ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଷ୍ଟାର ବାମହାତୀ ବ୍ୟାଟର ସାଇ ସୁଦର୍ଶନ ଶ୍ରଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ସୁଦର୍ଶନ ଭାରତୀୟ ଦଳ ସହ ଶ୍ରୀଲଙ୍କା ମଧ୍ୟ ଗସ୍ତ କରି ନ ଥିଲେ। ସେ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରିଥିଲେ। ହେଲେ ଶନିବାର ଏହି ଗୁରୁତ୍ଵପୂର୍ଣ୍ଣ ସିରିଜରୁ ସେ ବାହାରି ଯାଇଛନ୍ତି।

ସାଇ ସୁଦର୍ଶନଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି। ସେ ରିହାବ ପ୍ରକ୍ରିୟା ଆରମ୍ଭ କରିବା ସହ ବ୍ୟାଟିଂ ଓ ଫିଲ୍ଡି ଅଭ୍ୟାସ୍ ମଧ୍ୟ ଆରମ୍ଭ କରି ଦେଇଥିଲେ। ମାତ୍ର ସଂପୂର୍ଣ୍ଣ ଫିଟ୍ ନ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ରେ ସୁଦର୍ଶନ ନିଜର ଫିଟ୍‌ନେସ୍‌ ଉପରେ କାମ କରୁଥିଲେ। ବ୍ୟାଟିଂ ଓ ଫିଲ୍ଡିଂ ଅଭ୍ୟାସ ଜାରି ରଖିଥିଲେ ମଧ୍ୟ ତାଙ୍କ ଡାହାଣ ଗୋଡ଼ରେ ସୃଷ୍ଟି ହୋଇଥିବା 'ଷ୍ଟ୍ରେସ୍‌' ସମସ୍ୟା ସମ୍ପୂର୍ଣ୍ଣ ସୁଧୁରି ନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସେ ଅଗଷ୍ଟ ୮ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବାର ଥିଲା, ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିଛି।

Also Read: ​​​​​​​୬୦୦ରୁ ଅଧିକ ୱିକେଟ୍, ତଥାପି ଟିମ୍ ଇଣ୍ଡିଆରେ ସୁଯୋଗ ନାହିଁ... ଜାଡେଜାଙ୍କ ଅକୁହା କାହାଣୀ

ପୂର୍ବରୁ ୧୪ ଜଣିଆ ଭାରତୀୟ ଦଳ ଶ୍ରୀଲଙ୍କା ପହଞ୍ଚି ସାରିଥିବା ବେଳେ, ସୁଦର୍ଶନ ସମ୍ପୂର୍ଣ୍ଣ ଫିଟ୍ ହୋଇ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଦଳ ସହ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ବର୍ତ୍ତମାନ ବିସିସିଆଇ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ବିକଳ୍ପ ଭାବେ ନେବ, ସେ ନେଇ ଆନୁଷ୍ଠାନିକ ଘୋଷଣା କରିନାହିଁ। ତେବେ ଋତୁରାଜ ଗାଏକୱାଡ ଓ ସର୍ଫରାଜ ଖାନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନା ଅଧିକ ରହିଛି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ

ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ(ଉପ-ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ,  ରିଷଭ ପନ୍ତ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ  ନବୀ ଦାର୍, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର, ଦେବଦତ୍ତ ପାଡିକଲ, ସାରାଂଶ ଜୈନ।