ନୂଆଦିଲ୍ଲୀ: ଭାରତରେ ଶୁକ୍ରବାରଠାରୁ Apple iPhone 18 Pro ସିରିଜ୍ର ବିକ୍ରି ଆରମ୍ଭ ହୋଇଛି। ଯାହାର ଖୁବ୍ ଅଧିକ କ୍ରେଜ୍ ରହିଛି। ଷ୍ଟୋର ଖୋଲିବା ପୂର୍ବରୁ ଦେଖିବାକୁ ମିଳିଛି ଲୋକଙ୍କ ଲମ୍ବା ଲାଇନ୍। କାରଣ ସମସ୍ତେ ଏହି ମଡେଲ୍ ଜଲ୍ଦି ଓ ପ୍ରଥମେ କିଣିବାର ଏକ୍ସପେରିଏନ୍ସ ନେବାକୁ ଚାହାନ୍ତି। ଏହାରି ଭିତରେ ଏକ ମଜାଦାର ଘଟଣା ଆସିଛି ସାମ୍ନାକୁ।

ସୁନା ବିକି ସ୍ତ୍ରୀଙ୍କ ପାଇଁ କିଣିବେ iPhone 18 Pro! ନୂଆ ଆଇଫୋନକୁ ନେଇ ଏମିତି ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି ନୋଏଡାରେ। ନୂଆ iPhone 18 Pro ସିରିଜ୍ର ଅଫିସିଆଲ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ Apple Store ବାହାରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ନୋଏଡାର DLF ମଲ୍ ବାହାରେ ଲାଗିଥିବା ଲମ୍ବା ଲାଇନ୍ରେ ଦିଲ୍ଲୀର ଜଣେ ବ୍ୟକ୍ତି ମଧ୍ୟ ଅପେକ୍ଷା କରିଥିଲେ। ତାଙ୍କ ସହ କଥା ହେବା ବେଳେ ଏକ ରୋଚକ ଘଟଣା ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ iPhone 18 Pro ଗିଫ୍ଟ କରିବାକୁ କହିଥିଲେ। ତାଙ୍କୁ ଗିଫ୍ଟ କରିବାକୁ iPhone 18 Pro କିଣିବାକୁ ଆସିଛନ୍ତି। ତାଙ୍କ ସ୍ତ୍ରୀ ପୂର୍ବରୁ iPhone ବ୍ୟବହାର କରୁନଥିଲେ। ତାଙ୍କ ପାଇଁ iPhone କିଣି ସେ ଏକ ନୂଆ ଅନୁଭୂତି ଦେବା ପାଇଁ ଚାହୁଁଛନ୍ତି। ଏପରିକି ଏହି ଫୋନ୍ କିଣିବାକୁ ସେ ଘରରସୁନା ବିକ୍ରି କରିଥିବାମଧ୍ୟ କହିଥିଲେ। ତାଙ୍କର ଏହି କଥା ନୂଆ iPhone ପ୍ରତି ଗ୍ରାହକଙ୍କ ଆଗ୍ରହକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ମଧ୍ୟ ଜଣେ ଯୁବକ ନୂଆ iPhone କିଣିବା ପାଇଁ ନୋଏଡାରେ ପହଞ୍ଚିଥିଲେ। ଗୁରଦିତା ସିଂହ ନିଜ ବନ୍ଧୁଙ୍କ ସହ ନୂଆ iPhone କିଣିବାକୁ ଆସିଥିଲେ। ତାଙ୍କ ବନ୍ଧୁଙ୍କ କହିବା ଅନୁସାରେ, ଗୁରଦିତାଙ୍କର ଖୁବ୍ଶୀଘ୍ର ବିବାହ ହେବାକୁ ଯାଉଛି। ସେ ନିଜ ଭାବୀ ପତ୍ନୀଙ୍କୁ iPhone 18 Pro ଉପହାର ଦେବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କୁ ସକାଳ ପ୍ରାୟ ୬ଟାରୁ ଷ୍ଟୋର୍ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା।ତେବେ ଗୁରଦିତା କେବଳ ଭାବୀ ପତ୍ନୀଙ୍କ ପାଇଁ ଫୋନ୍ କିଣିନାହାନ୍ତି। ସେ ନିଜ ପାଇଁ ମଧ୍ୟ iPhone 18 Pro Max କିଣିଥିବା କହିଛନ୍ତି। ଦୁଇଟି ଫୋନ୍ କିଣିବାରେ ତାଙ୍କର ପ୍ରାୟ୩.୫ ଲକ୍ଷ ଟଙ୍କାଖର୍ଚ୍ଚ ହୋଇଥିବା ସେ କହିଛନ୍ତି।

 Also Read- ମହିଳା ସହକର୍ମୀଙ୍କୁ ଭେଟିବାକୁ ଯାଇ ଆଉ ଫେରିଲେନି ୩୧ ବର୍ଷୀୟ ଯୁବକ, ନାଳରୁ ମିଳିଲା ମୃତଦେହ

ଭାରତରେ ଶୁକ୍ରବାରଠାରୁ iPhone 18 Pro ସିରିଜ୍ର ବିକ୍ରି ଆରମ୍ଭ ହୋଇଛି। ସକାଳ ୮ଟାରେ ଷ୍ଟୋର୍ ଖୋଲିବା ପୂର୍ବରୁ ନୋଏଡା Apple Store ବାହାରେ ଲମ୍ବା ଲାଇନ୍ ଲାଗିଥିଲା। ଖାଲି ନୋଏଡା ନୁହେଁ, ଦେଶର ବିଭିନ୍ନ Apple Store ବାହାରେ ଗ୍ରାହକଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି। ନୂଆ ମଡେଲ୍କୁ ନେଇ ଲୋକଙ୍କ ଏହି ଉତ୍ସାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଆଇଫୋନ ଆଗରେ ସୁନାର ମୂଲ୍ୟ ବି କମି ଯାଇଥିବା ଲୋକେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା କରୁଛନ୍ତି।