BCCI hunting India’s red-ball stars: ଭାରତୀୟ କ୍ରିକେଟ ଟିମ୍ ଦିନିକିଆ ଓ ଟି-୨୦ରେ ମଜଭୁତ ଥିବା ବେଳେ ଟେଷ୍ଟରେ ଦୁର୍ବଳ ଜଣାପଡ଼ୁଛି। ତେଣୁ ବିସିସିଆଇ ବର୍ତ୍ତମାନ ପରବର୍ତ୍ତି ପିଢ଼ିର ରେଡ୍ ବଲ୍ ଷ୍ଟାର୍(ଟେଷ୍ଟ ଖେଳାଳି)ସନ୍ଧାନରେ ଅଛି। ଏଥିପାଇଁ ବିସିସିଆଇ IPL 2026 ସରିବା ତୁରନ୍ତ ପରେ ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ପରିବର୍ତ୍ତି ପିଢ଼ିର ରେଡ୍ ବଲ୍ ଷ୍ଟାର ଖୋଜିବା।

ନିକଟରେ ଭାରତର ଟେଷ୍ଟ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ୨୦୨୫ରେ ଭାରତ ଦୁଇଟି ଘରୋଇ ଟୁର୍ଣ୍ଣାମେଣ୍ଟ ସହ ବିଦେଶରେ ମଧ୍ୟ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରିଥିଲା। ଯାହା ଭାରତୀୟ ଟିମର ଟେଷ୍ଟ ପ୍ରଦର୍ଶନ ଉପରେ ପ୍ରଶ୍ନ ଛିଡ଼ା କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୪-୨୫ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ପରାସ୍ତ ହୋଇଥିଲା। ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଏହି ପରାଜୟକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆର ହ୍ୱାଇଟ୍ ଟିମ୍।

Also Read- ଓଡ଼ିଆ ଝିଅଙ୍କୁ ଦେଶବ୍ୟାପୀ ଶୁଭେଚ୍ଛାର ସୁଅ; ବିପର୍ଯ୍ୟୟରୁ ହେଲେ ବିଜୟିନୀ, ହାତ ଗୋଡ଼ ନଥାଇ ବିଶ୍ୱ ଚାମ୍ପିଅନ୍

ଲଗାତର ୩ଟି ପରାଜୟ ପରେ ଭରାତୀୟ ଟିମ୍‌ରେ ରେଡ୍ ବଲ ଷ୍ଟାର୍ ସଂକଟକୁ ଅନୁଭବ କରି ବିସିସିଆଇ ଏହାର ତୁରନ୍ତ ପରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଘୋଷଣା କରିଥଲା। ଯାହା ଆଇପିଏଲ୍ ୨୦୨୬ ସଂସ୍କରଣ ସରିବାର ତୁରନ୍ତ ପରେ ଆୟୋଜନ କରାଯିବ। ଏପଟେ ଯେହେତୁ ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳିମାନଙ୍କର ଅବସର ନେବାର ସମୟ ଆସୁଛି, ତେଣୁ ଆଗାମୀ ପିଢି ପାଇଁ ଟେଷ୍ଟ କ୍ରିକେଟ ସନ୍ଧାନ ଜରୁରୀ ହୋଇପଡିଛି।

ଭାରତର ଫୋକସରେ ରେଡ୍ ବଲ ଡେଭଲପମେଣ୍ଟ

​​​​​​​IPL2026 ସରିବାର ତୁରନ୍ତ ପରେ ଜୁନ-ଜୁଲାଇ ବେଳକୁ ବିସିସିଆଇ ଏକ ଇଣ୍ଟ୍ରା କୋ (Intra-CoE (Centre of Excellence)) ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏଥିରେ ଚାରି ଦିନିଆ ରେଡ୍ ବଲ୍ ଗେମ ସିରିଜ୍ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ପାଇଁ ପରବର୍ତ୍ତୀ ପିଢ଼ିର ଟେଷ୍ଟ ସୁପରଷ୍ଟାରମାନଙ୍କୁ ବାଛିବା ଏହି ମ୍ୟାଚ ଆୟୋଜନର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି।

ପିଟିଆଇର ରିପୋର୍ଟ ଅନୁଯାୟୀ,ଏହି Intra-CoE ଟୁର୍ଣ୍ଣାମେଣ୍ଟରେ ଦେଶର ୬୪ ଜଣ ଶ୍ରେଷ୍ଠ ଯୁବ କ୍ରିକେଟର ଅଂଶଗ୍ରହଣ କରିବେ। ଯେଉଁଥିରେ ଭାରତର ଅଣ୍ଡର-୧୯ ବିଶ୍ୱକପ୍ ବିଜେତା ଏବଂ ଆଇପିଏଲ ଷ୍ଟାର୍ ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁଷ ମହାତ୍ରେ ମଧ୍ୟ ସାମିଲ ଅଛନ୍ତି। ଏହି ରେଡ୍ ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ୬୪ ଖେଳାଳିଙ୍କ ବୟସ ୨୫ ବର୍ଷରୁ କମ୍ ବୟସ ହେବା ଜରୁରୀ।

ତେବେ ଟିମ ଇଣ୍ଡିଆ ପାଇଁ ପରବର୍ତ୍ତି ପିଢ଼ିର ଷ୍ଟାର୍ କ୍ରିକେଟର ବାଛିବାର ମୁଖ୍ୟ ଦାୟିତ୍ୱ ରହିବ ବିସିସିଆଇ ସିଇଓ କ୍ରିକେଟ୍ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ କାନ୍ଧରେ। ତେବେ ସିଇଓ ସହିତ ଜଡ଼ିତ ଅନ୍ୟ କୋଚ ଓ ଜାତୀୟ ଟିମ୍ ଚୟନ କର୍ତ୍ତମାନେ ମଧ୍ୟ ଖେଳାଳି ଚୟନ କରିବାରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।

ଭାରତୀୟ ଟିମ୍‌ ପାଇଁ କେତେ ଦରକାରୀ ଇଣ୍ଟ୍ରା କୋ ଟୁର୍ଣ୍ଣାମେଣ୍ଟ ?

ସୀମିତ ଓଭର ଫର୍ମାଟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ବିଶେଷ କରି ଲଗାତର ଦୁଇଟି ଟି-୨୦ ବିଶ୍ୱକପ ଜିତିବା, ୨୦୨୫ ଚାମ୍ପିୟନ ଟ୍ରଫି ଓ ଏସିଆ କପ୍ ଟ୍ରଫି ଜିତିବା ଭାରତର ମଜଭୁତ ସ୍ଥିତିକୁ ଦର୍ଶାଉଛି। ହେଲେ ଟେଷ୍ଟ ଫର୍ମାଟ୍‌ରେ ଟିମ୍ ଇଣ୍ଡିଆର ଫର୍ମ ଡାଉନ ରହିଛି। ତା’ ଛଡ଼ା ପରବର୍ତ୍ତି ପିଢ଼ି ପାଇଁ ଟେଷ୍ଟ ଖେଳାଳି ବାଛିବା ବର୍ତ୍ତମାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏହି ସମୟରେ ଇଣ୍ଟ୍ର-କୋ ମ୍ୟାଚ୍‌ ଭାରତୀୟ ଟିମ୍ ପାଇଁ ରେଡ୍ ବଲ ଷ୍ଟାର୍ ବାଛିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।