ନୂଆଦିଲ୍ଲୀ: ଓ୍ଵେଲିଂଟନ ଟେଷ୍ଟରେ ଭାରତ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ ମଧ୍ୟ ଟେଷ୍ଟ ଡ୍ର ରହିଥିଲା। ଏହା ଭାରତୀୟ ଦଳ ପ୍ରତି ଶକ୍ତ ଧକ୍କା ଥିଲା। ଏବେ କ୍ରାଇଷ୍ଟଚର୍ଚ୍ଚରେ ଆସନ୍ତାକାଲି ଦ୍ଵିତୀୟ ଟେଷ୍ଟରେ ମୁହାଁମୁହିଁ ହେବେ ଘରୋଇ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତୀୟ ଦଳ। ସିରିଜ୍ ୦-୦ରେ ରହିଛି ଏବଂ ଦ୍ଵିତୀୟ ଟେଷ୍ଟ ଜିତିବା ଟିମ୍ ଇଣ୍ଡିଆ ପାଇଁ ବହୁତ ଜରୁରୀ। ତେଣୁ ସଠିକ ଦଳ ସଂଯୋଜନ ଏବଂ ଚୂଡ଼ାନ୍ତ ଏକାଦଶ ସହ ଦଳକୁ ମଇଦାନକୁ ଓହ୍ଲାଇବାକୁ ପଡ଼ିବ। ସବୁଠୁ ଅଧିକ ନଜର ଭାରତୀୟ ଦ୍ରୁତ ବୋଲିଂ ୟୁନିଟ୍ ଉପରେ ରହିଛି। ପ୍ରଶ୍ନ ଉଠୁଛି କଣ ଭାରତ ସେହି ବୋଲିଂ ଆକ୍ରମଣ ସହ ମଇଦାନକୁ ଓହ୍ଲାଇବ ନା ଦ୍ଵିତୀୟ ଟେଷ୍ଟରେ ପରିବର୍ତ୍ତନ ଦେଖିବାକୁ ମିଳିବ।

ଦ୍ଵିତୀୟ ଟେଷ୍ଟ ପୂର୍ବରୁ ମହମ୍ମଦ ସିରାଜଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। କ୍ରାଇଷ୍ଟଚର୍ଚ୍ଚରେ ହୋଇଥିବା ଅଭ୍ୟାସ ସେସନରେ ସିରାଜ ବହୁତ ବୋଲିଂ କରିଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ଗୁରନୂର ବ୍ରାର ମଧ୍ୟ ନେଟ୍ସରେ ବୋଲିଂ ଅଭ୍ୟାସ କରିଛନ୍ତି। ଅନ୍ୟପଟେ ଯଶପ୍ରୀତ ବୁମରା, ଅଂଶୁଲ କମ୍ବୋଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣ ବୋଲିଂ କରି ନ ଥିଲେ।

Also Read: ବୈଭବଙ୍କୁ ୧୫ ନୁହେଁ ୨୧ ବର୍ଷ ! ବୟସ ପରୀକ୍ଷା ପାଇଁ ଦାବି କଲେ ପାକିସ୍ତାନୀ କ୍ରିକେଟର

ସାଧାରଣତଃ ଟେଷ୍ଟ ମ୍ୟାଚର ଠିକ୍ ଗୋଟିଏ ଦିନ ପୂର୍ବରୁ ସେହି ବୋଲରଙ୍କୁ ବୋଲିଂ କରିବାରୁ ଦୂରରେ ରଖାଯାଏ, ଯାହାଙ୍କ ଚୂଡ଼ାନ୍ତ ଏକାଦଶରେ ଖେଳିବା ନିଶ୍ଚିତ। ତେଣୁ ଏହି ଚାରି ବୋଲର ଅଭ୍ୟାସ ନ କରିବା କିଛି ବିଚିତ୍ର କଥା ନୁହେଁ। ପ୍ରଥମ ଟେଷ୍ଟରେ ଏହି ଚାରି ବୋଲର ୪୦ ଓଭରରୁ ଅଧିକ ଓଭର ବୋଲିଂ କରିଥିଲେ। ବେସିନ ରିଜର୍ଭର ମୁସ୍କିଲ ପିଚରେ ଲଗାତାର ବୋଲିଂ କରିବା ପରେ ଏହି ବୋଲରଙ୍କୁ ବିଶ୍ରାମ ଦେବା ଜରୁରୀ ଥିଲା।

ଜାଡ଼େଜା-ବରାରଙ୍କୁ ମିଳିପାରେ ସୁଯୋଗ

ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳ ସାମ୍ନାରେ ସଠିକ୍ ବୋଲିଂ ସଂଯୋଜନା  ସହ ମଇଦାନକୁ ଓହ୍ଲାଇବା ବଡ଼ ଆହ୍ଵାନ ହେବ। ପ୍ରଥମ ଟେଷ୍ଟରେ ବୋଲର ବହୁତ ପରିଶ୍ରମ କରିଥିଲେ। ଏମିତିରେ ଦଳ ପ୍ରବନ୍ଧକ କୌଣସି ଜଣେ ବୋଲରଙ୍କୁ ବିଶ୍ରାମ ଦେଇ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇ ପାରନ୍ତି। ଏହା ବ୍ୟତୀତ ରବୀନ୍ଦ୍ର ଜାଡ଼େଜାଙ୍କ ରୂପେ ଦଳରେ ବିକଳ୍ପ ରହିଛି। ଗୁରନୂର ବ୍ରାରଅ ଅଭ୍ୟାସ ସେସନରେ ବୋଲିଂ କରିଛନ୍ତି। ତେଣୁ ସେ ମଧ୍ୟ ସମ୍ଭାବିତ ବିକଳ୍ପ ଭାବେ ରହିଛନ୍ତି। ହେଲେ ନେଟ୍ସରେ କେବଳ ବୋଲିଂ କଲେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ଭାବିବା ଭୁଲ୍।

Also Read: ଆଇପିଏଲ୍ ୨୦୨୭ ପାଇଁ କିଏ ହେବ କ୍ୟାପ୍ଟେନ୍ ? ଟ୍ୱିଟ୍ କରି ସଂକେତ ଦେଲା ମୁମ୍ବାଇ ଇଣ୍ଡିଆନ୍ସ: ଫ୍ୟାନ୍ କହିଲେ ରୋହିତ...ରୋହିତ….

ଭାରତୀୟ ଦଳ ସାମ୍ନାରେ ଦୁଇଟି ରାସ୍ତାରେ ରହିଛି। ପ୍ରଥମ ଓ୍ଵେଲିଂଟନ ଟେଷ୍ଟ ଖେଳିଥିବା ବୋଲରଙ୍କ ଉପରେ ଭରସା ରଖାଯାଉ। ଦ୍ଵିତୀୟ ବୋଲିଂ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ବୋଲିଂରେ ପରିବର୍ତ୍ତନ କରାଯାଉ। ୨୪୧ ଓଭର ବୋଲିଂ କରିବା ପରେ ଏହି ନିଷ୍ପତ୍ତି ନେବା ସହଜ ନୁହେଁ।

ସିରାଜଙ୍କ ପ୍ରତ୍ୟାବର୍ତ୍ତନ ଘଟିଲେ ଦ୍ରୁତ ବୋଲିଂ ଆକ୍ରମଣ ଆହୁରି ଶାଣିତ ହେବ। ରବୀନ୍ଦ୍ର ଜାଡ଼େଜାଙ୍କୁ ସାମିଲ୍ କରାଗଲେ ବୋଲିଂରେ ଦଳକୁ ଅତିରିକ୍ତ ସ୍ପିନ ବିକଳ୍ପ ମିଳିବ। ଏବେ ଦେଖିବାକୁ ବାକି ରହିଲା କ୍ରାଇଷ୍ଟଚର୍ଚ୍ଚରେ ଟିମ୍ ଇଣ୍ଡିଆ କେଉଂ ସଂଯୋଜନ ସହିତ ମଇଦାନକୁ ଓହ୍ଲାଇବ।