ୍ରିକେଟକୁ ତାଙ୍କର ଅବଦାନ ଅପୂରଣୀୟ ରହିଛି । ନାଲି ବଲର କ୍ରିକେଟରୁ ସେ ଆହୁରି କିଛି ଅବଦାନ ଦେଇପାରିବେ । ସେ ଏବେ ପୁରା ଫିଟ୍ ଅଛନ୍ତି । ଏବେ ଆଇପିଏଲରେ ବିରାଟ କେବଳ ଟ୍ରେଲର ଦେଖାଇଛନ୍ତି ।

​​​​​​​Also Read :-Virat Kohli: କ୍ରିକେଟ୍ ମୈଦାନରେ ଫ୍ଲାଇଂ କିସ୍ ଦେଲେ ବିରାଟ, ଲାଜେଇ ଗଲେ ଅନୁଷ୍କା ; ଭାଇରାଲ ହେଉଛି ରୋମାଣ୍ଟିକ ମୁମେଣ୍ଟ

ଅମ୍ବତି ରାୟଡୁ ଆହୁରି କହିଛନ୍ତି ଯେ, ତାଙ୍କର କୌଣସି ଶାରୀରିକ ସମସ୍ୟା ଥିଲା ଭଳି ମନେ ହେଉନାହିଁ । ପଡିଆରେ ସେ ଜବରଦସ୍ତ ଫିଲ୍ଡିଂ କରୁଛନ୍ତି । କେବଳ ମାନସିକ ସ୍ତରରେ ହିଁ ସେ ପଛକୁ ହଟିପାରିବେ । ନହେଲେ କୌଣସି ଅସୁବିଧା ନାହିଁ । ଏବେବି ତାଙ୍କ କ୍ୟାରିଅର ବହୁତ ବର୍ଷ ରହିଥିବା ଲାଗୁଛି । ବିସିସିଆଇ ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ଦେବାକୁ ବିଚାର କରିବା ଦରକାର । ଟେଷ୍ଟରେ ସେ ଏବେବି ରନ୍ ଭୋକରେ ଅଛନ୍ତି । ତେଣୁ ସେ ଟେଷ୍ଟ୍ କ୍ରିକେଟକୁ କମ୍ ବ୍ୟାକ୍ କରିବା ଆବଶ୍ୟକ । ଯଦି ସେ ନଖେଳିବେ ତାହାଲେ ଏହା ଭାରତୀୟ ଦଳର କ୍ଷତି ବୋଲି ରାୟଡୁ କହିଛନ୍ତି ।

ସିଏସକେର ପୂର୍ବତନ ସୁପରଷ୍ଟାର୍ ରାୟଡୁ ଆହୁରି କହିଛନ୍ତି ଯେ, ଟେଷ୍ଟ୍ କ୍ରିକେଟରେ ବିରାଟଙ୍କୁ ନେତୃତ୍ୱ ପ୍ରଦାନ କଲେ ଖୁବ୍ ଭଲ ହେବ । ସେ ଦଳକୁ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଜିତାଇବାରେ ସାହାଯ୍ୟ କରିପାରିବେ । ସେ ଫିଟ୍ ଅଛନ୍ତି । ତାଙ୍କ ପାଇଁ ଫିଚନେସ୍ କୌଣସି ସମସ୍ୟା ନୁହେଁ ବୋଲି ରାୟଡୁ କହିଛନ୍ତି ।