KKR vs PBKS IPL 2026: IPL ୨୦୨୬ର ୧୨ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଓ ପଞ୍ଜାବ କିଙ୍ଗ୍ସ(ପିବିକେଏସ)। ମୁକାବିଲା ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ମ୍ୟାଚ୍ ଘରୋଇ କେକେଆର ପାଇଁ ଜିତିବା ଜରୁରୀ। କାରଣ ଦଳ ଏ ପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମ୍ୟାଚ୍ ହାରି ସାରିଛି। ତେଣୁ ଦଳ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ନିଜର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଜବରଦସ୍ତ ଢଙ୍ଗରେ ସିଜିନର ଆରମ୍ଭ କରିଛି।

KKR ନିଜର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠୁ ୬ ଓ୍ଵିକେଟରେ ହାରିଥିଲା। ପୁଣି ନିଜର ଘରୋଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦଠୁ ୬୫ ରନରେ ପରାଜୟ ଭୋଗିଥିଲା। ତେଣୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵାଧୀନ କେକେଆର ଶ୍ରେୟସ ଆୟରଙ୍କ ପଞ୍ଜାବକୁ ହରାଇ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ଅଣ୍ଟା ଭିଡ଼ିଛି।

Also Read: IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ ଦେଲେ ସବୁଠୁ କମ, ଭାଙ୍ଗିଲେ ଏହି ଖେଳାଳିଙ୍କ ରେକର୍ଡ

ପଞ୍ଜାବ କିଙ୍ଗ୍ସକୁ ହରାଇବା ସହଜ ନୁହେଁ

ପଞ୍ଜାବ କିଙ୍ଗ୍ସକୁ ହରାଇବା କେକେଆର ପାଇଁ ସେତେ ସହଜ ନୁହେଁ। ପଞ୍ଜାବ ସିଜିନରେ ନିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଜାବର ବ୍ୟାଟିଂ କ୍ରମ ବିସ୍ଫୋରକ ଥିବା ବେଳେ ବୋଲିଂ ଘାତକ ରହିଛି। ବ୍ୟାଟିଂରେ ପଞ୍ଜାବ କିଙ୍ଗ୍ସର ଓପନିଂ ଭାବେ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂଙ୍କ ସହିତ କୁପର କନୋଲି ଓ ଶ୍ରେୟସ ଆୟର ରହିଛି। ବୋଲିଂରେ ଅର୍ଶଦୀପ ସିଂ, ଜାଭିୟର ବାର୍ଟଲେଟ୍, ବିଜୟ କୁମାର ବୈଶାଖ ଓ ୟୁଜବେନ୍ଦ୍ର ଚହଲଙ୍କ ପରି ବୋଲର ଅଛନ୍ତି। ମାର୍କୋ ଜନସେନ ଓ ମାର୍କସ ଷ୍ଟୋଇନିସଙ୍କ ପରି ଅଲରାଉଣ୍ଡର ଦଳର ବ୍ୟାଟିଂ ଓ ବୋଲିଂକୁ ସନ୍ତୁଳିତ କରୁଛନ୍ତି। ଏହି ପରି ପଞ୍ଜାବ ଟିମ୍ ବହୁତ ସନ୍ତୁଳିତ ଏବଂ ମଜବୁତ ରହିଛି।

Also Read: ଦିଲ୍ଲୀ ବୋଲରଙ୍କ ସହ ମାଇଣ୍ଡ୍ ଗେମ୍ ଖେଳିଲେ ରୋହିତ ଶର୍ମା ! ଛାନିଆ ହୋଇଗଲେ ରାହୁଲ-କୂଲଦୀପ

କେକେଆରକୁ ସୁଧାରିବାକୁ ପଡ଼ିବ ପ୍ରଦର୍ଶନ

KKRକୁ ନିଜର ବ୍ୟାଟିଂ ଓ ବୋଲିଂରେ ସୁଧାରର ଆବଶ୍ୟକତା ରହିଛି। ବ୍ୟାଟିଂରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଅଙ୍ଗକୃଷ ରଘୁବଂଶୀଙ୍କ ବ୍ୟତୀତ ରିଙ୍କୁ ସିଂ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଅନ୍ୟ ବ୍ୟାଟର ଦଳକୁ ନିରାଶ କରିଛନ୍ତି। ବିଶେଷ କରି ୨୫ କୋଟି ଟଙ୍କାରେ ଦଳରେ ସାମିଲ କ୍ୟାମେରୁନ ଗ୍ରୀନଙ୍କ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବୋଲିଂ ମଧ୍ୟ ବହୁତ ଦୁର୍ବଳ ରହିଛି।

କେମିତି ରହିବ ଇଡେନ ଗାର୍ଡେନ୍ସର ପିଚ୍

ଇଡେନ ଗାର୍ଡେନ୍ସର ପିଚ୍ ସାଧାରଣତଃ ବ୍ୟାଟରଙ୍କ ପାଇଁ ଅନୁକୂଳ ରହିଥାଏ। ଦ୍ରୁତ ଆଉଟଫିଲ୍ଡ କାରଣରୁ ଏଠାରେ ରନ ସହଜରେ ଆସିଥାଏ। ଏଠାକାର ଫ୍ଲାଟ୍ ପିଚ୍ କାରଣରୁ ବଲ୍ ଠିକ୍ ଭାବେ ବ୍ୟାଟକୁ ଆସିଥାଏ। ଏଥିରେ ବ୍ୟାଟରଙ୍କୁ ହାତଖୋଲ ସଟ୍ ଖେଳିବ ସହଜ ହୋଇଯାଏ। ମ୍ୟାଚ୍ ଆରମ୍ଭରେ ଦ୍ରୁତ ବୋଲରଙ୍କୁ କିଛିଟା ସହାୟତା ମିଳିପାରେ। ମାତ୍ର ଖେଳ ଆଗକୁ ବଢିବା ସହିତ ପିଚ୍ ଧିମା ହୋଇଯାଏ ଏବଂ ସ୍ପିନରଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ଛୋଟ ବାଉଣ୍ଡରୀ ଏବଂ କାକର କାରଣରୁ ଇଡେନରେ ଲକ୍ଷ୍ୟର ପିଛା କରିଥିବ ଦଳ ସର୍ବଦା ମ୍ୟାଚ୍ ଜିତିଥାଏ।

Also Read: IPL 2026 ପରେ ହେବ Intra-CoE ଟୁର୍ଣ୍ଣାମେଣ୍ଟ, ବଚ୍ଛାଯିବ ପରବର୍ତ୍ତି ପିଢ଼ିର ଟେଷ୍ଟ କ୍ରିକେଟର

କେକେଆର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଫିନ ଆଲେନ, ଅଙ୍ଗକୃଷ ରଘୁବଂଶୀ(ଓ୍ଵିକେ କିପର), କ୍ୟାମେରୁନ ଗ୍ରୀନ, ଆରକେ ସିଂ, ରମଣଦୀପ ସିଂ, ସୁନିଲ ନାରିନ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ, କାର୍ତ୍ତିକ ତ୍ୟାଗୀ, ବ୍ଲେସିଂ ମୁଜରବାନି।

ପଞ୍ଜାବ କିଙ୍ଗ୍ସର ସମ୍ଭାବିତ ଏକାଦଶ

ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ(ଓ୍ଵିକେଟ୍ କିପର), କୁପର କନୋଲି, ଶ୍ରେୟସ ଆୟର(ଅଧିନାୟକ), ଶଶାଙ୍କ ସିଂ, ମାର୍କସ ଷ୍ଟୋଇନିସ, ମାର୍କୋ ଜନସେନ, ଜାଭିୟର ବାର୍ଟଲେଟ୍, ଅର୍ଶଦୀପ ସିଂ, ବିଜୟ କୁମାର ବୈଶାଖ ଓ ୟୁଜବେନ୍ଦ୍ର ଚହଲ।