ରାଉରକେଲା ୧୦।୮: ରାଉରକେଳାରେ ପ୍ରବଳ ବର୍ଷା । ବେହାଲ ହେଲା ରାଉରକେଲା ରେଳ ଷ୍ଟେସନ ଦ୍ୱିତୀୟ ପ୍ରବେଶ ମାର୍ଗ ସହ ତଳିଆ ବସ୍ତି । ରାଉରକେଲା ରେଳ ଷ୍ଟେସନ ଦ୍ୱିତୀୟ ପ୍ରବେଶ ମାର୍ଗରେ ୩ ଫୁଟର ପାଣି ଜମିବାରୁ ଯାତ୍ରୀଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା । ବାଇକ୍ ଷ୍ଟାଣ୍ଡରେ ଦୁଇ ଚକିଆ ଯାନ ଅଧା ବୁଡ଼ି ରହିଥିଲା । ଏମିତି କି ପ୍ରବଳ ବର୍ଷାରେ ଭାଙ୍ଗିଗଲା ରାଉରକେଲା ସହର ରେଳ ଷ୍ଟେସନର ଶେଡ୍ । ଗାଡି ଉପରେ ଭାଙ୍ଗି ପଡ଼ିଲା ଷ୍ଟିଲର ଶେଡ୍ । ଦୁର୍ଘଟଣା ଫଳରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୋମବାର ହଠାତ ସକାଳ ସମୟରେ ରାଉରକେଲାରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ଭାଙ୍ଗି ଯାଇଥିଲା ରାଉରକେଲା ରେଳ ଷ୍ଟେସନ ସାମ୍ନାରେ ଥିବା ଷ୍ଟିଲ ଶେଡ୍ । ଦୁଇ ମାସ ତଳେ ନିର୍ମାଣ ହୋଇଥିବା ଏହି ଶେଡ୍ ବର୍ତ୍ତମାନ ଭାଙ୍ଗିବା ପରେ ଭୟର ବାତାବରଣ ଖେଳିଯାଇଛି । ତେବେ ବର୍ତ୍ତମାନ କାଉଡ଼ିଆ ଏବଂ ସାଧାରଣ ଜନତା ଯିବା ଆସିବା ସମୟରେ ଏଭଳି ଘଟଣା ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏକ କାର୍ ଉପରେ ଏହି ଷ୍ଟିଲ ଶେଡ୍ ପଡିବାରୁ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

Also Read:- କଳା ବାଘ ବଂଶ ହ୍ରାସ ପାଇଁ ବଡ଼ ପଦକ୍ଷେପ, ମଧ୍ୟ ଭାରତରୁ ଆସିବେ ବାଘ-ବାଘୁଣୀ

ସେପଟେ, ଗୋପବନ୍ଦୁପଲ୍ଲୀ ଇନ୍ଧିରା କଲୋନୀରେ ପଳିଛି ପାଣି । ବସ୍ତି ଭିତରେ ୩ ଫୁଟର ପାଣି । ଲୋକଙ୍କ ଘରେ ମଧ୍ୟ ପଶିଥିଲା ପାଣି । ଲୋକେ ଡ୍ରେନ ଜାମ୍ କରିବା ସହ ଡ୍ରେନ୍ ଠିକ୍ ସମୟରେ ସଫା କରାନଯିବା ଫଲରେ ଡ୍ରେନ ଚୋକ୍ ହେଉଛି । ଯାହା ଫଳରେ ପ୍ରତ୍ୟେକ ବର୍ଷା ଦିନେ ବର୍ଷା ହେଲେ ଏହି ସମସ୍ୟା ସୃଷ୍ଟି ହେଉଛି । ପରେ ରାଉରକେଲା ମହାନଗର ନିଗମର କର୍ମଚାରୀ ପହଞ୍ଚି ଚୋକ ଡ୍ରେନ ସଫା କରିବା ପରେ ଅବସ୍ଥାରେ ସୁଧାର ଆସିଥିଲା ।

Watch Video: