ନୂଆଦିଲ୍ଲୀ:  ଟାଟା ଗ୍ରୁପରେ ଚେୟାରମ୍ୟାନ ପଦ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ଏବେ ଆଇନଗତ ଲଢେଇର ରୂପ ନେବାକୁ ଯାଉଛି। ସଦସ୍ୟଙ୍କ ବହୁମତ ଆଧାରରେ ଟାଟା ଟ୍ରଷ୍ଟ ଟାଟା ସନ୍ସର ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରଙ୍କ ପୁନର୍ବାର ନିଯୁକ୍ତି ବିରୋଧରେ ବମ୍ବେ ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି । ଚନ୍ଦ୍ରଶେଖରନଙ୍କୁ ଚେୟାରମ୍ୟାନ ପଦରେ ପାଞ୍ଚ ବର୍ଷର ଅତିରିକ୍ତ କାର୍ଯ୍ୟକାଳ ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯିବ।  ଜଷ୍ଟିସ୍ ଅଭୟ ଆହୁଜାଙ୍କ ଖଣ୍ଡପୀଠଙ୍କ ନିକଟରେ ଏହି ଆବେଦନର ଜରୁରି ଶୁଣାଣି ପାଇଁ ଆବେଦନ କରାଯିବ।

ଏପରିକି ଟାଟା ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ନିର୍ଦ୍ଦେଶକଙ୍କୁ ୬୫ କୋଟି ଟଙ୍କାର କ୍ଷତିପୂରଣ ସହ ୧୮ ପ୍ରତିଶତ ସୁଧ ଦେବାକୁ ମଧ୍ୟ ଦାବି କରାଯାଇଛି। ନଭେମ୍ବର ୩୦ରେ ହେବାକୁ ଥିବା ବୈଠକରେ ଟାଟା ସନ୍ସର ଷ୍ଟକ୍ ମାର୍କେଟରେ ଲିଷ୍ଟିଂ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ। ତେବେ ଏହି ଲିଷ୍ଟିଂ ପ୍ରସ୍ତାବକୁ ନୋଏଲ ଟାଟା ବିରୋଧ କରିଛନ୍ତି।

Also Read: ଟ୍ରେଡ୍ ହେଲେ ଭାରତ ୧୭% ନହେଲେ ୨୫% ଟ୍ୟାକ୍ସ, ଚୀନ ଉପରେ ୪୦% ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ସେପ୍ଟେମ୍ବର ୧୭ର ପ୍ରସ୍ତାବକୁ ଅମାନ୍ୟ ଘୋଷିତ କରାଯାଉ

ଟାଟା ଟ୍ରଷ୍ଟ ଅଭିଯୋଗ କରିଛି ଯେ, ସେପ୍ଟେମ୍ବର ୧୭ରେ କମ୍ପାନିର ବୋର୍ଡ ଦ୍ଵାରା ପାରିତ ପ୍ରସ୍ତାବ, କମ୍ପାନିର ଆର୍ଟିକିଲ୍ସ ଅଫ ଆସୋସିଏସନ ବିରୋଧରେ ରହିଛି। ଏଥିପାଇଁ ଏହା ସଂପୂର୍ଣ୍ଣ ରୂପେ ବେଆଇନ ଅଟେ। ଟ୍ରଷ୍ଟ ଆଜି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବ ବୋଲି କୁହାଯାଉଛି।

ସାର ଦୋରାବଜୀ ଟାଟା ଟ୍ରଷ୍ଟ(SDTT) ଓ ରତନ ଟାଟା ଟ୍ରଷ୍ଟ(RDTT) ଟାଟା ସନ୍ସ ଓ ଏହାର ଛଅ ନିର୍ଦ୍ଦେଶକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ କରିଛନ୍ତି। ସେମାନଙ୍କ ଦାବି କୋର୍ଟ ସେପ୍ଟେମ୍ବର ୧୭ର ପ୍ରସ୍ତାବକୁ ଅମାନ୍ୟ ଘୋଷିତ କରନ୍ତୁ ଏବଂ ଟାଟା ସନ୍ସକୁ ଚନ୍ଦ୍ରଶେଖରନଙ୍କ ପୁନର୍ବାର ନିଯୁକ୍ତି ସଂପର୍କିତ ଆଗାମୀ ପଦକ୍ଷେପ ନେବାରେ ରୋକା ଯାଉ।

Also Read: ୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଲା ରୁପା ଦର: ଆଜି ୯ ହଜାର କମିଲା, ସୁନା ମୂଲ୍ୟ ୩ ହଜାରରୁ ଅଧିକ ଶସ୍ତା ହେଲା

