India’s Stock Market: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୨,୬୦୦ ପଏଣ୍ଟ (୩.୫୦%) ବୃଦ୍ଧି ପାଇ ୭୭,୨୦୦ରେ କାରବାର କରୁଛି। ନିଫ୍ଟି ମଧ୍ୟ ୭୫୦ ପଏଣ୍ଟ (୩.୨୪%) ବୃଦ୍ଧି ପାଇ ୨୩,୯୦୦ ରେ ପହଞ୍ଚିଛି।

ଆଜି ଅଟୋ, ରିଅଲ୍ଟି ଏବଂ ବ୍ୟାଙ୍କିଂ ଷ୍ଟକରେ ପ୍ରବଳ କିଣାବିକା ହୋଇଛି। ନିଫ୍ଟିର ଅଟୋ ଏବଂ ରିଅଲ୍ଟି ସୂଚକାଙ୍କ ପ୍ରାୟ ୫% ବୃଦ୍ଧି ପାଇଛି। ସରକାରୀ ବ୍ୟାଙ୍କ ଇଣ୍ଡେକ୍ସ ଏବଂ ମେଟାଲ ଇଣ୍ଡେକ୍ସ ମଧ୍ୟ ୩% ରୁ ଅଧିକ ବୃଦ୍ଧି ପାଇଛି। FMCG ଏବଂ ତୈଳ ଏବଂ ଗ୍ୟାସ ଇଣ୍ଡେକ୍ସ ୨% ରୁ ଅଧିକ ବୃଦ୍ଧି ପାଇଛି।

ଦୁଇ ସପ୍ତାହରେ ଯୁଦ୍ଧ ବିରାମ

ଆମେରିକା ଏବଂ ଇରାନ ମଧ୍ୟରେ ୪୦ ଦିନ ଧରି ଲାଗି ରହିଥିବା ଯୁଦ୍ଧ ଦୁଇ ସପ୍ତାହ ପାଇଁ ବନ୍ଦ ରହିଛି। ପାକିସ୍ତାନ ଏବଂ ଚୀନର ମଧ୍ୟସ୍ଥତା ପରେ ଦୁଇ ଦେଶ ଏହି ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।

ଚୁକ୍ତିନାମା ଅନୁଯାୟୀ, ଆମେରିକା, ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବେ, ଏବଂ ଇରାନ ସେନା ସହାୟତାରେ ହର୍ମୁଜ୍ ଜଳପଥ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ପରିବହନ ସୁନିଶ୍ଚିତ କରାଯିବ। ଏହା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଇରାନକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବଂ କହିଥିଲେ ଯେ ଯଦି ହର୍ମୁଜ୍ ଜଳପଥ ଦେଇ ପଥ ସୁରକ୍ଷିତ ନ ହୁଏ, ତେବେ ସେ ଇରାନର ସମଗ୍ର ସଭ୍ୟତାକୁ ଧ୍ୱଂସ କରିଦେବେ। ଏହି ଚରମବାଣୀ ପରେ ଟ୍ରମ୍ପ ଇରାନର ଜିଦ୍ ଆଗରେ ନଇଁବାକୁ ବାଧ୍ୟ ହୋଇଛନ୍ତି।

ଝୁମିଲାଏସୀୟ ଶେୟାର ମାର୍କେଟ୍

•ଦକ୍ଷିଣ କୋରିଆର କୋସ୍ପି ଇଣ୍ଡେକ୍ସ ୬.୩୫% ବୃଦ୍ଧି ପାଇ ୫,୮୪୩ ରେ ପହଞ୍ଚିଛି।
•ଜାପାନର ନିକ୍କେଇ ୫.୧୨% ବୃଦ୍ଧି ପାଇ ୫୬,୧୬୬ରେ କାରବାର କରୁଛି।
•ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୨.୮୫% ବୃଦ୍ଧି ପାଇ ୨୫,୮୩୨ରେ ପହଞ୍ଚିଛି।
•ଚୀନର ସାଂଘାଇ କମ୍ପୋଜିଟ୍ ୧.୯୨% ବୃଦ୍ଧି ପାଇ ୩,୯୬୪ରେ ପହଞ୍ଚିଛି।

Also Read- Israel Iran war news: ୟୁଏସ- ଇରାନ ଯୁଦ୍ଧ ବିରାମରେ ସାମିଲ ନୁହେଁ ଲେବାନନ: ହେଜବୁଲ ଉପରେ ଆକ୍ରମଣ ଜାରି ରଖିବ ଇସ୍ରାଏଲ୍!

ଯୁଦ୍ଧ ବନ୍ଦ, ଖସିଲା ତୈଳ ଦର

ବୁଧବାର ଅଶୋଧିତ ତେଲ ୧୩% ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ତେଲ ପ୍ରତି ବ୍ୟାରେଲ ୯୫ ଡଲାର କୁ ହ୍ରାସ ପାଇଛି। ୨୮ ଫେବୃଆରୀରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ, ଅଶୋଧିତ ତେଲ ପ୍ରତି ବ୍ୟାରେଲ ପ୍ରାୟ $୭୦ ଥିଲା। ତା’ପରେ ଏହା ବ୍ୟାରେଲ ପ୍ରତି $୧୨୦ କୁ ବୃଦ୍ଧି ପାଇଥିଲା।

ଆମେରିକା-ଇରାନ ଯୁଦ୍ଧ ବିରାମ

ତେହରାନ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି। ଏବଂ କୂଟନୈତୀ ମାଧ୍ୟମରେ ଆଲୋଚନା କରି ଇରାନ ସହ ଲାଗିଥିବା ୪୦ ଦିନର ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ସେପଟେ ଇରାନ ମଧ୍ୟ ଯଦ୍ଧ ବିରାମରେ ରାଜି ହୋଇଛି। ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ ଖୋଲିବାକୁ ସର୍ତ୍ତ ରଖିଛି।

ସିଜ୍‌ଫାୟର ଘୋଷଣା କରିବା ସହିତ ଟ୍ରମ୍ପ କହିଛନ୍ତି ଷ୍ଟ୍ରେଟ୍ ଅଫ ହରମୁଜ ଖୋଲିବାକୁ ଇରାନ ୧୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ରଖିଛି। ଏହାକୁ ସ୍ୱୀକାର କରି ଆମେରିକା ଇରାନୀ ସେତୁ(ବ୍ରିଜ୍), ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବ ନାହିଁ।
Also Read-ଆଜି ରାତିରେ ଗୋଟିଏ ସଭ୍ୟତାର ଅନ୍ତ ହୋଇପାରେ... ଟ୍ରମ୍ପଙ୍କ ଫାଇନାଲ୍ ଓ୍ବାର୍ଣ୍ଣିଂ

ତେବେ ମଧ୍ୟପ୍ରାଚ୍ୟରେ ଏକ ଦୀର୍ଘକାଳୀନ ଶାନ୍ତି ସ୍ଥାପନ କରିବା ପାଇଁ ଆମେରିକା-ଇରାନ ମଧ୍ୟରେ ଶୁକ୍ରବାର( ଏପ୍ରିଲ 10) ଏକ ଆଲୋଚନା ହେବ। ପାକିସ୍ତାନର ଇସଲାମାବାଦରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଛି।