Mohammed Shami IPL 2026: ମହମ୍ମଦ ଶାମି ଆଇପିଏଲ୍ ୨୦୨୬ରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଖେଳୁଥିବା ଶାମି ୧୦ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ଏମିତି କାରନାମା କରିଛନ୍ତି, ଯାହା ଏ ପର୍ଯ୍ୟନ୍ତ କୌଣସି ବୋଲର କରି ପାରି ନାହାନ୍ତି। ଶାମି ୪ ଓଭର ବୋଲିଂ କରି ୨.୨୦ ଇକୋନୋମିରେ ମାତ୍ର ୯ ରନ ଦେଇଛନ୍ତି। ଏହା ସହିତ ଦୁଇଟି ଓ୍ଵିକେଟ୍ ମଧ୍ୟ ନେଇଛନ୍ତି।

ଏହି ସ୍ପେଲରେ ସବୁଠୁ କମ ରନ ବ୍ୟୟ କରିଥିବା ବୋଲର ହେବାର ରେକର୍ଡ କରିଛନ୍ତି ଶାମି। ଏହା ପୂର୍ବରୁ ଏହି ରେକର୍ଡ କୃଣାଲ ପାଣ୍ଡ୍ୟାଙ୍କ ନାଁରେ ଥିଲା। ୨୦୨୨ ସିଜିନରେ କୃଣାଲ ୪ ଓଭର ବୋଲିଂ କରି ୨.୭୫ ଇକୋନୋମିରେ ୧୧ ରନ ବ୍ୟୟ କରିଥିଲେ। ତାଙ୍କୁ ଦୁଇଟି ସଫଳତା ମିଳିଥିଲା।

ସବୁଠୁ କମ ଇକୋନୋମୀ ବୋଲିଂ କରିଥିବା ବୋଲର (୪ ଓଭର)

୨/୯- ମହମ୍ମଦ ଶାମି ବନାମ ହାଇଦ୍ରାବାଦ, ୨୦୨୬(୨.୨୦ ଇକୋନୋମି)

୨/୧୧- କୃଣାଲ ପାଣ୍ଡ୍ୟା ବନାମ ପଞ୍ଜାବ, ପୁଣେ, ୨୦୨୨(୨.୭୫ ଇକୋନୋମି)

୩/୧୧- କୃଣାଲ ପାଣ୍ଡ୍ୟା ବନାମ ଗୁଜରାଟ, ଲକ୍ଷ୍ନୌ, ୨୦୨୪ (୨.୭୫ ଇକୋନୋମି)

Also Read: IPL 2026 ପରେ ହେବ Intra-CoE ଟୁର୍ଣ୍ଣାମେଣ୍ଟ, ବଚ୍ଛାଯିବ ପରବର୍ତ୍ତି ପିଢ଼ିର ଟେଷ୍ଟ କ୍ରିକେଟର

ଗତ ସିଜନରେ SRHରେ ଥିଲେ ଶାମି

ଶାମି ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ପକ୍ଷରୁ ଖେଳିଥିଲେ। ହେଲେ ଗତ ସିଜିନରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନ ଥିଲା। ସେ ୯ଟି ମ୍ୟାଚରେ ବୋଲିଂ କରି କେବଳ ୬ଟି ୱିକେଟ ନେଇଥିଲେ। ଏହି ସମୟରେ ସେ ୧୧.୨୩ ଇକୋନୋମିରେ ରନ ଦେଇଥିଲେ। ତାଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଏସଆରଏଚ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ଟ୍ରେଡିଂ କରିଥିଲା। ବର୍ତ୍ତମାନ, ଶାମି ତାଙ୍କ ପୂର୍ବ ଦଳ ବିରୁଦ୍ଧରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେ ଏସଆରଏଚ ବିପକ୍ଷରେ ଘାତକ ବୋଲିଂ କରି ଉପରୋକ୍ତ ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଶାମି ୪ ଓଭରରେ ୨୮ ରନ ଦେଇ ୧ ୱିକେଟ ନେଇଥିଲେ।

ଶାମିଙ୍କ IPL କ୍ୟାରିୟର

ଶାମିଙ୍କ IPL କ୍ୟାରିୟରରେ ଏପର୍ଯ୍ୟନ୍ତ ୧୨୧ ମ୍ୟାଚ୍ ଖେଳିଛନ୍ତି। ୧୨୧ ଇନିଂସରେ ବୋଲିଂ କରି, ଶାମି ୨୭.୮୩ ହାରରେ ୧୩୬ ୱିକେଟ ନେଇଛନ୍ତି। ତାଙ୍କର ଇକୋନୋମି ହାର ୮.୫୫ ସହ ସେ ଦୁଇ ଥର ଚାରି ୱିକେଟ ନେଇଛନ୍ତି।