ପ୍ରସ୍ତାବ ୩:୨ ବହୁମତରେ ଗୃହୀତ

SDTTରେ କୋର୍ଟ ଯିବାର ପ୍ରସ୍ତାବ ୩:୨ ବହୁମତରେ ଗୃହୀତ ହୋଇଛି। ଏଥିରେ ନୋଏଲ ଟାଟା, ତାଙ୍କ ପୁଅ ନେଭିଲ ଟାଟା ଓ ଭାସ୍କର ଭଟ୍ଟ ଚନ୍ଦ୍ରଶେଖରଙ୍କ ପୁନଃନିଯୁକ୍ତି ପ୍ରସ୍ତାବକୁ ବିରୋଧ କରିବା ସପକ୍ଷରେ ଭୋଟ୍ ଦେଇଛନ୍ତି। ଟ୍ରଷ୍ଟି ବିଜୟ ସିଂ କହିଛନ୍ତି, ବେଣୁ ଶ୍ରୀନିବାସନ ଏବଂ ମୁଁ ଏହି ପ୍ରସ୍ତାବକୁ ବିରୋଧ କରିଛୁ। ଏମିତି ଲାଗୁଛି ଟ୍ରଷ୍ଟ ନଭେମ୍ବର ୩୦ରେ ହେବାକୁ ଥିବା ଟାଟା ସନ୍ସର ବୋର୍ଡ ମିଟିଂ ପୂର୍ବରୁ କୋର୍ଟର ଦ୍ଵାରସ୍ଥ ହେବାକୁ ଚାହାନ୍ତି।

ରତନ ଟାଟା ଟ୍ରଷ୍ଟ(RDTT)ରେ ନୋଏଲ ଟାଟା, ତାଙ୍କ ଝିଅ ମାୟା ଟାଟା ଓ ନେଭିଲ ଟାଟା କୋର୍ଟ ଯିବା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଅନ୍ୟପଟେ ଶ୍ରୀନିବାସନ ଓ ସିଂ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ଟାଟା ଟ୍ରଷ୍ଟ ନଭେମ୍ବର ୩୦ରେ ହେବାକୁ ଥିବା ଟାଟା ସନ୍ସର ବୋର୍ଡ ମିଟିଂ ପୂର୍ବରୁ ଅନ୍ତରୀଣ ଆଶ୍ଵସ୍ତି ଦେବାକୁ ଦାବି କରିବ।

Also Read: Bisleri ପରେ ରାଡାରରେ ଅନ୍ୟ ପାଣି ବ୍ରାଣ୍ଡ, ଯାଞ୍ଚ ଆରମ୍ଭ କଲେ FSSAI, ୨ ମାସରେ ଆସିବ ରିପୋର୍ଟ

କାହିଁକି ଆରମ୍ଭ ହେଲା ବିବାଦ

ସେପ୍ଟେମ୍ବର ୧୭ରେ ଟାଟା ସନ୍ସର ବୋର୍ଡର ବୈଠକରେ ଚନ୍ଦ୍ରଶେଖରଙ୍କୁ ପୁନର୍ବାର ଚେୟାରମ୍ୟାନ ପଦରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଉପରେ ନୋଏଲ ଟାଟା ଆପତ୍ତି ଉଠାଇଥିଲେ। ଏହା ପରେ ବି ବୋର୍ଡ ତାଙ୍କ ବିରୋଧକୁ ଅଣଦେଖା କରି ଚନ୍ଦ୍ରଶେଖରଙ୍କ ପାଞ୍ଚ ବର୍ଷର ନୂଆ କାର୍ଯ୍ୟକାଳକୁ ମଞ୍ଜୁରୀ ଦେଇଥିଲା।

ଟାଟା ଟ୍ରଷ୍ଟର ଟାଟା ସନ୍ସରେ ୬୬ ପ୍ରତିଶତ ଭାଗିଦାରୀ ରହିଛି। ଏହା ସତ୍ତ୍ଵେ ବୋର୍ଡ ପକ୍ଷରୁ ବହୁମତ ସେୟାର ହୋଲର୍ଡରଙ୍କ ମତ ବିରୋଧରେ ନିଷ୍ପତ୍ତି ନିଆଯିବାରୁ ବିବାଦ ଘନେଇ ଥିଲା।ଟ୍ରଷ୍ଟ ପ୍ରଥମରୁ ହିଁ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଦର୍ଶାଇ ସାରିଛି।  ଟାଟା ସନ୍ସରେ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ (SDTT)ର ୧,୧୩,୦୬୭ଟି ସାଧାରଣ ସେୟାର ରହିଛି। ସେହିପରି ଆର୍‌.ଡି. ଟାଟା ଟ୍ରଷ୍ଟ (RDTT) ପାଖରେ ୮,୮୩୮ଟି ସାଧାରଣ ସେୟାର ରହିଛି।

ଆଇନଗତ ଲଢେଇର ପ୍ରଭାବ ଟାଟା ଗ୍ରୁପ ଉପରେ ପଡ଼ିବ

ଟାଟା ଟ୍ରଷ୍ଟ ଓ ଟାଟା ସନ୍ସ ମଧ୍ୟରେ ବଢୁଥିବା ଆଇନଗତ ଲଢେଇର ପ୍ରଭାବ ପ୍ରାୟ ୧୬୦ ବର୍ଷ ପୁରୁଣା ଟାଟା ଗ୍ରୁପର ବ୍ୟବସାୟ ଓ ରଣନୈତିକ ନିଷ୍ପତ୍ତି ଉପରେ ପଡ଼ିପାରେ। କାରଣ ଟାଟା ଗ୍ରୁପର ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦୁଇ ପକ୍ଷ ମଧ୍ୟରେ ସହମତି ଜରୁରୀ ହୋଇଥାଏ। ଏମିତିରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଲେ ବୋର୍ଡର ମଞ୍ଜୁରୀ, ନିବେଶ ଯୋଜନା ଓ ଭବିଷ୍ୟତର କାରବାର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ।