ନୂଆଦିଲ୍ଲୀ, ୦୫/୦୪ : ହିଟମ୍ୟାନ୍ ରୋହିତ ଶର୍ମା । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର । ଲଗାତାର ଦୁଇଟି ମ୍ୟାଚରେ ତାଙ୍କ ବ୍ୟାଚ୍ ଗର୍ଜନ କରିଛି । ପ୍ରଥମ ମୁକାବିଲାରେ ସେ କୋଲକାତା ବିପକ୍ଷରେ ଖେଳିଥିଲେ ବିସ୍ଫୋରକ ଇନିଂସ । ଦ୍ୱିତୀୟ ମ୍ୟାଚରେ ସେ ଦିଲ୍ଲୀ ବିପକ୍ଷରେ ୩୫ ରନ୍ ହାସଲ କରିଥିଲେ । ଏମଆଇ ହାରିଥିଲେ ବି ରୋହିତଙ୍କ ବ୍ୟାଟ୍ ଚାଲିଥିଲା । ତେବେ ମୁକାବିଲାରେ ସେ ଦିଲ୍ଲୀ ବୋଲରଙ୍କ ସହ ମାଇଣ୍ଡ୍ ଗେମ୍ ଖେଳିଛନ୍ତି ।

Also Read :- SRH vs LSG : କ୍ଲାସେନ୍ ଏବଂ ନୀତିଶଙ୍କ ଲଢୁଆ ଅର୍ଦ୍ଧଶତକ, ଲକ୍ଷ୍ନୌ ଆଗରେ ୧୫୭ ରନର ଟାର୍ଗେଟ୍

ଏମିତି ଘଟଣା

ଚାଲିଥାଏ ମୁମ୍ବାଇର ବ୍ୟାଟିଂ । କ୍ରିଜରେ ଥିଲେ ରୋହିତ ଶର୍ମା । ନବମ ଓଭରର ପଞ୍ଚମ ବଲ୍ ବୋଲିଂ କରୁଥିଲେ କୂଲଦୀପ ଯାଦବ । କୂଲଦୀପ ଲେଗ୍ ସାଇଡକୁ ଏକ ବଲ୍ ଫିଙ୍ଗି ଥିଲେ । ରୋହିତ ଏହାକୁ ସୁଇପ୍ ସଟ୍ ଖେଳିବାକୁ ଚାହିଁଥିଲେ । କିନ୍ତୁ ରୋହିତ ଏହାକୁ ମିସ୍ କରିଦେଇଥିଲେ । ବଲକୁ କିପର କେଏଲ ରାହୁଲଙ୍କ ଧରି ପକାଇଥିଲେ । ତେବେ ରାହୁଲ ଏବଂ କୂଲଦୀପ ରୋହିତଙ୍କ ବ୍ୟାଟରେ ବଲ୍ ବାଜିଥିବା ଭାବିଥିଲେ । ସେମାନେ ଆଉଟ୍ ଅପିଲ୍ କରିଥିଲେ । ହେଲେ ଅମ୍ପାୟାର ଆଉଟ୍ ଦେଇନଥିଲେ ।

ଚାଲାକି କଲେ ରୋହିତ

ସବୁଠୁ ମଜା କଥା ହେଉଛି ଯେ, ରୋହିତ ଆଉଟ୍ ହେଲା ଭଳି କ୍ରିଜରୁ ବାହାରକୁ ଯିବାକୁ ବାହାରିଥିଲେ । ଫଳରେ କେଏଲ ଏବଂ କୂଲଦୀପ ଡିଆରଏସ ନେବାକୁ ଅଧିନାୟକ ଅକ୍ଷର ପଟେଲଲଙ୍କୁ କହିଥିଲେ । ଡିଆରଏସରେ ରୋହିତଙ୍କ ବ୍ୟାଟରେ ବଲ୍ ବାଜିନଥିବା ଦେଖିବାକୁ ମିଳିଥିଲା । ଅଲଟ୍ରାଏଜରେ ଏହା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ଫଳରେ ଦିଲ୍ଲୀର ଗୋଟିଏ ରିଭ୍ୟୁ ବରବାଦ ହୋଇଥିଲା ।

ମ୍ୟାଚ୍ ପରେ ମୁହଁ ଖୋଲିଲେ ରୋହିତ

ମ୍ୟାଚ୍ ପରେ ରୋହିତଙ୍କ ଏବାବଦରେ ପ୍ରଶ୍ନ କରାଯାଇଥିଲା । ।ଯାହାର ଉତ୍ତରରେ ରୋହିତ କହିଥିଲେ ଯେ, ସେ କୂଲଦୀପଙ୍କୁ ଭଲ ଭାବେ ଜାଣନ୍ତି । ଡିଆରଏସ ନେବାରେ କୂଲଦୀପ ମାହିର । ସେଠାରେ ରୋହିତ ନିଜ ଭାଗ୍ୟର ଆବଶ୍ୟକତା କରୁଥିଲେ । କିନ୍ତୁ ପରବର୍ତ୍ତୀ ଓଭରରେ ଆଉଟ୍ ହୋଇଯାଇଥିଲେ । କ୍ରିଜରେ ସେ ମଜା କରିବା କଥା ଭାବିଥିଲେ । କୂଲଦୀପ ମଧ୍ୟ ୫୦-୫୦ ପ୍ରତିଶତ ସମ୍ଭାବନା ଥିଲେ ଡିଆରଏସ ନେଇଯାଆନ୍ତି । ଯାହା ମ୍ୟାଚରେ ଦେଖିବାକୁ ମିଳିଥିଲା ବୋଲି ରୋହିତ କହିଛନ୍ତି ।